ବଢ଼ିଲା ଶିବକୁମାରଙ୍କ ଇଡି ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତ ଅବଧି ମଙ୍ଗଳବାର ଯାଏ ବୃଦ୍ଧି କରିଛନ୍ତି। ଏହି ଅବସରରେ କୋର୍ଟ କହିଛନ୍ତି, ତାଙ୍କୁ ହେପାଜତରେ ରଖାଯିବା ସମୟରେ ତଦନ୍ତକାରୀ ସଂସ୍ଥା ପାଇଁ ଶିବକୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ପ୍ରାଥମିକତା ଦିଆଯିବ। କୋର୍ଟ ଇଡିର ଯୁଗ୍ମ ନିର୍ଦ୍ଦେଶକଙ୍କୁ କହିଥିଲେ, ତାଙ୍କୁ ଜେରା କରିବା ଆଗରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଦୃଷ୍ଟି ଦିଆଯିବା ଦରକାର। ଶିବକୁମାରଙ୍କ ଓକିଲ ତଥା ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ […]

DK SIVKUMAR

Subrat Kumar Nayak
  • Published: Friday, 13 September 2019
  • , Updated: 13 September 2019, 08:19 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତ ଅବଧି ମଙ୍ଗଳବାର ଯାଏ ବୃଦ୍ଧି କରିଛନ୍ତି। ଏହି ଅବସରରେ କୋର୍ଟ କହିଛନ୍ତି, ତାଙ୍କୁ ହେପାଜତରେ ରଖାଯିବା ସମୟରେ ତଦନ୍ତକାରୀ ସଂସ୍ଥା ପାଇଁ ଶିବକୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ପ୍ରାଥମିକତା ଦିଆଯିବ। କୋର୍ଟ ଇଡିର ଯୁଗ୍ମ ନିର୍ଦ୍ଦେଶକଙ୍କୁ କହିଥିଲେ, ତାଙ୍କୁ ଜେରା କରିବା ଆଗରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଦୃଷ୍ଟି ଦିଆଯିବା ଦରକାର।

ଶିବକୁମାରଙ୍କ ଓକିଲ ତଥା ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଆଜି ଶିବକୁମାରଙ୍କ ଉଚ୍ଚ ରକ୍ତଚାପ କଥା କହିବା ସହ ୯ ଦିନିଆ ଇଡି ହେପାଜତ ଅବଧି ସରୁଥିବାରୁ ଜାମିନ୍‌ ପାଇଁ ଆବେଦନ କରିଥିଲେ।

କିନ୍ତୁ ଇଡି ପକ୍ଷରୁ କୁହାଯାଇଥିଲା ଶିବକୁମାର ପଚରାଉଚରା ସମୟରେ ଛଳନାତ୍ମକ ଉତ୍ତର ରଖୁଛନ୍ତି। ତେଣୁ ହେପାଜତ ଅବଧି ଆଉ ୫ ଦିନ ବୃଦ୍ଧି କରାଯାଉ ବୋଲି ଇଡି ଦାବି କରିଥିଲା।

ଅତିରିକ୍ତ ସଲିସିଟର ଜେନେରାଲ କେଏମ୍‌ ନଟରାଜ କହିଥିଲେ, ଶିବକୁମାରଙ୍କ ବିରୋଧରେ କରାଯାଇଥିବା ତଦନ୍ତ ଅନୁଯାୟୀ କାରବାର ହୋଇଥିବା ଟଙ୍କାର ପରିମାଣ ୨୦୦ କୋଟି। ଏତଦ୍‌ବ୍ୟତୀତ ୮୦୦ କୋଟିର ବେନାମୀ ସମ୍ପତ୍ତି ମଧ୍ୟ ରହିଛି ବୋଲି ସେ କହିଥିଲେ। ଇଡି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଥିଲା, ଶିବକୁମାରଙ୍କୁ ପୂର୍ବରୁ ରେକର୍ଡ କରାଯାଇଥିବା ଅନ୍ୟ ୮ ଜଣଙ୍କ ବୟାନର ସାମ୍ନା କରାଯିବ।

ଶିବକୁମାର କୋର୍ଟକୁ କହିଥିଲେ, “ମୁଁ ଆଇନକୁ ସମ୍ମାନ କରେ ଏବଂ ଇଡିକୁ ସମସ୍ତ ତଥ୍ୟ ଦେବି। ମୋର ମାତ୍ର ୫ଟି ଆକାଉଣ୍ଟ ଅଛି, କିନ୍ତୁ ଇଡି କହୁଛି ମୋର ୩୧୭ଟି ଆକାଉଣ୍ଟ ଅଛି।”

Related story