ଶୃଙ୍ଖଳା ଉଲ୍ଲଂଘନ କରି ୩ ପାଇଲଟ୍‌ ନିଲମ୍ବିତ

ନୂଆଦିଲ୍ଲୀ: ଶୃଙ୍ଖଳା ଉଲ୍ଲଂଘନ କରିଥିବାରୁ ୩ ଜଣ ପାଇଲଟଙ୍କୁ ନିଲମ୍ବନ କରିଛି ଡିଜିସିଏ। ସେମାନଙ୍କୁ ମଧ୍ୟରୁ ଜଣେ ରାଷ୍ଟ୍ରୀୟ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆର ହୋଇଥିବାବେଳେ ୨ ଜଣ ଘରୋଇ ବିମାନ ସଂସ୍ଥା ସ୍ପାଇସ୍‌ ଜେଟ୍‌ର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏୟାର ଇଣ୍ଡିଆର ଜଣେ କ୍ୟାବିନ୍‌ କ୍ରୁ ସଦସ୍ୟ ମଧ୍ୟ ନିଲମ୍ବିତ ହୋଇଛନ୍ତି। କୋଲକାତା ଏୟାରପୋର୍ଟରେ ଲ୍ୟାଣ୍ଡିଂ ସମୟରେ ରନ୍‌ୱେ ଏଜ୍‌ ଲାଇଟ୍‌କୁ କ୍ଷତି ପହଞ୍ଚାଇଥିବାରୁ ୨ ଜଣ ସ୍ପାଇସ୍‌ ଜେଟ୍‌ ପାଇଲଟ୍‌ଙ୍କୁ ୬ ମାସ […]

flight

Subrat Kumar Nayak
  • Published: Tuesday, 16 July 2019
  • , Updated: 16 July 2019, 09:10 PM IST

ନୂଆଦିଲ୍ଲୀ: ଶୃଙ୍ଖଳା ଉଲ୍ଲଂଘନ କରିଥିବାରୁ ୩ ଜଣ ପାଇଲଟଙ୍କୁ ନିଲମ୍ବନ କରିଛି ଡିଜିସିଏ। ସେମାନଙ୍କୁ ମଧ୍ୟରୁ ଜଣେ ରାଷ୍ଟ୍ରୀୟ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆର ହୋଇଥିବାବେଳେ ୨ ଜଣ ଘରୋଇ ବିମାନ ସଂସ୍ଥା ସ୍ପାଇସ୍‌ ଜେଟ୍‌ର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏୟାର ଇଣ୍ଡିଆର ଜଣେ କ୍ୟାବିନ୍‌ କ୍ରୁ ସଦସ୍ୟ ମଧ୍ୟ ନିଲମ୍ବିତ ହୋଇଛନ୍ତି।

କୋଲକାତା ଏୟାରପୋର୍ଟରେ ଲ୍ୟାଣ୍ଡିଂ ସମୟରେ ରନ୍‌ୱେ ଏଜ୍‌ ଲାଇଟ୍‌କୁ କ୍ଷତି ପହଞ୍ଚାଇଥିବାରୁ ୨ ଜଣ ସ୍ପାଇସ୍‌ ଜେଟ୍‌ ପାଇଲଟ୍‌ଙ୍କୁ ୬ ମାସ ପାଇଁ ନିଲମ୍ବିତ କରାଯାଇଛି। ଜୁଲାଇ ୨ ତାରିଖରେ ଏକ ପୁଣେ-କୋଲକାତା ବିମାନର ଉଡ଼ାଣକୁ ସେ ଦୁହେଁ ପରିଚାଳନା କରୁଥିଲେ। ଏହି ଦୁଇ ପାଇଲଟ୍‌ଙ୍କ ନାମ ଆରତୀ ଗୁଣଶେଖରନ୍‌ ଏବଂ ସୌରଭ ଗୁଲିଆ ବୋଲି ଜଣାପଡ଼ିଛି।

Related story