ସ୍କୁଲକୁ ବି ଛାଡ଼ିଲେନି, ବହି ଓ ବେଞ୍ଚ ଏବେ ପାଉଁଶ

ନୂଆଦିଲ୍ଲୀ: କଳାପଟାରେ ସ୍ୱପ୍ନ ଦେଖିବା ଶିଖାଉଥିବା ସ୍କୁଲ କାନ୍ଥ ଏବେ ଦଙ୍ଗାର ନିଆଁଶିଖାରେ କଳାକାଠ। ବହି ଓ ବେଞ୍ଚ ସବୁ ଏବେ ପାଉଁଶ। ରବିବାରଠାରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଲାଗିରହିଥିବା ଦଙ୍ଗାରେ ଏକ ସ୍କୁଲ କୋଠା ମଧ୍ୟ ପୋଡ଼ିବାକୁ ପଛାଇନାହାନ୍ତି ଦୃର୍ବୃତ୍ତ। ପଥରମାଡ଼ ଏବଂ ଅନ୍ୟ ଅକଥନୀୟ ଆକ୍ରମଣରେ ୩୦ ଜଣରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି ଏବଂ ୨୦୦ ଲୋକ ଆହତ ହୋଇଛନ୍ତି। ତେବେ ବ୍ରିଜପୁରୀ ରୋଡ୍‌ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍କୁଲ ପୋଡ଼ିର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ […]

Delhi

Subrat Kumar Nayak
  • Published: Thursday, 27 February 2020
  • , Updated: 27 February 2020, 04:28 PM IST

ନୂଆଦିଲ୍ଲୀ: କଳାପଟାରେ ସ୍ୱପ୍ନ ଦେଖିବା ଶିଖାଉଥିବା ସ୍କୁଲ କାନ୍ଥ ଏବେ ଦଙ୍ଗାର ନିଆଁଶିଖାରେ କଳାକାଠ। ବହି ଓ ବେଞ୍ଚ ସବୁ ଏବେ ପାଉଁଶ। ରବିବାରଠାରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଲାଗିରହିଥିବା ଦଙ୍ଗାରେ ଏକ ସ୍କୁଲ କୋଠା ମଧ୍ୟ ପୋଡ଼ିବାକୁ ପଛାଇନାହାନ୍ତି ଦୃର୍ବୃତ୍ତ। ପଥରମାଡ଼ ଏବଂ ଅନ୍ୟ ଅକଥନୀୟ ଆକ୍ରମଣରେ ୩୦ ଜଣରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି ଏବଂ ୨୦୦ ଲୋକ ଆହତ ହୋଇଛନ୍ତି। ତେବେ ବ୍ରିଜପୁରୀ ରୋଡ୍‌ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍କୁଲ ପୋଡ଼ିର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଯେଉଁଠି ଦିନେ ସ୍ୱପ୍ନ ବୁଣାଯାଉଥିଲା ଏବଂ ଯେଉଁଠି ଦିନେ ଅହିଂସାର ମନ୍ତ୍ର ଶିଖାଯାଉଥିଲା ସେଇଠି ଏବେ ଗଦା ଗଦା ପାଉଁଶ।

ସୌଭାଗ୍ୟର କଥା ସେତେବେଳେ କେହି ଛାତ୍ରଛାତ୍ରୀ ସେଠାରେ ନଥିଲେ। ପରୀକ୍ଷା ପାଇଁ ସେମାନେ ଘରକୁ ପଳାଇଥିଲେ। ଜଣେ ସିକ୍ୟୁରିଟି ଗାର୍ଡ ସେଠାରେ ଥିଲେ ମଧ୍ୟ ଖସିଯିବାରେ ସଫଳ ହୋଇଥିଲେ। ଅରୁଣ ସିନିୟର ସେକେଣ୍ଡାରୀ ସ୍କୁଲର କୋଷାଧ୍ୟକ୍ଷ ନୀତୁ ଚୌଧୁରୀ କହିଛନ୍ତି, ବିଭିନ୍ନ ଆଡ଼ୁ ୨୫୦ରୁ ୩୦୦ ଲୋକ ଆସିଥିଲେ। ସିକ୍ୟୁରିଟି ଜଣକ କ’ଣ କରିବେ ଭାବି ପାରିନଥିଲେ। ଶେଷରେ ସେ ପଛ ଗେଟ୍‌ ଦେଇ ପଳାଇବାରେ ସଫଳ ହୋଇଥିଲେ। ନିଆଁର ଶିଖା ସମସ୍ତେ ଦେଖିଛନ୍ତି।

ସେ କହିଛନ୍ତି, ଏଠାରେ ୪ଟା ବେଳକୁ ନିଆଁ ଲାଗିଥିଲା। ଅଗ୍ନି ନିର୍ବାପକ ବାହିନୀ ଏହାର ୪ ଘଣ୍ଟା ପରେ ବା ୮ଟା ବେଳକୁ ପହଞ୍ଚିଥିଲେ। ସେମାନେ ପୁଲିସ୍‌ ଏବଂ ଅଗ୍ନିଶମ ବାହିନୀକୁ ଲଗାତାର ଫୋନ୍‌ କରିଥିଲେ ମଧ୍ୟ କେହି ବି ଠିକ୍‌ ସମୟରେ ପହଞ୍ଚିପାରିନଥିଲେ।

ଦୃର୍ବୃତ୍ତମାନେ ଶିକ୍ଷକମାନଙ୍କ ଲକର ଭଙ୍ଗାରୁଜା କରି ଫାଇଲ୍‌ ତଳେ ପକାଇଦେଇଲେ। ଜଳିଯାଇଥିବା ସ୍କୁଲ ବସ୍‌ ବାହାରେ ଥୁଆ ହୋଇଥିବାବେଳେ ପୋଡ଼ା ମନିଟର ଏବଂ ସିପିୟୁକୁ କମ୍ପ୍ୟୁଟରରୁମ୍‌ରେ ଗଦା କରାଯାଇଛି। କ୍ଲାସରୁମ୍‌ ଏବଂ ସ୍କୁଲ କ୍ୟାଣ୍ଟିନ୍‌ ମଧ୍ୟ ନିଆଁର ଶିଖା ଏବଂ ଦଙ୍ଗକାରୀଙ୍କ ଆଖିରୁ ବଞ୍ଚିପାରିନି।

Related story