ଆଉ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ କରୋନା, ଦୁଇ ଦିନ ପୂର୍ବରୁ ବୈଠକରେ ଯୋଗଦେଇଥିଲେ

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଜଣେ କ୍ୟାବିନେଟ ମନ୍ତ୍ରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ମନ୍ତ୍ରୀ ଜଣଙ୍କ ହେଉଛନ୍ତି ଧନଞ୍ଜୟ ମୁଣ୍ଡେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀ ମୁଣ୍ଡେ ଦୁଇ ଦିନ ତଳେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଯୋଗଦେଇଥିଲେ। ଏହି କ୍ୟାବିନେଟ ବୈଠକରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର, ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିବାରୁ ତାଙ୍କ […]

wa

Hemant Lenka
  • Published: Friday, 12 June 2020
  • , Updated: 12 June 2020, 04:47 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଜଣେ କ୍ୟାବିନେଟ ମନ୍ତ୍ରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ମନ୍ତ୍ରୀ ଜଣଙ୍କ ହେଉଛନ୍ତି ଧନଞ୍ଜୟ ମୁଣ୍ଡେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀ ମୁଣ୍ଡେ ଦୁଇ ଦିନ ତଳେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଯୋଗଦେଇଥିଲେ। ଏହି କ୍ୟାବିନେଟ ବୈଠକରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର, ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିବାରୁ ତାଙ୍କ ପ୍ରତି ସଂକ୍ରମଣର କୌଣସି ଆଶଙ୍କା ନାହିଁ। ହେଲେ ଯେଉଁମାନେ ମୁଣ୍ଡେଙ୍କ ସହ ସେଦିନ ବୈଠକରେ ଯୋଗଦେଇଥିଲେ, ସେମାନେ ସଂକ୍ରମଣ ହୋଇଛନ୍ତି କି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, କ୍ୟାବିନେଟ ମନ୍ତ୍ରୀମାନେ କ୍ୱାରେଣ୍ଟାଇନରେ ଯିବାର କୌଣସି ଆବଶ୍ୟକ ନାହିଁ। କାରଣ ମିଟିଂ ହଲ୍‌ରେ ସମସ୍ତେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ନିଜ ନିଜ ଆସନରେ ବସିଥିଲେ। ଆଇସିଏମଆର ଗାଇଡଲାଇନ ଅନୁଯାୟୀ, ସମସ୍ତ ମନ୍ତ୍ରୀ ମାସ୍କ ପିନ୍ଧିଥିଲେ। ତେଣୁ କାହାର ବି ଟେଷ୍ଟ କରିବାର ଆବଶ୍ୟକ ନାହିଁ। ଏଯାଏ କୌଣସି କ୍ୟାବିନେଟ ମନ୍ତ୍ରୀଙ୍କର କରୋନା ଲକ୍ଷଣ ବି ଦେଖାଯାଇ ନାହିଁ।

ସୂଚନାଯୋଗ୍ୟ, ମୁଣ୍ଡେଙ୍କ ସହ ଆଉ ୬ ଜଣ ଷ୍ଟାଫ ମେମ୍ବରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାପୂର୍ବରୁ ମନ୍ତ୍ରୀ ଅଶୋକ ଚୌହାନ ଓ ଜିତେନ୍ଦ୍ର ଅୱାଧା କରୋନାରେ ଆକ୍ରାନ୍ତ ହୋଇଥିଲେ। ଉଭୟ କରୋନାରୁ ଆରୋଗ୍ୟ ଲାଭ କରି ହୋମ ଆଇସୋଲେସନରେ ରହିଛନ୍ତି।

Related story