ପାଣାଜି: ହ୍ୱାଟସଆପରେ ଅଜଣା ବ୍ୟକ୍ତି ପଠାଉଛନ୍ତି ଅଶ୍ଳୀଳ ଭିଡିଓ। ଆଉ ଏହି ଭିଡିଓ ଆସୁଛି ଖୋଦ୍ ଗୋଆର ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଓ୍ୱଲେକରଙ୍କ ପାଖକୁ। ଏ ନେଇ ଉପମୁଖ୍ୟମନ୍ତ୍ରୀ ଗୋଆ ସାଇବର ସେଲର ଦ୍ୱାରସ୍ଥ ହୋଇଛନ୍ତି।
ସୋମବାର ଗୋଆ ସାଇବର ସେଲରେ ସେ ଅଭିଯୋଗ କରିଛନ୍ତି ଯେ କେହି ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ହ୍ୱାଟସଆପ ଗ୍ରୁପରେ ଅଶ୍ଳୀଳ ଭିଡିଓ ପଠାଉଛନ୍ତି। ଯେଉଁ ଗ୍ରୁପରେ ସେ ନିଜେ ମଧ୍ୟ ରହିଛନ୍ତି। ସାଇବର ସେଲକୁ ଦେଇଥିବା ଅଭିଯୋଗରେ କଭଲେକର କହିଛନ୍ତି ଯେ ଗ୍ରୁପର ନାମ 'ଭିଲେଜ୍ ଟୁ ଗୋଆ' ରହିଛି। ସେ କହିଛନ୍ତି ଯେ ସେ ଶୋଇଥିବା ସମୟରେ ଭିଡିଓଟି ରାତି ୧.୨୦ ରେ ଆସିଥିଲା। ଅଜଣା ବ୍ୟକ୍ତି ଜଣଙ୍କ ଗ୍ରୁପରେ ଭିଡିଓଟି ପଠାଇବା ବେଳେ ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଭିଡ଼ିଓଟି ପଠାଇଥିଲା ବୋଲି ଏଫଆଇଆରରେ ଉଲ୍ଲେଖ ରହିଛି।
ଅସମ୍ମାନ କରିବା ପାଇଁ ପୂର୍ବରୁ ଉଦ୍ୟମ କରାଯାଉଛି ବୋଲି କଭଲେକର କହିଛନ୍ତି। ଏଭଳି କାମ ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉପମୁଖ୍ୟମନ୍ତ୍ରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।