ବେଜିଂ: ଚାଇନାର ଅରବପତି ତଥା ଆଲବିବା କମ୍ପାନୀର ପ୍ରତିଷ୍ଠାତା ଜ୍ୟାକ୍ ମା’ ଏବେ ନିଖୋଜ। ଦୁଇ ମାସ ହେବ ସେ ସର୍ବସାଧାରଣକୁ ଆସି ନାହାନ୍ତି। ଅକ୍ଟୋବରରେ ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟିକୁ ଜ୍ୟାକ୍ ଟାର୍ଗେଟ୍ କରିବା ପରେ ତାଙ୍କର ଆଉ ଖୋଜ ଖବର ନାହିଁ। ସାଧାରଣତଃ ଚାଇନାରେ ଶାସକ ଦଳ ଉପରେ କେହି କିଛି କୁହନ୍ତି ନାହିଁ। ଯେହେତୁ ଜ୍ୟାକ ମା’ କହିଥିଲେ ତେଣୁ ଦୁଇ ମାସ ହେବ ସେ ସର୍ବସାଧାରଣରେ ଦେଖାନଯିବାକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି।
ଜ୍ୟାକ୍ ମା’ ନିଜର ଏକ ଟ୍ୟାଲେଣ୍ଟ ଶୋ’ ଆୟୋଜନ କରିଥିଲେ। ହେଲେ ଅନ୍ତିମ ସମୟରେ ସେ ଯୋଗ ଦେଇ ପାରିନଥିଲେ। ଜ୍ୟାକ୍ ମାଙ୍କ’ର ଏହି କାର୍ଯ୍ୟକ୍ରମ ଆଫ୍ରିକୀୟ ଉଦ୍ୟୋଗୀଙ୍କ ଉପରେ ଆଧାରିତ ଥିଲା। ହେଲେ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ତାଙ୍କ ବଦଳରେ ଆଉ ଜଣେ ଜଜ୍ ନିଯୁକ୍ତ ହୋଇଥିଲେ। ଖାଲି ଏତିକି ନୁହେଁ ୱେବସାଇଟରୁ ତାଙ୍କର ଫଟୋ ମଧ୍ୟ ହଟାଇ ଦିଆଯାଇଛି।
ଅକ୍ଟୋବର ୨୪ ରେ ଜ୍ୟାକ୍ ’ସାଂଘାଇରେ ଏକ ଅଭିଭାଷଣ ରଖିଥିଲେ। ଯାହାକି ବିବାଦୀୟ ବୋଲି କୁହାଯାଉଛି। ଚାଇନାର ରେଗୁଲେସନ ସିଷ୍ଟମକୁ ଏହି ଅଭିଭାଷଣ ଜରିଆରେ ଟାର୍ଗେଟ କରାଯାଇଥିଲା ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
‘ଅବିଭକ୍ତ ଭାରତ’ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଓ ବାଂଲାଦେଶକୁ ନିମନ୍ତ୍ରଣ
୧୮୭୫ ମସିହା ଜାନୁଆରୀ ୧୫ରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପନ ହୋଇଥିଲା। ତେବେ ଏହାର ବହୁ ପୂର୍ବରୁ ପାଣିପାଗ ସମ୍ପର୍କରେ ତଥ୍ୟ ପାଇଁ ବିଭିନ୍ନ ମେସିନ ସ୍ଥାପନ କରାଯାଇଥିଲା।
Politics
ଶରଦ ପାୱାରଙ୍କ ମୁହଁରେ ଆରଏସଏସର ପ୍ରଶଂସା
ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।
National
ସ୍କୁଲଗୁଡ଼ିକୁ ବୋମା ଧମକ ମିଳିବା ପଛରେ ଦ୍ୱାଦଶ ଶ୍ରେଣୀ ଛାତ୍ର
ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି।
National
ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର
ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ।
Politics
ତେଜିଲା ଆପ୍ ଓ ବିଜେପି ପୋଷ୍ଟର ୱାର: ଗାଲିବାଜ ଦାନବ ବନାମ ପୂର୍ବାଞ୍ଚଳର ଶତ୍ରୁ
ଆପ୍ ପକ୍ଷରୁ ଅତିରିକ୍ତ ଭାବେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ବିଜେପି କେ ଗାଲିବାଜ ଦାନବ ସେ ଦିଲ୍ଲୀ ରହେ ସତର୍କ’ ରଖାଯାଇଛି। ଗାଲିବାଜ ଦାନବ ପୋଷ୍ଟରରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଛି।