ସିବିଆଇ ରେଡ୍‌ର ଗୋଟିଏ ଦିନ ପରେ କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ସାଂସଦ

ବେଙ୍ଗାଲୁରୁ: ସିବିଆଇ ରେଡ୍‌ର ଗୋଟିଏ ଦିନ ପରେ କର୍ଣ୍ଣାଟକା କଂଗ୍ରେସ ସାଂସଦ ଡିକେ ସୁରେଶ ଆଜି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୁରେଶଙ୍କ ଭାଇ ତଥା କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତକାଲି ସିବିଆଇ ଟିମ ଶିବ କୁମାର ଓ ଡିକେ ସୁରେଶଙ୍କ ବିଭିନ୍ନ ଠକଣାରେ ରେଡ୍ କରିଥିଲା। ସୁରେଶଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଗତକାଲି ରେଡ୍‌ରେ ସାମିଲ ଥିବା ସିବିଆଇ ଅଧିକାରୀ, ଘଟଣାସ୍ଥଳରେ ଉପସ୍ଥିତ ଥିବା ସାମ୍ବାଦିକ […]

n

Hemant Lenka
  • Published: Tuesday, 06 October 2020
  • , Updated: 06 October 2020, 06:42 PM IST

ବେଙ୍ଗାଲୁରୁ: ସିବିଆଇ ରେଡ୍‌ର ଗୋଟିଏ ଦିନ ପରେ କର୍ଣ୍ଣାଟକା କଂଗ୍ରେସ ସାଂସଦ ଡିକେ ସୁରେଶ ଆଜି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୁରେଶଙ୍କ ଭାଇ ତଥା କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତକାଲି ସିବିଆଇ ଟିମ ଶିବ କୁମାର ଓ ଡିକେ ସୁରେଶଙ୍କ ବିଭିନ୍ନ ଠକଣାରେ ରେଡ୍ କରିଥିଲା। ସୁରେଶଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଗତକାଲି ରେଡ୍‌ରେ ସାମିଲ ଥିବା ସିବିଆଇ ଅଧିକାରୀ, ଘଟଣାସ୍ଥଳରେ ଉପସ୍ଥିତ ଥିବା ସାମ୍ବାଦିକ ଓ ବନ୍ଧୁବାନ୍ଧବମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଡିକେ ସୁରେଶ କହିଛନ୍ତି, “ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋର କୌଣସି ଲକ୍ଷଣ ନାହିଁ ଓ ମୁଁ ଆଇସୋଲେସନରେ ରହିଛି। ମୋ ସଂସ୍ପର୍ଶରେ ଆସିଥିବା ମୋର ବନ୍ଧୁ ଓ ପରିବାର ଲୋକ ନିଜର ଟେଷ୍ଟ କରାଇ ନିଅନ୍ତୁ। ଏଥିସହ ସିବିଆଇ ଅଧିକାରୀ ଓ ମିଡିଆ ବନ୍ଧୁମାନେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରନ୍ତୁ।”

Related story