ହାଇଦ୍ରାବାଦ ଘଟଣାର ଘଟଣାକ୍ରମ କେମିତି ଥିଲା

ହାଇଦ୍ରାବାଦ: ଏବେ ସାରା ଦେଶରେ ହାଇଦ୍ରାବାଦ ଘଟଣାକୁ ନେଇ ବିତର୍କ ଚାଲିଛି। ପ୍ରଥମେ ଏଠାରେ ଜଣେ ଡାକ୍ତରାଣୀ ଦିଶା(ଛଦ୍ମନାମ)ଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରିବା ପରେ ପୁଲିସ୍‌ ୪ ଜଣ ଯୁବକଙ୍କୁ ଗିରଫ କରିଥିଲା। ଏବେ ସେହି ୪ ଜଣ ଯୁବକ ପୁଲିସ୍‌ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ପୁଣି ଚର୍ଚ୍ଚାରେ ରହିଛି ହାଇଦ୍ରାବାଦ। ତେବେ ଆସନ୍ତୁ ଜାଣିବା ପୂରା ଘଟଣାର କେମିତି ଥିଲା ନଭେମ୍ବର ୨୭, ସନ୍ଧ୍ୟା ୬ଟା: ଦିଶା ତାଙ୍କ ସ୍କୁଟିକୁ ଟୋଣ୍ଡିପାଲ୍ଲୀ […]

HYDERBAD ACCUSED

Hemant Lenka
  • Published: Friday, 06 December 2019
  • , Updated: 06 December 2019, 05:48 PM IST

ହାଇଦ୍ରାବାଦ: ଏବେ ସାରା ଦେଶରେ ହାଇଦ୍ରାବାଦ ଘଟଣାକୁ ନେଇ ବିତର୍କ ଚାଲିଛି। ପ୍ରଥମେ ଏଠାରେ ଜଣେ ଡାକ୍ତରାଣୀ ଦିଶା(ଛଦ୍ମନାମ)ଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରିବା ପରେ ପୁଲିସ୍‌ ୪ ଜଣ ଯୁବକଙ୍କୁ ଗିରଫ କରିଥିଲା। ଏବେ ସେହି ୪ ଜଣ ଯୁବକ ପୁଲିସ୍‌ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ପୁଣି ଚର୍ଚ୍ଚାରେ ରହିଛି ହାଇଦ୍ରାବାଦ। ତେବେ ଆସନ୍ତୁ ଜାଣିବା ପୂରା ଘଟଣାର କେମିତି ଥିଲା

ନଭେମ୍ବର ୨୭, ସନ୍ଧ୍ୟା ୬ଟା: ଦିଶା ତାଙ୍କ ସ୍କୁଟିକୁ ଟୋଣ୍ଡିପାଲ୍ଲୀ ଜଙ୍କନସନ ନିକଟରେ ପାର୍କ କରିଥିଲେ।

ନଭେମ୍ବର ୨୭, ରାତି ୯.୨୦: ଦିଶା ପାର୍କ କରିଥିବା ନିଜ ଗାଡ଼ିକୁ ନେବା ପାଇଁ ଆସିଥିଲେ।

ନଭେମ୍ବର ୨୭, ରାତି ୯.୨୨: ଦିଶାଙ୍କୁ କିଛି ଲୋକ ନିଜ ଆଡ଼ୁ ସହଯୋଗ କରିବାକୁ ଆସୁଥିବା ଦେଖି ସେ ଭୟ କରିଥିଲେ ଏବଂ ଏନେଇ ତାଙ୍କ ଭଉଣୀଙ୍କୁ ଫୋନ କରିଥିଲେ।

