ସ୍ତ୍ରୀଙ୍କୁ ପିଟିଲେ ସ୍ୱତନ୍ତ୍ର ଡିଜି; କହିଲେ ପତ୍ନୀ କରୁଛନ୍ତି ଗୁଇନ୍ଦାଗିରି

ଭୋପାଲ:  ପୁଲିସ୍‌ ମହାନିର୍ଦ୍ଦେଶକ ସ୍ତରର ଜଣେ ଅଧିକାରୀ ନିଜ ପତ୍ନୀଙ୍କୁ ନିର୍ଯାତନା ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ମହିଳା ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ହେଲେ ଏହା କୌଣସି ହିଂସା ନୁହେଁ ବରଂ ପାରିବାରିକ କଳହ । ସେ ଅପରାଧି ନୁହନ୍ତି ବୋଲି କହିଛନ୍ତି ସମ୍ପୃକ୍ତ ଡିଜି। ଏଭଳି ଘଟଣା ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି । ଭିଡିଓରେ ସାମନାକୁ ଆସିଥିବା ବ୍ୟକ୍ତିଜଣକ ପୋଲିସ୍ ମହାନିର୍ଦ୍ଦେଶକ ସ୍ତରର ଜଣେ ଅଧିକାରୀ। ଯିଏ କି ନିଜ ଘରୋଇ […]

police

Niharika Rout
  • Published: Monday, 28 September 2020
  • , Updated: 28 September 2020, 12:44 PM IST

ଭୋପାଲ:  ପୁଲିସ୍‌ ମହାନିର୍ଦ୍ଦେଶକ ସ୍ତରର ଜଣେ ଅଧିକାରୀ ନିଜ ପତ୍ନୀଙ୍କୁ ନିର୍ଯାତନା ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ମହିଳା ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ହେଲେ ଏହା କୌଣସି ହିଂସା ନୁହେଁ ବରଂ ପାରିବାରିକ କଳହ । ସେ ଅପରାଧି ନୁହନ୍ତି ବୋଲି କହିଛନ୍ତି ସମ୍ପୃକ୍ତ ଡିଜି।

ଏଭଳି ଘଟଣା ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି । ଭିଡିଓରେ ସାମନାକୁ ଆସିଥିବା ବ୍ୟକ୍ତିଜଣକ ପୋଲିସ୍ ମହାନିର୍ଦ୍ଦେଶକ ସ୍ତରର ଜଣେ ଅଧିକାରୀ। ଯିଏ କି ନିଜ ଘରୋଇ ସହାୟକଙ୍କ ଉପସ୍ଥିତିରେ ପତ୍ନୀଙ୍କୁ ନିର୍ଯାତନା ଦେବାକୁ ପଛାଉ ନାହାନ୍ତି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ସ୍ୱତନ୍ତ୍ର ପୋଲିସ୍ ଡିଜି ପୁରୁଷୋତ୍ତମ ଶର୍ମା ତାଙ୍କ ସ୍ତ୍ରୀଙ୍କୁ ପିଟୁଥିବା ଭିଡିଓ ଏବେ ଭାଇରାଲ୍ ହୋଇଛି । ଘରୋଇ ସହାୟକଙ୍କ ଉପସ୍ଥିତିରେ ଡିଜି ନିଜ  ସ୍ତ୍ରୀଙ୍କୁ ପିଟୁଛନ୍ତି। ନିକଟରେ ଥିବା ଲୋକେ ତାଙ୍କୁ ଛଡ଼ାଇବା ପାଇଁ ଆସିଥିଲେ ବି ସେ ଶୁଣିନଥିଲେ । ଗାଳି ଗୁଳଜ କରିବା ସହ ପତ୍ନୀଙ୍କୁ ଲାତ, ଗୋଇଠା  ମାରିବାକୁ ପଛାଇ ନାହାନ୍ତି ଡିଜି।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ  ଏନେଇ ପ୍ରତିକ୍ରିୟା ରଖି ପୁରୁଷୋତ୍ତମ କହିଛନ୍ତି,  ତାଙ୍କ ସ୍ତ୍ରୀ ସବୁବେଳେ ତାଙ୍କ ଉପରେ ଗୁଇନ୍ଦାଗିରି କରନ୍ତି । ଘର ସାରା ସିସି ଟିଭି ଖଞ୍ଜାଇଛନ୍ତି। କୌଣସି ସହକର୍ମୀଙ୍କ ସହ ଭେଟିବାକୁ ଗଲେ ତାଙ୍କ ଉପରେ ସନ୍ଦେହ କରନ୍ତି । ତେଣୁ ଏପରି ଝଗଡ଼ା ହେଲା ।

ଏହା କୌଣସି ହିଂସା ନୁହେଁ ବରଂ ପାରିବାରିକ କଳହ । ସେ ଅପରାଧି ନୁହନ୍ତି ବୋଲି  ସଫେଇ ଦେଇଛନ୍ତି ପୁରୁଷୋତ୍ତମ ଶର୍ମା ।

୨୦୦୮ରୁ ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। କିନ୍ତୁ ଏବେ ଯାଏ ତାଙ୍କ ସହ ଗୋଟିଏ ଘରେ ରହୁଛନ୍ତି। ବିଦେଶ ବି ତାଙ୍କ ପଇସାରେ ଯାଉଛନ୍ତି । ତେଣୁ କୌଣସି ବିବାଦ ନଥିବା ପୁରୁଷୋତ୍ତମ ଦୋହରାଇଛନ୍ତି ।

ସୂଚନାଯୋଗ୍ୟ,  ମଧ୍ୟପ୍ରଦେଶରେ ସ୍ୱତନ୍ତ୍ର ପୋଲିସ୍ ଡିଜି ପୁରୁଷୋତ୍ତମ ଶର୍ମାଙ୍କର ପରକିୟା ପ୍ରିତୀ ଥିବା ନେଇ ତାଙ୍କ ପତ୍ନୀ ସନ୍ଦେହ କରି ଆସୁଥିଲେ। ଏପରିକି ଥରେ ଜଣେ ମହିଳାଙ୍କ ସହ ନିଜ ସ୍ୱାମୀଙ୍କ ଦେଖିବା ପରେ ଏପରି ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ପୁରୁଷୋତ୍ତମ ନିଜ ସ୍ତ୍ରୀଙ୍କୁ ଅମାନବୀୟ ଭାବେ ପିଟୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଡିଜି ପୁରୁଷୋତ୍ତମଙ୍କ ପୁଅ ଏନେଇ ନିଜ ବାପାଙ୍କ ବିରୋଧରେ ମଧ୍ୟପ୍ରଦେଶ ଡିଜିଙ୍କ ନିକଟରେ ଅଭିଯୋଗ କରିବା ସହ  ତଦନ୍ତ ନିମନ୍ତେ ଭିଡିଓ ମଧ୍ୟ ପୁଲିସ୍‌କୁ ଦେଇଥିବା ଜଣାଯାଇଛି।

Related story