ଲଦାଖ ପରେ ହଟ ସ୍ପୀଙ୍ଗରୁ ହଟିଲା ଚୀନ୍ ସେନା, ଆଗକୁ ଜାରି ରହିବ ବୈଠକ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ, ଏଲଏସି (ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍) ରେ ଦୁଇ ଦେଶ ମଧ୍ୟରେ ଥିବା ସ୍ଥିତି ବଦଳୁଛି। ଚୀନ୍ ଏବଂ ଭାରତୀୟ ସେନା ଦ୍ୱାରା ଅନେକ ଥର ବୈଠକ ହେବା ପରେ ସ୍ଥିତିରେ ସୁଧାର ଆସିବା ପ୍ରକ୍ରିୟା ଚାଲିଛି। ସୋମବାର ହଟ୍ ସ୍ପ୍ରିଙ୍ଗ୍ସରୁ ଚୀନ୍ ସେନା ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲା ଗୁରୁବାର ଶେଷ ହୋଇଛି। ଭାରତୀୟ ସେନାର ସୂତ୍ର ଅନୁଯାୟୀ, ଭାରତ-ଚୀନ୍ ବିବାଦ ମଧ୍ୟରେ ଗୁରୁବାର ପିପି -୧୭ (ପାଟ୍ରୋଲିଂ ପଏଣ୍ଟ ୧୭, […]

indo-china

Subhransu Sekhar
  • Published: Thursday, 09 July 2020
  • , Updated: 09 July 2020, 07:51 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ, ଏଲଏସି (ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍) ରେ ଦୁଇ ଦେଶ ମଧ୍ୟରେ ଥିବା ସ୍ଥିତି ବଦଳୁଛି। ଚୀନ୍ ଏବଂ ଭାରତୀୟ ସେନା ଦ୍ୱାରା ଅନେକ ଥର ବୈଠକ ହେବା ପରେ ସ୍ଥିତିରେ ସୁଧାର ଆସିବା ପ୍ରକ୍ରିୟା ଚାଲିଛି। ସୋମବାର ହଟ୍ ସ୍ପ୍ରିଙ୍ଗ୍ସରୁ ଚୀନ୍ ସେନା ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲା ଗୁରୁବାର ଶେଷ ହୋଇଛି।

ଭାରତୀୟ ସେନାର ସୂତ୍ର ଅନୁଯାୟୀ, ଭାରତ-ଚୀନ୍ ବିବାଦ ମଧ୍ୟରେ ଗୁରୁବାର ପିପି -୧୭ (ପାଟ୍ରୋଲିଂ ପଏଣ୍ଟ ୧୭, ହଟ ସ୍ପ୍ରିଙ୍ଗ୍ସ) ରେ ଶେଷ ହୋଇଛି। ଏଥିସହ, ପିପି-୧୪, ଏବଂ ପିପି-୧୫ ଉପରେ ଥିବା ତିକ୍ତତା ଏବେ ଏକ ପ୍ରକାର ସ୍ୱାଭାବିକ ହୋଇଥିବା ସୂଚନା ରହିଛି।

ଚୀନ୍ ସଂପୂର୍ଣ୍ଣ ସେନା ପ୍ରତ୍ୟାହାର କରିବା ପରେ ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବେଜିଂ ଭାରତ ଏବଂ ଚୀନ୍ ସୀମା ପ୍ରସଙ୍ଗରେ ପରାମର୍ଶ ଏବଂ ସମନ୍ୱୟ (ଡବ୍ଲୁଏମ୍ଏମସି) ପାଇଁ ରାଉଣ୍ଡ ବୁଝାମଣା ଆଗାମୀ ଦିନରେ ଜାରି ରଖିବ।

https://twitter.com/ANI/status/1281170719796105222

ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ ଗୁରୁବାର କହିଛନ୍ତି, ସୀମାରେ ସ୍ଥିତି ସ୍ଥିର ରହିଛି ଏବଂ ସୁଧାର ଆସୁଛି। ସୀମା ପ୍ରସଙ୍ଗରେ ଡବ୍ଲୁଏମ୍ଏମସି ବୈଠକ ସମେତ ଉଭୟ ପକ୍ଷ ସାମରିକ ଏବଂ କୂଟନୀତିକ ଫୋରମରେ କଥାବାର୍ତ୍ତା ଏବଂ ଯୋଗାଯୋଗ ଜାରି ରଖିବେ।

ଜଣେ ବରିଷ୍ଠ ଭାରତୀୟ ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗଲୱାନ ଉପତ୍ୟକାର ପିପି ୧୪ ରେ ଥିବା ଚୀନ୍ ସାମରିକ ଶିବିରକୁ ହଟାଇ ଦିଆଯାଇଛି, ଏଠାରୁ ତମ୍ବୁ ଗୁଡିକୁ କଢ଼ା ଯାଇ ଗାଡିରେ ଭର୍ତ୍ତି କରାଯାଇଛି। ଗଲଓ୍ୱାନ୍ ଉପତ୍ୟକାରେ ବିବାଦ ସ୍ଥଳରୁ ଚୀନ୍ ଏବଂ ଭାରତୀୟ ସୌନ୍ୟମାନେ ପ୍ରାୟ ୧.୮ କିଲୋମିଟର ପଛକୁ ଫେରିଛନ୍ତି।

ଗୃହ ମନ୍ତ୍ରାଳୟର ସୂତ୍ରରୁ ପ୍ରକାଶ, ଜୁନ୍ ୬ ରୁ ତିନି ରାଉଣ୍ଡ ଆଲୋଚନା ଚାଲିଛି। ଜୁନ୍ ୩୦ ରେ, ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ ପ୍ରାୟ ୧୦ ଘଣ୍ଟା ପାଇଁ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ପରବର୍ତ୍ତୀ ବୈଠକ ଖୁବଶୀଘ୍ର ହୋଇପାରେ।

Related story