ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି

ମୁମ୍ୱାଇ: ମହାରାଷ୍ଟ୍ରରେ କିଏ ସରକାର ଗଢ଼ିବ ସେନେଇ ଅନିଶ୍ଚିତତା ଲାଗି ରହିଛି। ଏହାରି ମଧ୍ୟରେ ଆଜି ଶିବସେନା ବିଧାୟକ ନୂଆ ଦାବି କରିଛନ୍ତି। ଆଦିତ୍ୟ ଠାକରେଙ୍କ ବଦଳରେ ଏବେ ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଛନ୍ତି ଦଳୀୟ ବିଧାୟକ। ଘୋଡ଼ା ବେପାର ସନ୍ଦେହରେ ଶିବସେନା ନିଜ ବିଧାୟକଙ୍କୁ ମୁମ୍ୱାଇର ଏକ ହୋଟେଲରେ ରଖିଛି। ଆଜି ଦଳର ସୁପ୍ରିମୋ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ବିଧାୟକ ମାନେ ଉଦ୍ଧବଙ୍କ […]

sivasena

Subhransu Sekhar
  • Published: Sunday, 10 November 2019
  • , Updated: 10 November 2019, 03:48 PM IST

ମୁମ୍ୱାଇ: ମହାରାଷ୍ଟ୍ରରେ କିଏ ସରକାର ଗଢ଼ିବ ସେନେଇ ଅନିଶ୍ଚିତତା ଲାଗି ରହିଛି। ଏହାରି ମଧ୍ୟରେ ଆଜି ଶିବସେନା ବିଧାୟକ ନୂଆ ଦାବି କରିଛନ୍ତି। ଆଦିତ୍ୟ ଠାକରେଙ୍କ ବଦଳରେ ଏବେ ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଛନ୍ତି ଦଳୀୟ ବିଧାୟକ। ଘୋଡ଼ା ବେପାର ସନ୍ଦେହରେ ଶିବସେନା ନିଜ ବିଧାୟକଙ୍କୁ ମୁମ୍ୱାଇର ଏକ ହୋଟେଲରେ ରଖିଛି। ଆଜି ଦଳର ସୁପ୍ରିମୋ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ବିଧାୟକ ମାନେ ଉଦ୍ଧବଙ୍କ ଆଗରେ କିଛି ନୂଆ ଦାବି କରିଥିଲେ। ଆଦିତ୍ୟ ଠାକରେଙ୍କ ନାମ ବଦଳରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଥିଲେ ଦଳୀୟ ବିଧାୟକ ମାନେ। ଏମିତିକି ଠାକରେଙ୍କ ବାସଭବନ ଆଗରେ ଏକ ପୋଷ୍ଟର ଲଗାଯାଇଛି, ଯେଉଁଥିରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦାବି କରିଛନ୍ତି ତାଙ୍କର ସମର୍ଥକ। ତେବେ ଆଦିତ୍ୟଙ୍କ ବଦଳରେ ହଠାତ୍ ଉଦ୍ଧବଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନା ବିଧାୟକ ଦାବି କରିଛନ୍ତି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ଶିବସେନା ଏବେ ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଢ଼ିବା ପାଇଁ ଦାବି କରୁଛି। ବୋଧହୁଏ ଆଦିତ୍ୟଙ୍କ ନାମକୁ ନେଇ ଅନ୍ୟ ଦୁଇ ଦଳର ବିଧାୟକମାନେ ସହମତି ପ୍ରକାଶ କରିପାରୁ ନାହାନ୍ତି। ତେଣୁ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳୀୟ ବିଧାୟକ ଦାବି କରୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।


ଅନ୍ୟପଟେ ଜୟପୁରର ହୋଟେଲରେ ଥିବା କଂଗ୍ରେସ ବିଧାୟକ ଶିବସେନାକୁ ସମର୍ଥନ କରିବା ପାଇଁ ରାଜି ହୋଇଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି। ହେଲେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି ଏଯାଏ କୌଣସି ମତାମତ ରଖି ନାହାନ୍ତି। ତେବେ କଂଗ୍ରେସର ବିଧାୟକ ଦଳର ନେତା ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିବା ସୂଚନା ରହିଛି।

ରାଜ୍ୟରେ କଂଗ୍ରେସର ସହଯୋଗୀ ଏନସିପି ସୁପ୍ରିମୋ ଶିବସେନାକୁ ସମର୍ଥନ କରିବା ନେଇ ବିଚାର କରୁଛନ୍ତି ବୋଲି ଚିନ୍ତା କରୁଥିବା ସୂଚନା ରହିଛି। ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି, ଶିବସେନା ସହିତ ମେଣ୍ଟ ପୂର୍ବରୁ ସହଯୋଗୀ କଂଗ୍ରେସ ରାଜି ହେବା ଦରକାର ବୋଲି ସେ କହିଛନ୍ତି।

ବିଜେପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଭଗତ ସିଂହ କୋଶିୟାରି ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ବିଜେପି ନିଜ ନିଷ୍ପତ୍ତି ବାବଦରେ ଅବଗତ କରାଇବ। ଯଦି ବିଜେପି ସରକାର ନଗଢ଼ିବ ତାହେଲେ ଶିବସେନାକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିପାରନ୍ତି ରାଜ୍ୟପାଳ।

Related story