ଟୁଇଟ୍ କରି ଟ୍ରୋଲ ହେଲେ ଅମିତ ଶାହ
ନୂଆଦିଲ୍ଲୀ: ପୂର୍ବତନ ବିଜେପି ସଭାପତି ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଏକ ଟୁଇଟ୍ କରିଛନ୍ତି। ଯେଉଁ ଟୁଇଟ ପାଇଁ ସେ ନିଜେ ସୋଶାଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କର ଏକ ଭିଡିଓକୁ ପୋଷ୍ଟ କରିବାକୁ ଯାଇ ଶାହ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଅମିତ ଶାହ ଲେଖିଛନ୍ତି, ଦିଲ୍ଲୀର ସ୍କୁଲ ଦେଖିବା ପାଇଁ ଅମିତ ଶାହ ମୋତେ ଆହ୍ୱାନ କରିଥିଲେ। ଗତକାଲି ଦିଲ୍ଲୀ ବିଜେପିର ୮ ସାଂସଦ ଅଲଗା ଅଲଗା ସ୍କୁଲ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଆପଣ ଶିକ୍ଷାରେ କ୍ରାନ୍ତି ଆଣିଛନ୍ତି ବୋଲି କହୁଛନ୍ତି। ହେଲେ ବିଜେପି ସାଂସଦ ମାନେ ଯାହା ଦେଖିଛନ୍ତି ତାହା ଆପଣଙ୍କ ସରକାରର ପୋଲ ଖୋଲିଛି ବୋଲି ଶାହ ଟୁଇଟ୍ କରିଛନ୍ତି।
अरविंद केजरीवाल जी आपने मुझे दिल्ली सरकार द्वारा संचालित स्कूल देखने के लिए बुलाया था। कल दिल्ली भाजपा के आठों सांसद अलग-अलग स्कूल में गए और देखिए इनका क्या हाल है…
इनकी बदहाली ने आपकी ‘शिक्षा की क्रांति’ के दावों की पोल खोल दी।
अब आपको दिल्ली की जनता को जवाब देना होगा… pic.twitter.com/gjzgaix2rA
— Amit Shah (@AmitShah) January 28, 2020
ସୂଚନାଯୋଗ୍ୟ, ଦିଲ୍ଲୀରେ ମୋଟ୍ ଲୋକସଭା ଆସନ ସଂଖ୍ୟା ୭। ଏହି ସମସ୍ତ ଆସନରେ ଅନ୍ତିମ ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ୨୦୧୪ରେ ମଧ୍ୟ ସମସ୍ତ ଆସନରେ ବିଜେପି ବିଜୟୀ ହୋଇଥିଲା। ହେଲେ ଆଜି ଅମିତ ଶାହ ଟୁଇଟ୍ କରିବାକୁ ଯାଇ ବିଜେପିର ୮ ସାଂସଦ ଲେଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।