ହିଂସାକାଣ୍ଡ ପାଇଁ ଦିଲ୍ଲୀ ପୁଲିସ ଓ ପ୍ରଶାସନକୁ ଦାୟୀ କଲା ଚାଷୀ ସଂଗଠନ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ପାଇଁ ଭାରତୀୟ କିଷାନ ୟୁନିୟନ ଦିଲ୍ଲୀ ପୁଲିସ୍‌ ଓ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛି। ଗୋଟିଏ ବିବୃତ୍ତି ଜାରି କରି ସଂଗଠନ କହିଛି ଯେ ରାଲି ପାଇଁ ଅନୁମତି ଦେବା ବେଳେ ଯେଉଁ ରାସ୍ତାକୁ ବ୍ୟବହାର କରିବାକୁ କୁହାଯାଇଥିଲା, ସେହି ରାସ୍ତାରେ ଚାଷୀମାନେ ଯାଉଥିଲେ। କିନ୍ତୁ କିଛି ସ୍ଥାନରେ ଚାଷୀଙ୍କୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ପୁଲିସ୍‌ ଓ ପ୍ରଶାସନ ବ୍ୟାରିକେଡ୍‌ ଦ୍ୱାରା ଚିହ୍ନ ଦେଇ ନଥିଲା। କିଛି […]

cfs

Hemant Lenka
  • Published: Tuesday, 26 January 2021
  • , Updated: 26 January 2021, 09:04 PM IST

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ପାଇଁ ଭାରତୀୟ କିଷାନ ୟୁନିୟନ ଦିଲ୍ଲୀ ପୁଲିସ୍‌ ଓ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛି। ଗୋଟିଏ ବିବୃତ୍ତି ଜାରି କରି ସଂଗଠନ କହିଛି ଯେ ରାଲି ପାଇଁ ଅନୁମତି ଦେବା ବେଳେ ଯେଉଁ ରାସ୍ତାକୁ ବ୍ୟବହାର କରିବାକୁ କୁହାଯାଇଥିଲା, ସେହି ରାସ୍ତାରେ ଚାଷୀମାନେ ଯାଉଥିଲେ। କିନ୍ତୁ କିଛି ସ୍ଥାନରେ ଚାଷୀଙ୍କୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ପୁଲିସ୍‌ ଓ ପ୍ରଶାସନ ବ୍ୟାରିକେଡ୍‌ ଦ୍ୱାରା ଚିହ୍ନ ଦେଇ ନଥିଲା।

କିଛି ଚାଷୀ ରାସ୍ତା ବାଉଳା ହୋଇ ଭାଗଭାଗ ହୋଇଯାଇଥିଲେ ଓ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ଏହାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ଉକ୍ତ ରାସ୍ତାରେ ଟ୍ରାକ୍ଟର ରାଲିରେ ସାମିଲ ହୋଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଚାଷୀ ସଂଗଠନ ସର୍ବଦା ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରେ। ଆଜିର ଘଟଣାରୁ ୟୁନିୟନ ନିଜକୁ ଦୂରେଇ ରଖିଛି। ୟୁନିୟନ ବିଶୃଙ୍ଖଳାରେ ସାମିଲ ଥିବା ଲୋକଙ୍କୁ ଚିହ୍ନଟ କରିବ। ଏଥିସହ ହିଂସାକାଣ୍ତରେ ସାମିଲ ନ ହେବାକୁ ଚାଷୀଙ୍କୁ ମଧ୍ୟ ୟୁନିୟନ ନିବେଦନ କରିଛି।

ଗଣତନ୍ତ୍ର ଦିବସରେ ଆୟୋଜିତ ଟ୍ରାକ୍ଟର ରାଲି ଯୋଗଦେଇଥିବା ଲୋକଙ୍କୁ ୟୁନିୟନ ତରଫରୁ ଧନ୍ୟବାଦ ଦିଆଯାଇଛି। କିଛି ବିଶୃଙ୍ଖଳାକାରୀଙ୍କ ଯୋଗୁ ଘଟିଥିବା ହିଂସାକାଣ୍ତକୁ ଭାରତୀୟ କିଷନ ୟୁନିୟନ ଦୃଢ଼ ନିନ୍ଦା କରୁଛି। ଆଜି ଯାହା ଘଟିଲା, ସେଥିପାଇଁ ଦୁଃଖ ମଧ୍ୟ ପ୍ରକାଶ କରୁଥିବା ୟୁନିୟନ କହିଛି।

ଅନ୍ୟପକ୍ଷରେ ସଂଯୁକ୍ତ କିଷାନ ମୋର୍ଚ୍ଚା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଚାଷୀଙ୍କ ଟ୍ରାକ୍ଟର ରାଲିକୁ ତତ୍କାଳ ଭାବେ ପ୍ରତ୍ୟାହାର କରି ନେଇଛି। ଏଥିସହ ଚାଷୀମାନଙ୍କୁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଫେରି ଆସିବାକୁ କହିଛି।

Related story