ଚୋରି ପରେ ଚୋରଙ୍କ ମତୁଆଲା ଡ୍ୟାନ୍ସ

ନୂଆଦିଲ୍ଲୀ: ଚୋରି ତା’ ପରେ ପୁଣି ଡ୍ୟାନ୍ସ। ଚୋରଙ୍କର ଏଭଳି ମତୁଆଲା କାରନାମା ଦେଖିବାକୁ ମିଳିଛି ଦିଲ୍ଲୀରେ।  ଗୋଟିଏ ରାତିରେ ତିନି ଚାରଟି ଦୋକାନରେ ଏମିତି କଳାକନା ବୁଲାଇ ଦେଇଛନ୍ତି ଚୋର। ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦିଲ୍ଲୀର ଲାହୋରି ଗେଟ୍‌ ଏରିଆରେ ଏହି ଘଟଣା ଘଟିଛି। ରାତିର ଅନ୍ଧାରରେ କଳାକନା ବୁଲାଉ ଥିବା ଚୋରଙ୍କ ଏହି ବଲିଉଡ୍ ଡ୍ୟାନ୍ସ କ୍ୟାମେରାରେ ଧରାପଡ଼ି ଯାଇଛି। ଦିଲ୍ଲୀ ଲାହୋରୀ ଗେଟ୍ ନିକଟ ରଙ୍ଗ ମହଲ ଗଳିର […]

h-888

h-888

Rakesh Mallick
  • Published: Thursday, 12 July 2018
  • Updated: 12 July 2018, 08:46 PM IST

Sports

Latest News

ନୂଆଦିଲ୍ଲୀ: ଚୋରି ତା’ ପରେ ପୁଣି ଡ୍ୟାନ୍ସ। ଚୋରଙ୍କର ଏଭଳି ମତୁଆଲା କାରନାମା ଦେଖିବାକୁ ମିଳିଛି ଦିଲ୍ଲୀରେ।  ଗୋଟିଏ ରାତିରେ ତିନି ଚାରଟି ଦୋକାନରେ ଏମିତି କଳାକନା ବୁଲାଇ ଦେଇଛନ୍ତି ଚୋର। ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦିଲ୍ଲୀର ଲାହୋରି ଗେଟ୍‌ ଏରିଆରେ ଏହି ଘଟଣା ଘଟିଛି। ରାତିର ଅନ୍ଧାରରେ କଳାକନା ବୁଲାଉ ଥିବା ଚୋରଙ୍କ ଏହି ବଲିଉଡ୍ ଡ୍ୟାନ୍ସ କ୍ୟାମେରାରେ ଧରାପଡ଼ି ଯାଇଛି। ଦିଲ୍ଲୀ ଲାହୋରୀ ଗେଟ୍ ନିକଟ ରଙ୍ଗ ମହଲ ଗଳିର ବିଭିନ୍ନ ଦୋକାନରେ ଗତ ୧୧ ତାରିଖରେ ଚୋରି ହୋଇଥିଲା ।

୫ରୁ ୬ ଜଣ ଚୋର ଦୋକାନନରେ  ସଟ୍‌ର  ତାଡ଼ି ଲୁଟି ନେଇଛନ୍ତି ଟଙ୍କା। ଖାଲି ସେତିକି ନୁହଁ ଆସବାବପତ୍ର ମଧ୍ୟ ଲୁଟି ନେଇଛନ୍ତି। ଚୋରି ସମୟରେ ବେଶ ସାବଧାନ ଥିଲେ ଏହି ଚୋର ଗ୍ୟାଙ୍ଗର ସଦସ୍ୟ। ମଝିରେ ମଝିରେ ଲୋକେ ଆସୁଥିବା ବେଳେ ସତର୍କତା ସହ ଲୁଚି ଯାଉଥିଲେ। ତେବେ ସଟର ଭାଙ୍ଗିବା ପୂର୍ବରୁ ବିନ୍ଦାସ ନାଚ ନାଚିଥିଲେ।  ଯାହା ସେଠାରେ ଲାଗିଥିବା କ୍ୟାମେରାରେ ଧରାପଡ଼ି ଯାଇଛି। ତେବେ ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୋଲିସ ଆରମ୍ଭ କରିଛି ତଦନ୍ତ । ହେଲେ ଏବେ ସୁଦ୍ଧା ଚୋରଙ୍କ ଟେର ପାଇ ପାରିନି ପୁଲିସ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos