ଦେଶ ଭକ୍ତି ମୋ’ ରକ୍ତରେ ରହିଛି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଜେଏନ୍‌ୟୁ ପ୍ରସଙ୍ଗକୁ ନେଇ ବୃଦ୍ଧି ପାଉଥିବା ହିଂସାକୁ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ନେତୃତ୍ୱରେ ଗୁରୁବାର କଂଗ୍ରେସ ନେତାଙ୍କ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା ପରେ ରାହୁଲ କହିଛନ୍ତି , ଦେଶଭକ୍ତି ମୋ ରକ୍ତରେ ଅଛି। ଦେଶ ବିରୋଧରେ ଯଦି କେହି କିଛି କହୁଛି ସେ ଯିଏ ବି ହୋଇଥାଉ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ସେ ଆରଏସ୍‌ଏସ୍‌କୁ […]

rahul -5

Rakesh Mallick
  • Published: Thursday, 18 February 2016
  • , Updated: 18 February 2016, 11:47 AM IST

ନୂଆଦିଲ୍ଲୀ: ଜେଏନ୍‌ୟୁ ପ୍ରସଙ୍ଗକୁ ନେଇ ବୃଦ୍ଧି ପାଉଥିବା ହିଂସାକୁ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ନେତୃତ୍ୱରେ ଗୁରୁବାର କଂଗ୍ରେସ ନେତାଙ୍କ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା ପରେ ରାହୁଲ କହିଛନ୍ତି , ଦେଶଭକ୍ତି ମୋ ରକ୍ତରେ ଅଛି। ଦେଶ ବିରୋଧରେ ଯଦି କେହି କିଛି କହୁଛି ସେ ଯିଏ ବି ହୋଇଥାଉ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।

ସେ ଆରଏସ୍‌ଏସ୍‌କୁ ଟାର୍ଗେଟ କରି କହିଥିଲେ, ଏହା ନିଜର ବିଚାରଧାରା ଲୋକଙ୍କ ଉପରେ ଲଦି ଦେବାକୁ ଚେଷ୍ଟା କରୁଛି। ଯାହା ଠିକ୍‌ ନୁହେଁ।

Related story