ଦିଲ୍ଲୀ ପୋଲିସର ଏକ ବସ୍ ମୋତେ ମାରି ଦେବାକୁ ଉଦ୍ୟମ କରିଥିଲା: ଆପ୍ ନେତା ଦିଲ୍ଲୀପ ପାଣ୍ଡେ

  ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ମୁଖ୍ୟ ଦିଲ୍ଲୀପ ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ଗତକାଲି ରାତିରେ ଦିଲ୍ଲୀ ପୋଲିସର ଏକ ବସ୍ ତାଙ୍କୁ ଚାପି ଦେବାକୁ ଉଦ୍ୟମ କରିଥିଲା। ଆନନ୍ଦ ପର୍ବତ ଅଞ୍ଚଳରେ ଆପର କର୍ମକର୍ତ୍ତାଙ୍କ ଉପରେ ପୋଲିସ୍ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସେ ଆଲୋଚନା କରୁଥିବା ବେଳେ ଏହି ଉଦ୍ୟମ କରାଯାଇଥିଲା। ସେତେବେଳକୁ ରାତି ପ୍ରାୟ ସାଢ଼େ ୧୦ଟା ହୋଇଥିଲା। ମଙ୍ଗଳବାର ରାତି ୧୨ଟା ୩ରେ ଟ୍ୱିଟ୍ […]

dillip

dillip

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 04:46 AM IST

 

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ମୁଖ୍ୟ ଦିଲ୍ଲୀପ ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ଗତକାଲି ରାତିରେ ଦିଲ୍ଲୀ ପୋଲିସର ଏକ ବସ୍ ତାଙ୍କୁ ଚାପି ଦେବାକୁ ଉଦ୍ୟମ କରିଥିଲା। ଆନନ୍ଦ ପର୍ବତ ଅଞ୍ଚଳରେ ଆପର କର୍ମକର୍ତ୍ତାଙ୍କ ଉପରେ ପୋଲିସ୍ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସେ ଆଲୋଚନା କରୁଥିବା ବେଳେ ଏହି ଉଦ୍ୟମ କରାଯାଇଥିଲା। ସେତେବେଳକୁ ରାତି ପ୍ରାୟ ସାଢ଼େ ୧୦ଟା ହୋଇଥିଲା।

ମଙ୍ଗଳବାର ରାତି ୧୨ଟା ୩ରେ ଟ୍ୱିଟ୍ କରି ଦିଲିପ ପାଣ୍ଡେ ଏହି ସୂଚନା ଦେଇଥିଲେ।

ପାଣ୍ଡେ କହିଛନ୍ତି ଯେ ଗତକାଲି ଦିଲ୍ଲୀ ପୋଲିସ୍ ଆପର କିଛି ମହିଳା କର୍ମୀଙ୍କୁ ଅଟକ ରଖିଥିଲା। ସେମାନଙ୍କୁ ମୁକ୍ତ କରି ଆଣିବା ପାଇଁ ସେ ରାଜୀନ୍ଦର ନଗର ପୋଲିସ୍ ଥାନାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେ ଥାନା ବାହାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରୁଥିବା ବେଳେ ଦିଲ୍ଲୀ ପୋଲିସର ଏକ ବସ୍ ତାଙ୍କ ଆଡ଼କୁ ମାଡି ଆସିଥିଲା ଓ ଚାପି ଦେବାକୁ ଉଦ୍ୟମ କରିଥିଲା। ତେବେ ଆପର ଜଣେ କର୍ମକର୍ତ୍ତା ତାଙ୍କୁ ଠିକ୍ ସମୟରେ ଠେଲି ଦେବାରୁ ସେ ବଞ୍ଚି ଗଲେ। ଏନେଇ ସେ ରାଜୀନ୍ଦର ନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି ଓ ଆଶା କରୁଛନ୍ତି ଯେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଆପ୍ ଓ ଦିଲ୍ଲୀ ପୋଲିସ୍ ମଧ୍ୟରେ ସଂପର୍କ ଆଦୌ ଭଲ ନଥିବା ବେଳେ ଏ ଘଟଣା ସ୍ଥିତିକୁ ଆହୁରି ବିଗାଡ଼ି ଦେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, କ୍ଷମତାକୁ ଆସିବା ପରଠାରୁ ଆପ୍ ଦିଲ୍ଲୀ ପୋଲିସକୁ ଦିଲ୍ଲୀ ସରକାରଙ୍କ ଅଧୀନକୁ ଆଣିବାକୁ ଉଦ୍ୟମ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos