ଇରାନ୍‌ ଆକାଶ ଦେଇ ଉଡ଼ିବନି ଭାରତୀୟ ବିମାନ

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହେବାର ସମ୍ଭାବନା ରହିଥିବାରୁ ଭାରତର ବେସାମରିକ ବିମାନ ନିୟାମକ ଡିଜିସିଏ ପକ୍ଷରୁ ଭାରତୀୟ ବିମାନ ଉଡ଼ାଣ ନେଇ କଟକଣା ଜାରି କରାଯାଇଛି। ଶୁକ୍ରବାର ଆମେରିକାର ଉଡ଼ାଣ ନିୟନ୍ତ୍ରକ ଫେଡେରାଲ ଆଭିଏସନ୍‌ ଆଡମିନ୍‌ଷ୍ଟ୍ରେସନ୍‌ ମଧ୍ୟ ଏଭଳି ଏକ ନୋଟିସ୍‌ ଜାରି କରିଥିଲା। ଡିଜିସିଏ ଆଜି ଟ୍ୱିଟରରେ କହିଛି, ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀଙ୍କୁ ଇରାନର ଆକାଶ ଦେଇ ଉଡ଼ାଣ ନକରିବାକୁ କୁହାଯାଇଛି। ସେମାନେ […]

iran

Subrat Kumar Nayak
  • Published: Saturday, 22 June 2019
  • , Updated: 22 June 2019, 06:38 PM IST

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହେବାର ସମ୍ଭାବନା ରହିଥିବାରୁ ଭାରତର ବେସାମରିକ ବିମାନ ନିୟାମକ ଡିଜିସିଏ ପକ୍ଷରୁ ଭାରତୀୟ ବିମାନ ଉଡ଼ାଣ ନେଇ କଟକଣା ଜାରି କରାଯାଇଛି। ଶୁକ୍ରବାର ଆମେରିକାର ଉଡ଼ାଣ ନିୟନ୍ତ୍ରକ ଫେଡେରାଲ ଆଭିଏସନ୍‌ ଆଡମିନ୍‌ଷ୍ଟ୍ରେସନ୍‌ ମଧ୍ୟ ଏଭଳି ଏକ ନୋଟିସ୍‌ ଜାରି କରିଥିଲା।

ଡିଜିସିଏ ଆଜି ଟ୍ୱିଟରରେ କହିଛି, ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀଙ୍କୁ ଇରାନର ଆକାଶ ଦେଇ ଉଡ଼ାଣ ନକରିବାକୁ କୁହାଯାଇଛି। ସେମାନେ ନିଜ ସୁବିଧା ଅନୁସାରେ ରୁଟ୍‌ ବଦଳାଇବେ।

ଗୁରୁବାର ଇରାନ ଆମେରିକାର ଏକ ସର୍ଭେଲାନ୍ସ ଡ୍ରୋନ୍ ଖସାଇଦେଇଥିଲା। ପ୍ରତିକ୍ରିୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନ୍‌କୁ ଧମକାଇଥିଲେ। ଏପରିକି ଆମେରିକା ନିର୍ଦ୍ଦେଶ ପାଇ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଶେଷ ମୁହୂର୍ତ୍ତରେ ଟ୍ରମ୍ପ ଏଥିରେ ବ୍ରେକ୍‌ ଲଗାଇଥିଲେ। ସଫେଇ ଦେଇ ସେ କହିଥିଲେ ସମ୍ଭାବ୍ୟ ମୃତାହତଙ୍କ ସଂଖ୍ୟାକୁ ଉପଲବ୍ଧି କରି ସେ ଏହି ଆକ୍ରମଣ ସ୍ଥଗିତ ରଖିଥିଲେ।

Related story