ଦେଶ ଜଳୁଛି: ଦିଗବିଜୟ

ନୂଆଦିଲ୍ଲୀ: ସରକାର ଗଠନର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରର ମୋଦି ସରକାର ୧୫ ଦିନିଆ ଉତ୍ସବ ପାଳନ କରୁଥିବା ବେଳେ ଆଜି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“ମୋଦି କହୁଛନ୍ତି ଦେଶ ବଦଳୁଛି ଓ ଆଗକୁ ବଢୁଛି। କିନ୍ତୁ ବାସ୍ତବରେ ଦେଶ ଜଳୁଛି। କ’ଣ ଭାଜପା ଓ ସଂଘର ଏହା ହେଉଛି ରାମ ରାଜ୍ୟ?” ଦିଗବିଜୟ କହିଛନ୍ତି,“ଛାତ୍ର ଓ ମହାତ୍ମାଙ୍କ ଉପରେ ପୋଲିସ୍ ଲାଠି ମାଡ଼ […]

diggi

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 07:55 AM IST

ନୂଆଦିଲ୍ଲୀ: ସରକାର ଗଠନର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରର ମୋଦି ସରକାର ୧୫ ଦିନିଆ ଉତ୍ସବ ପାଳନ କରୁଥିବା ବେଳେ ଆଜି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି,“ମୋଦି କହୁଛନ୍ତି ଦେଶ ବଦଳୁଛି ଓ ଆଗକୁ ବଢୁଛି। କିନ୍ତୁ ବାସ୍ତବରେ ଦେଶ ଜଳୁଛି। କ’ଣ ଭାଜପା ଓ ସଂଘର ଏହା ହେଉଛି ରାମ ରାଜ୍ୟ?”

ଦିଗବିଜୟ କହିଛନ୍ତି,“ଛାତ୍ର ଓ ମହାତ୍ମାଙ୍କ ଉପରେ ପୋଲିସ୍ ଲାଠି ମାଡ଼ କରୁଛି। ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଉତ୍ସବ ମନାଉଛନ୍ତି।”

ସେ ଆହୁରି କହିଛନ୍ତି,“ମହିଳା, ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ିଛି। ଦେଶରେ ସାଂପ୍ରଦାୟିକ ସଦ୍‌ଭାବନା ବିଗିଡ଼ିବାରେ ଲାଗିଛି। ଯୁବକଯୁବତୀଙ୍କୁ ରୋଜଗାରର ପନ୍ଥା ମିଳୁ ନାହିଁ। ଚାଷୀ ଆତ୍ମହତ୍ୟା କରୁଛି। ଦେଶରେ ମରୁଡ଼ି ପଡୁଛି। ଲୋକେ ପାଣି ପିଇବାକୁ ପାଉ ନାହାନ୍ତି। ବ୍ୟାଙ୍କ ଓ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ କ୍ଷତିରେ ଚାଲିଛି।”

ଦିଗବିଜୟ କହିଛନ୍ତି,“ନେପାଳ ସହିତ ଭାରତର ପୁରୁଣା ସଂପର୍କ ଆଉ ନାହିଁ। ଏହା ଧୀରେ ଧୀରେ ଖରାପ ହେଉଛି।”

Related story