ଶାହଙ୍କ ନିଷ୍ପତ୍ତିରେ ଚିହିଁକି ଉଠିଲେ ଦିଦି

କୋଲକାତା: ପଶ୍ଚିମବଙ୍ଗର ୭ଟି ସ୍ଥାନରେ ଲକଡାଉନ୍ ଉଲ୍ଲଂଘନ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ନେଇ ରିପୋର୍ଟ ଦେବାପରେ ନିୟମ କଡ଼ାକଡ଼ି ହେଉଛି କି ନାହିଁ ସେ ନେଇ ୬ ଜଣିଆ ଆନ୍ତଃ ମନ୍ତ୍ରୀସ୍ତରୀୟ ଟିମର ଦୁଇ ଜଣ ସଦସ୍ୟଙ୍କୁ ପଶ୍ଚିମବଙ୍ଗ ପଠାଇବ କେନ୍ଦ୍ର। ହେଲେ କେନ୍ଦ୍ରର ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ମମତା ସରକାର। ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି। ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ […]

mamata_amit_shah

Subhransu Sekhar
  • Published: Monday, 20 April 2020
  • , Updated: 20 April 2020, 09:45 PM IST

କୋଲକାତା: ପଶ୍ଚିମବଙ୍ଗର ୭ଟି ସ୍ଥାନରେ ଲକଡାଉନ୍ ଉଲ୍ଲଂଘନ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ନେଇ ରିପୋର୍ଟ ଦେବାପରେ ନିୟମ କଡ଼ାକଡ଼ି ହେଉଛି କି ନାହିଁ ସେ ନେଇ ୬ ଜଣିଆ ଆନ୍ତଃ ମନ୍ତ୍ରୀସ୍ତରୀୟ ଟିମର ଦୁଇ ଜଣ ସଦସ୍ୟଙ୍କୁ ପଶ୍ଚିମବଙ୍ଗ ପଠାଇବ କେନ୍ଦ୍ର। ହେଲେ କେନ୍ଦ୍ରର ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ମମତା ସରକାର। ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି।

ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କରୋନା ବୈଠକ ପରେ ଯୋଗ ଦେଇନଥିବା ମମତା ସରକାର କହିଛନ୍ତି, ଯଦି ଆବଶ୍ୟକ ନଥିବ ତାହେଲେ କେନ୍ଦ୍ର ପ୍ରତିନିଧିଙ୍କୁ ରାଜ୍ୟରେ ପୂରାଇବୁନି।

ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା କହିଛନ୍ତି, ‘କେନ୍ଦ୍ର ପ୍ରତିନିଧିର ଆବଶ୍ୟକତା କ’ଣ କିମ୍ବା ସେମାନେ କାହିଁକି ଆସିବାକୁ ଚାହାଁନ୍ତି ଯେ ପର୍ଯ୍ୟନ୍ତ ଆମେ ତାଙ୍କ ଉଦ୍ଦେଶ୍ୟ ହୃଦବୋଧ ନକରିବୁ ସେତେ ପର୍ଯ୍ୟନ୍ତ ଆମେ ସେମାନଙ୍କୁ ବୁଲିବାକୁ ଅନୁମତି ଦେବୁ ନାହିଁ’।

କେନ୍ଦ୍ର ଆଜି ୬ ଜଣିଆ ଆନ୍ତଃ ମନ୍ତ୍ରୀ ସ୍ତରୀୟ ଟିମ୍ ଗଠନ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମ ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଥିଲେ। କେଉଁ ଆଧାରରେ ଏହି ଟିମ୍ ଗଠନ ହୋଇଛି ସେ ନେଇ ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ, ଦେଶର ୧୧ଟି ସହରରେ କରୋନା ସ୍ଥିତି ସଙ୍ଗୀନ ରହିଛି। ଯଦି ରାଜ୍ୟ ଗୁଡ଼ିକ ଗାଇଡ ଲାଇନକୁ ଠିକ୍ ଭାବରେ ପାଳନ ନକରିବେ ତା’ହେଲେ କେନ୍ଦ୍ର ସରକାର ସେହି ସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେଇପାରନ୍ତି। ସୋମବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲକଡାଉନ ନିୟମର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛି।

ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ୧୧ଟି ସହରରେ ଲକଡାଉନ୍ ଉଲ୍ଲଂଘନ ହୋଇଥିବା ଗୃହ ମନ୍ତ୍ରଣାଳୟ କହିଛି। ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ମୁମ୍ୱାଇ ଏବଂ ପୁଣେ, ରାଜସ୍ଥାନର ଜୟପୁର ଏବଂ ପଶ୍ଚିମବଙ୍ଗରେ କୋଲକାତା, ହାୱାଡା, ପୂର୍ବ ମେଦିନପୁର, ଉତ୍ତର ୨୪ ପ୍ରଙ୍ଗଣା, ଦାର୍ଜିଲିଂ, କାଲିମପୋଙ୍ଗ ଓ ଜଲପାଇଗୁଡ଼ିର ଲକଡାଉନ୍ ଉଲ୍ଲଂଘନ ହୋଇଛି।

ଏହି ସବୁ ଅଞ୍ଚଳ ମଧ୍ୟରୁ କିଛି ସହର ଏବଂ ଜିଲ୍ଲା କରୋନାର ହଟସ୍ପଟ ରହିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି କେନ୍ଦ୍ର ସରକାର ୬ ଜଣିଆ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ ଗଠନ କରିଛନ୍ତି। ଏହି ଟିମ୍ ଲକଡାଉନ୍ ନିୟମ ଠିକ୍ ଭାବରେ ପାଳନ ହେଉଛି କି ନାହିଁ ନଜର ରଖିବ। ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ ଅନୁଯାୟୀ ଏହି ଟିମ୍ ଗଠନ କରିଛନ୍ତି ସରକାର। ୬ ଜଣିଆ ଆନ୍ତଃ ମନ୍ତ୍ରୀସ୍ତରୀୟ ଟିମ୍ ମଧ୍ୟରୁ ଦୁଇ ଜଣ ଲେଖାଏଁ ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ପାଇଁ। ଜଣେ ଲେଖାଏଁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନକୁ ଯିବେ।

Related story