ଅମିତଙ୍କ ଗୋଟିଏ ଫୋନ୍ କଲ୍‌; ଆଉ ତା’ପରେ...

ନୂଆଦିଲ୍ଲୀ: ଗୁଜରାଟରେ ବିଜେପି ସରକାର ଗଠନ କରିବା ପରେ ଦଳ ମଧ୍ୟରେ କିଛି ସମସ୍ୟା ସୃଷ୍ଟି ହୋଇଥିଲା। ଏ ସମସ୍ୟା ସୃଷ୍ଟି ହୋଇଥିଲା ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ନେଇ। ଉପ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ଯେଉଁ ସବୁ ଦାୟିତ୍ୱ ଅବା ବିଭାଗ ମିଳିଛି, ସେଥିରେ ସେ ସନ୍ତୁଷ୍ଟ ନଥିଲେ। ମନପସନ୍ଦର ବିଭାଗ ମିଳି ନଥିବା ଯୋଗୁଁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ହାତରୁ ଅର୍ଥ ଓ ନଗର ଉନ୍ନୟନ ବିଭାଗ କାଢ଼ି ନିଆଯାଇ ସଡ଼କ […]

amitshah

Rakesh Mallick
  • Published: Sunday, 31 December 2017
  • , Updated: 31 December 2017, 01:08 PM IST

ନୂଆଦିଲ୍ଲୀ: ଗୁଜରାଟରେ ବିଜେପି ସରକାର ଗଠନ କରିବା ପରେ ଦଳ ମଧ୍ୟରେ କିଛି ସମସ୍ୟା ସୃଷ୍ଟି ହୋଇଥିଲା। ଏ ସମସ୍ୟା ସୃଷ୍ଟି ହୋଇଥିଲା ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ନେଇ। ଉପ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ଯେଉଁ ସବୁ ଦାୟିତ୍ୱ ଅବା ବିଭାଗ ମିଳିଛି, ସେଥିରେ ସେ ସନ୍ତୁଷ୍ଟ ନଥିଲେ। ମନପସନ୍ଦର ବିଭାଗ ମିଳି ନଥିବା ଯୋଗୁଁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ହାତରୁ ଅର୍ଥ ଓ ନଗର ଉନ୍ନୟନ ବିଭାଗ କାଢ଼ି ନିଆଯାଇ ସଡ଼କ ଓ ସ୍ୱାସ୍ଥ୍ୟ ଭଳି ବିଭାଗର ଦାୟିତ୍ୱ ଦିଆଯାଇଛି। ତେବେ ଆଜି ସେ ନିଜ ଦାୟିତ୍ୱ ସମ୍ଭାଳିଛନ୍ତି।

ଆଜି ସକାଳ ପ୍ରାୟ ସାଢ଼େ ସାତଟା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କୁ ଫୋନ୍ କରିଥିଲେ। ଅମିତଙ୍କ ସହ କଥା ହେବା ପରେ ନୀତିନ ଦାୟିତ୍ୱ ଗ୍ରହଣ କରିଛନ୍ତି।

ନୀତିନ କହିଛନ୍ତି,“ଆଜି ସକାଳେ ଅମିତ ଶାହା ଫୋନ୍ କରିଥିଲେ। ମୋତେ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ସେ କହିଥିଲେ। ଏହା ସହିତ ଦାୟିତ୍ୱ ଗ୍ରହଣ କରିବାକୁ ମଧ୍ୟ କହିଥିଲେ।”

ନୀତିନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସରଦାର ପଟେଲ ଗୋଷ୍ଠୀର ସଂଯୋଜକ ଲାଲଜୀ ପଟେଲ ଦାବି କରିଥିଲେ। ଏପରିକି ବିଭାଗକୁ ନେଇ ଅସନ୍ତୁଷ୍ଟ ଥିବା ନୀତିନ ଦଳ ଛାଡ଼ିବେ ବୋଲି ମଧ୍ୟ ଆଲୋଚନା ହେଉଥିଲା। ତେବେ ଆଜି ଏସବୁ ଆଶଙ୍କାରେ ପୂର୍ଣ୍ଣଛେଦ ପଡ଼ିଛି।

 

 

Related story