ଏଆଇଡିଏମ୍‌କେକୁ ଆଶ୍ୱସ୍ତି, ୧୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ କୋର୍ଟରେ କାଏମ୍‌

ଚେନ୍ନାଇ: ୨୦୧୭ ମସିହା ସେପ୍ଟେମ୍ବର ୧୮ ତାରିଖରେ ତାମିଲନାଡ଼ୁର ୧୮ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ସେମାନଙ୍କ ସଭ୍ୟପଦ ରଦ୍ଦ କରିବାକୁ ତାମିଲନାଡ଼ୁ ବାଚସ୍ପତି ନେଇଥିବା ନିଷ୍ପତ୍ତିକୁ ମାଡ୍ରାସ୍‌ ହାଇକୋର୍ଟ କାଏମ୍‌ ରଖିଛନ୍ତି। ଶଶିକଳା-ଦିନାକରନ୍‌ ଗୋଷ୍ଠୀଙ୍କୁ ସମର୍ଥନ କରୁଥିବା କାରଣରୁ ସେମାନଙ୍କ ବିରୋଧରେ ଦଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ସେମାନେ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀଙ୍କ ନେତୃତ୍ୱକୁ ସ୍ୱୀକାର କରୁନଥିବାରୁ ସମ୍ବିଧାନର ୧୦ ପରିଚ୍ଛେଦ ଅନୁଯାୟୀ ବାଚସ୍ପତି ପି ଧନପାଳ ଏପରି ୧୮ ଜଣଙ୍କ […]

aidmk

aidmk

Subrat Kumar Nayak
  • Published: Thursday, 25 October 2018
  • Updated: 25 October 2018, 11:43 AM IST

Sports

Latest News

ଚେନ୍ନାଇ: ୨୦୧୭ ମସିହା ସେପ୍ଟେମ୍ବର ୧୮ ତାରିଖରେ ତାମିଲନାଡ଼ୁର ୧୮ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ସେମାନଙ୍କ ସଭ୍ୟପଦ ରଦ୍ଦ କରିବାକୁ ତାମିଲନାଡ଼ୁ ବାଚସ୍ପତି ନେଇଥିବା ନିଷ୍ପତ୍ତିକୁ ମାଡ୍ରାସ୍‌ ହାଇକୋର୍ଟ କାଏମ୍‌ ରଖିଛନ୍ତି। ଶଶିକଳା-ଦିନାକରନ୍‌ ଗୋଷ୍ଠୀଙ୍କୁ ସମର୍ଥନ କରୁଥିବା କାରଣରୁ ସେମାନଙ୍କ ବିରୋଧରେ ଦଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ସେମାନେ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀଙ୍କ ନେତୃତ୍ୱକୁ ସ୍ୱୀକାର କରୁନଥିବାରୁ ସମ୍ବିଧାନର ୧୦ ପରିଚ୍ଛେଦ ଅନୁଯାୟୀ ବାଚସ୍ପତି ପି ଧନପାଳ ଏପରି ୧୮ ଜଣଙ୍କ ସଭ୍ୟପଦ ରଦ୍ଦ କରିଥିଲେ। ଏହାପରେ ସେମାନେ ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେବାରୁ ନିର୍ବାଚନ କମିଶନ୍‌ ସେମାନଙ୍କ ଆସନ ଖାଲି ହୋଇଥିବା ଘୋଷଣା ଏଯାଏ କରିପାରିନଥିଲା। କିନ୍ତୁ ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ତୃତୀୟ ବିଚାରପତି ଏମ୍‌ ସତ୍ୟନାରାୟନ୍‌ଙ୍କ ରାୟ ପରେ ଉପନିର୍ବାଚନ ପାଇଁ ବାଟ ଫିଟିଯାଇଛି।

ଏଆଇଡିଏମ୍‌କେ ପକ୍ଷରୁ କୁହାଯାଇଛି, “ଧୋକାବାଜ୍‌ଙ୍କୁ ଉଚିତ ଶିକ୍ଷା ମିଳିଛି ଏବଂ ଗଣତନ୍ତ୍ରର ବିଜୟ ହୋଇଛି।” ଅନ୍ୟପକ୍ଷରେ ଟିଟିଭି ଦିନାକରନ୍‌ କହିଛନ୍ତି, ଆମେ ଏଥିରେ ପଛକୁ ହଟିବାର ନାହିଁ। ଏହା କେବଳ ଏକ ଅନୁଭୂତି। ଯାହା ସାମ୍ନାରେ ଆସିବ ଦେଖାଯିବ। ଏହି ୧୮ ବିଧାୟକଙ୍କ ସହିତ ବୈଠକ ପରେ ଯାଇ ଆଗାମୀ ପଦକ୍ଷେପ ବାବଦରେ ଘୋଷଣା କରାଯିବ।

ପୂର୍ବରୁ ଗୋଟିଏ ଆସନ ଖାଲି ହୋଇଥଇଲା ଏବଂ ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧିଙ୍କ ବିୟୋଗ ପରେ ଶୂନ୍ୟସ୍ଥାନ ସଂଖ୍ୟା ୨କୁ ବୃଦ୍ଧି ହୋଇଥିଲା। ବର୍ତ୍ତମାନ ଏକାଥରେ ୨୦ଟି ଉପନିର୍ବାଚନ ହେବ ବୋଲି ଜଣାଯାଇଛି। ଏହା ହାଇକୋର୍ଟ ରାୟ ହୋଇଥିବାରୁ ସେମାନେ ଏହା ବିରୋଧରେ ସୁପ୍ରିମ୍‌କୋର୍ଟ ଯିବାର ବିକଳ୍ପ ରହିଛି। ତାମିଲନାଡ଼ୁ ବିଧାନସଭାରେ ବାଚସ୍ପତିଙ୍କ ସମେତ ଏଆଇଡିଏମ୍‌କେର ୧୧୬ ଜଣ ବିଧାୟକ ଅଛନ୍ତି ଏବଂ ବିରୋଧୀ ଦଳର ୯୮ ସଦସ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos