ମୋଦିଙ୍କ ବିରୋଧରେ କହି ଦିଗବିଜୟ ସିଂହ ହଟହଟା

ଭୋପାଲ: ମଧ୍ୟପ୍ରଦେଶର ଭୋପାଲ ଲୋକସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଦିଗବିଜୟ ସିଂହ ପ୍ରଚାର ବେଳେ ହଟହଟା ହୋଇଛନ୍ତି। ‘ମୋଦି ଆପଣଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେଇଛନ୍ତି କି, ଚାକିରି ଦେଇଛନ୍ତି କି ?’  ବୋଲି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ। ହେଲେ ଜବାବରେ ମୋଦି ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ବୋଲି ସଭା ଉପସ୍ଥିତ ଜଣେ ଯୁବକ ବଡ଼ ପାଟିରେ କହିଥିଲେ। ଯାହାକି ଦିଗବିଜୟ ସିଂହଙ୍କୁ ଅଡୁଆରେ ପକାଇଥିଲା। ପରେ କିଛି କଂଗ୍ରେସ କର୍ମୀ […]

Digvijay_PTI

Subhransu Sekhar
  • Published: Monday, 22 April 2019
  • , Updated: 22 April 2019, 07:47 PM IST
ଭୋପାଲ: ମଧ୍ୟପ୍ରଦେଶର ଭୋପାଲ ଲୋକସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଦିଗବିଜୟ ସିଂହ ପ୍ରଚାର ବେଳେ ହଟହଟା ହୋଇଛନ୍ତି। 'ମୋଦି ଆପଣଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେଇଛନ୍ତି କି, ଚାକିରି ଦେଇଛନ୍ତି କି ?'  ବୋଲି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ। ହେଲେ ଜବାବରେ ମୋଦି ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ବୋଲି ସଭା ଉପସ୍ଥିତ ଜଣେ ଯୁବକ ବଡ଼ ପାଟିରେ କହିଥିଲେ। ଯାହାକି ଦିଗବିଜୟ ସିଂହଙ୍କୁ ଅଡୁଆରେ ପକାଇଥିଲା। ପରେ କିଛି କଂଗ୍ରେସ କର୍ମୀ ସଂପୃକ୍ତ ଯୁବକକୁ ସଭାସ୍ଥଳରୁ ନେଇଯାଇଥିଲେ।

 
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ନିକଟରେ ଭୋପାଲ ଆସନକୁ ନେଇ ତାଙ୍କର କ'ଣ କ'ଣ ଯୋଜନା ରହିଛି ତାହା ଟ୍ୱିଟରରେ ଶେୟାର କରିଥିଲେ। ସେ କହିଥିଲେ ବିଜେପିର ବିକାଶ କେବଳ ଭେଳିକି, ସେ ଜିତି ଆସିଲେ ଏଠି ପ୍ରକୃତ ବିକାଶ ହେବ ବୋଲି କହିଥିଲେ।

ଦିଗବିଜୟ ସିଂହଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର୍। ଆଜି ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମେ ୧୨ରେ ଷଷ୍ଠ ପର୍ଯ୍ୟାୟ ମତଦାନ ବେଳେ ଭୋପାଳ ଲୋକସଭା ଆସନ ପାଇଁ ମତଦାନ ହେବ।

Related story