ଲକ୍‌ଡାଉନ୍: ଦିଲ୍ଲୀରୁ ଘରକୁ ଚାଲିଚାଲି ଫେରୁଥିବା ବେଳେ ରଣବୀରଙ୍କ ମୃତ୍ୟୁ

ଆଗ୍ରା: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍‌ଡାଉନ୍। ଜରୁରୀକାଳୀନ ସେବା ଓ ସାମଗ୍ରୀକୁ ଛାଡି ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଦିଲ୍ଲୀର ଜଣେ ରେଷ୍ଟୁରାଣ୍ଟ କର୍ମଚାରୀ ୨୦୦ କିଲୋମିଟର ଚାଲିଚାଲି ମଧ୍ୟପ୍ରଦେଶ ଯାଉଥିଲେ। ହେଲେ ଉତ୍ତର ପ୍ରଦେଶର ଆଗ୍ରା ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବାରୁ ରଣବୀର ଖାଇବା, ରହିବାର ଅସୁବିଧା ହେବ ଦେଖି ଗାଁକୁ ପଳାଇ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ। […]

delhi

Subhransu Sekhar
  • Published: Sunday, 29 March 2020
  • , Updated: 29 March 2020, 02:55 PM IST

ଆଗ୍ରା: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍‌ଡାଉନ୍। ଜରୁରୀକାଳୀନ ସେବା ଓ ସାମଗ୍ରୀକୁ ଛାଡି ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଦିଲ୍ଲୀର ଜଣେ ରେଷ୍ଟୁରାଣ୍ଟ କର୍ମଚାରୀ ୨୦୦ କିଲୋମିଟର ଚାଲିଚାଲି ମଧ୍ୟପ୍ରଦେଶ ଯାଉଥିଲେ। ହେଲେ ଉତ୍ତର ପ୍ରଦେଶର ଆଗ୍ରା ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବାରୁ ରଣବୀର ଖାଇବା, ରହିବାର ଅସୁବିଧା ହେବ ଦେଖି ଗାଁକୁ ପଳାଇ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଚାଲିଚାଲି ନିଜ ଗାଁ ମଧ୍ୟପ୍ରଦେଶର ମୋରେନାକୁ ଯାଉଥିଲେ। ତେବେ ଗାଁ ଆଉ ୧୦୦ କିଲୋମିଟର ଦୂର ଥିବା ବେଳେ ରଣବୀରଙ୍କର ମୃତ୍ୟୁ ଘଟିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରୁ ଚାଲିଚାଲି ଆସିବା ପରେ ରଣବୀର ସକାଳେ ଆଗ୍ରାରେ ପହଞ୍ଚିଥିଲେ। ଏହାପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ରଣବୀର। ଏହାପରେ ପ୍ରାୟତଃ ସକାଳ ସାତଟା ପାଖାପାଖି ସମୟରେ ତାଙ୍କର ମୃତ୍ୟୁ ଘଟିଛି। ସିକଂଦରା ଥାନା ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରେ ତାଙ୍କର ମୃତ୍ୟୁ ଘଟିଛି। ଭୋକ-ଉପାସରେ ରଣବୀର ରହିଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ କହିଛନ୍ତି।

ହେଲେ ମୃତ୍ୟୁର କାରଣ ହୃଦଘାତ ବୋଲି ସିକନ୍ଦରା ଥାନା ଅଧିକାରୀ କୁଲଦୀପ ସିଂହ କହିଛନ୍ତି। ଶବ ବ୍ୟବଚ୍ଛେଦ ହେବା ପରେ ସମସ୍ତ ରିପୋର୍ଟ ଆସିବ ବୋଲି ସେ କହିଛନ୍ତି। ରଣବୀରଙ୍କ ପରିବାର ଲୋକଙ୍କୁ ଏ ବାବଦରେ ଖବର ଦିଆଯାଇଛି ବୋଲି ସେ କହିଛନ୍ତି।

ରଣବୀର ସିଂଙ୍କ ସହିତ ରହୁଥିବା ଲୋକମାନେ କହିଛନ୍ତି, ଲକ୍‌ଡାଉନ୍ ପାଇଁ ବେକାରୀ ବଢ଼ିବା ସହିତ ଖାଇବା ଅସୁବିଧା ହୋଇଥିଲା। ତେଣୁ ସେମାନଙ୍କୁ ଦିଲ୍ଲୀରୁ ଗାଁକୁ ଯିବାକୁ ବାଧ୍ୟ ହୋଇଥିଲେ। ଜଣେ ଦୋକାନୀ ଏହି ତିନିଜଣଙ୍କୁ ସାହାଯ୍ୟ କରିବାକୁ ଆସି ରଣବୀରଙ୍କୁ ଚା’ ବିସ୍କୁଟ ଯାଚିଥିଲେ।

Related story