ନଭେମ୍ବର ୨୭, ରାତି ୯.୪୪: ଦିଶାଙ୍କ ଫୋନ ଅଫ ଥିବା ତାଙ୍କ ଭଉଣୀ ଜାଣିବାକୁ ପାଇଥିଲେ।

ନଭେମ୍ବର ୨୮, ରାତି ୩ଟା: ଦିଶାଙ୍କ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ନଭେମ୍ବର ୨୮, ଭୋର ୫ଟା: ଚେତନପାଲ୍ଲୀ ଓଭରବ୍ରିଜ୍‌ ଦେଇ ଯାଉଥିବା ଲୋକମାନେ ଏକ ପୋଡ଼ା ମୃତଦେକୁ ଦେଖିଥିଲେ। ପରେ ଏହା ଦିଶାଙ୍କର ବୋଲି ଜଣାପଡ଼ିଥିଲା।

୨୯ ନଭେମ୍ୱର: ୪ ଅଭିଯୁକ୍ତ ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ ଗିରଫ ହେଲେ।

୨୯ ନଭେମ୍ୱର: ସାଇବରାବଦ ପୁଲିସ କମିଶନର ଭିସି ସଜ୍ଜନର କହିଥିଲେ, ଏହି ଦୁଷ୍କର୍ମ ସୁଚିନ୍ତିତ ଷଡ଼ଯନ୍ତ୍ର। ପୀଡ଼ିତାଙ୍କ ମା’ କହିଥିଲେ ସମସ୍ତ ଦୋଷୀଙ୍କୁ ମୋ ଝିଅ ଭଳି ପୋଡ଼ି ଦେବା ଦରକାର। ପୁଲିସ ଯଦି ତ୍ୱରିତ ପଦକ୍ଷେପ ନେଇଥାନ୍ତା ତାହେଲେ ମୋ ଝିଅ ବଞ୍ଚିଯାଇଥାନ୍ତା।

୨୯ ନଭେମ୍ୱର: ହାଇଦ୍ରାବାଦ ଓକିଲ ଘୋଷଣା କଲେ ଅଭିଯୁକ୍ତଙ୍କୁ କୌଣସି ପ୍ରକାର ସହଯୋଗ କରାଯିବ ନାହିଁ।

୩୦ ନଭେମ୍ୱର: ଦୁଷ୍କର୍ମ ଘଟଣାର ଶୀଘ୍ର ନ୍ୟାୟ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଫାଷ୍ଟ ଟ୍ରାକ କୋର୍ଟ ଗଠନ କରିବା ପାଇଁ ଘୋଷଣା କଲେ।

୩୦ ନଭେମ୍ୱର: ଜାତୀୟ ମହିଳା କମିଶନ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଲେ। ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ।

୧ ଡିସେମ୍ୱର: ସାଇବରାବାଦ ପୁଲିସ କମିଶନର ଭିସି ସଜ୍ଜନର ତିନି ପୁଲିସ କର୍ମୀଙ୍କୁ ନିଲମ୍ୱିତ କରିଥିଲେ।

୧ ଡିସେମ୍ୱର: ସଂସଦରେ ଉଠିଲା ହାଇଦ୍ରାବାଦ ଦୁଷ୍କର୍ମ ଘଟଣା। ଦଳମତ ନିର୍ବିଶେଷରେ ସମସ୍ତ ସାଂସଦ ହାଇଦ୍ରାବାଦରେ ଯାହା ଘଟିଲା, ତାହା ଅମାନବୀୟ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ରଖିଥିଲେ।

୩ ଡିସେମ୍ୱର: ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିବାଲ କଡ଼ା ଆଇନ ଦାବି କରି ଦୁଷ୍କର୍ମ ଘଟଣାରେ ଅନଶନ କରିବେ ବୋଲି ଘୋଷଣା କରିଥିଲେ।

୬ ଡିସେମ୍ୱର: ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟରରେ ମାରିଛି। ସୂଚନା ଅନୁଯାୟୀ, ପୁଲିସ ଦୁଷ୍କର୍ମ ସ୍ଥାନକୁ ରିକ୍ରିଏସନ ପାଇଁ ଅଭିଯୁକ୍ତଙ୍କୁ ଭୋର ୩ଟା ସମୟରେ ଆଣିଥିଲା। ହେଲେ ପୁଲିସ ପାଖରୁ ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା।

Related story