ବାଲ୍‌ ଠାକ୍‌ରେଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ଫଡ଼ନାଭିସ୍‌

ମୁମ୍ବାଇ: ରବିବାର ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌। ମହାରାଷ୍ଟ୍ରରେ ରାଜନୀତିକ ସଙ୍କଟ ଏବଂ ବିଜେପି ଓ ଶିବସେନା ମଧ୍ୟରେ ତିକ୍ତତା ମଧ୍ୟରେ ଫଡ଼ନାଭିସ୍‌ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ଜୋରଦାର ବିରୋଧ କରିଥିଲେ କିଛି ଶିବସେନା କର୍ମୀ। ଏପରିକି କିଛି ଶିବସେନା କର୍ମୀ ଫଡ଼ନାଭିସ୍‌ଙ୍କ ପାଖକୁ ଆସି ଶିବସେନାର ପାରମ୍ପରିକ ନାରା ‘ଛତ୍ରପତି ଶିବାଜୀ ମହାରାଜ କୀ ଜୟ’ […]

debendra

Subrat Kumar Nayak
  • Published: Sunday, 17 November 2019
  • , Updated: 17 November 2019, 05:04 PM IST

ମୁମ୍ବାଇ: ରବିବାର ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌। ମହାରାଷ୍ଟ୍ରରେ ରାଜନୀତିକ ସଙ୍କଟ ଏବଂ ବିଜେପି ଓ ଶିବସେନା ମଧ୍ୟରେ ତିକ୍ତତା ମଧ୍ୟରେ ଫଡ଼ନାଭିସ୍‌ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ତେବେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ଜୋରଦାର ବିରୋଧ କରିଥିଲେ କିଛି ଶିବସେନା କର୍ମୀ। ଏପରିକି କିଛି ଶିବସେନା କର୍ମୀ ଫଡ଼ନାଭିସ୍‌ଙ୍କ ପାଖକୁ ଆସି ଶିବସେନାର ପାରମ୍ପରିକ ନାରା ‘ଛତ୍ରପତି ଶିବାଜୀ ମହାରାଜ କୀ ଜୟ’ ଆଦି ଦେଇଥିଲେ। ତେବେ ଫଡ଼ନାଭିସ୍‌ ଏବଂ ତାଙ୍କ ସହ ଆସିଥିବା ବିଜେପି ନେତା ଏସବୁକୁ ଅଣଦେଖା କରି ଚାଲିଯାଇଥିଲେ।

ବାଲ୍‌ ଠାକ୍‌ରେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଫଡ଼ନାଭିସ୍‌ ଶିବାଜୀ ପାର୍କ ପହଞ୍ଚିବା ସମୟରେ ଶିବସେନାଙ୍କ ମଧ୍ୟରେ କେବଳ ପିଏ ମିଲିନ୍ଦ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଫଡ଼ନାଭିସ୍‌ ଏକ ଭିଡିଓ ଜରିଆରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିରେ ସେ ବାଲା ସାହେବଙ୍କ ବାବଦରେ କହିଥିବା କିଛି କଥା ଏବଂ ବାଲା ସାହେବଙ୍କ ପୁରୁଣା ଭାଷଣ ସ୍ଥାନ ପାଇଥିଲା। ସେ ଅନ୍ୟ ଏକ ଟ୍ୱିଟ୍‌ରେ ଚିରାଚରିତ ଭାବେ ବାଲାସାହେବଙ୍କୁ ହିନ୍ଦୁ ହୃଦୟ ସମ୍ରାଟ୍‌ ଭାବେ ମଧ୍ୟ ସମ୍ବୋଧନ କରିଥିଲେ।

Related story