ବୋର୍ଡ ମିଟିଂ ବେଳେ ୨ ସହଯୋଗୀଙ୍କୁ ଗୁଳି ପରେ ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା

ଗ୍ରେଟର ନୋଏଡା: କମ୍ପାନୀର ବୋର୍ଡ ମିଟିଂ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବରିଷ୍ଠ ନିର୍ଦ୍ଦେଶକ ତାଙ୍କ କମ୍ପାନୀର ଆଉ ଦୁଇ ଜଣ ନିର୍ଦ୍ଦେଶକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଶେଷରେ ବରିଷ୍ଠ ନିର୍ଦ୍ଦେଶକ ଜଣଙ୍କ ନିଜକୁ ମଧ୍ୟ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏହି ଘଟଣା ଘଟିଛି। ଉତ୍ତର ପ୍ରଦେଶ ଟେଲଲିଙ୍କ୍ସ ଲିଃ ଡାଇରେକ୍ଟର ପ୍ରଦୀପ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବୋର୍ଡ ମିଟିଂ ବସିଥିଲା। ବଦଲାପୁର ଅଞ୍ଚଳରେ ଚାଲିଥିବା […]

edf

Hemant Lenka
  • Published: Thursday, 12 March 2020
  • , Updated: 12 March 2020, 05:58 PM IST

ଗ୍ରେଟର ନୋଏଡା: କମ୍ପାନୀର ବୋର୍ଡ ମିଟିଂ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବରିଷ୍ଠ ନିର୍ଦ୍ଦେଶକ ତାଙ୍କ କମ୍ପାନୀର ଆଉ ଦୁଇ ଜଣ ନିର୍ଦ୍ଦେଶକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଶେଷରେ ବରିଷ୍ଠ ନିର୍ଦ୍ଦେଶକ ଜଣଙ୍କ ନିଜକୁ ମଧ୍ୟ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏହି ଘଟଣା ଘଟିଛି।

ଉତ୍ତର ପ୍ରଦେଶ ଟେଲଲିଙ୍କ୍ସ ଲିଃ ଡାଇରେକ୍ଟର ପ୍ରଦୀପ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବୋର୍ଡ ମିଟିଂ ବସିଥିଲା। ବଦଲାପୁର ଅଞ୍ଚଳରେ ଚାଲିଥିବା ବୈଠକରେ ଅଗ୍ରୱାଲ କମ୍ପାନୀର ଅନ୍ୟ ଦୁଇ ନିର୍ଦ୍ଦେଶକ ତଥା ବରିଷ୍ଠ ଅଧିକାରୀ ନରେଶ ଗୁପ୍ତା ଓ ରାଜେଶ ଜୈନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏହାପରେ ସେ ମଧ୍ୟ ନିଜ ଉପରକୁ ଗୁଳି ଚଳାଇଥିଲେ।

ଘଟଣାସ୍ଥଳରେ ଅଗ୍ରୱାଲ ଓ ଗୁପ୍ତାଙ୍କ ମୃତ୍ୟୁ ଘଟିଥିବା ବେଳେ ଜୈନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏହି ୩ ନିର୍ଦ୍ଦେଶକଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ପୂର୍ବରୁ ବିବାଦ ରହିଥିବା ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି।

ଉତ୍ତର ପ୍ରଦେଶ ଟେଲଲିଙ୍କ୍ସ ଲିଃ ୧୯୮୪ରୁ କାର୍ଯ୍ୟ କରୁଛି। କମ୍ପାନୀର ଗାଜିଆବାଦ ଓ ଉତ୍ତରାଖଣ୍ଡର ରୁଦ୍ର ପ୍ରୟାଗରେ ମ୍ୟାନୁଫାକଚରିଂ ପ୍ଲାଣ୍ଟ ରହିଛି।

Related story