କରୋନା ଯୋଦ୍ଧାଙ୍କୁ ଘରେ ପୂରାଇ ବାହାରୁ ଲକ୍‌ କରିଦେଲେ ପଡ଼ୋଶୀ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରି କରି ନିଜେ ଭାଇରସରେ ସଂକ୍ରମିତ ହୋଇ ପଡ଼ିଥିବା ଜଣେ ମହିଳା ଡାକ୍ତର ବା କୋଭିଡ-ଯୋଦ୍ଧା ଏବେ ନିର୍ଯାତନାର ଶିକାର ହୋଇଛନ୍ତି। ମହିଳା ଡାକ୍ତର ଜଣଙ୍କ ରହୁଥିବା ଘରର ପଡ଼ୋଶୀ ତାଙ୍କୁ ବାହାରୁ ଲକ କରିଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ଉକ୍ତ କାଣ୍ଡଭିଆଇଥିବା ପଡ଼ୋଶୀଙ୍କ ନାଁରେ ମାମଲା ରୁଜୁ କରିଛି। ଦିଲ୍ଲୀରେ କୋଭିଡ ଯୋଦ୍ଧାଙ୍କ ସହ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦିଲ୍ଲୀର ଏକ ସରକାରୀ […]

eq

Hemant Lenka
  • Published: Saturday, 16 May 2020
  • , Updated: 16 May 2020, 02:04 PM IST

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରି କରି ନିଜେ ଭାଇରସରେ ସଂକ୍ରମିତ ହୋଇ ପଡ଼ିଥିବା ଜଣେ ମହିଳା ଡାକ୍ତର ବା କୋଭିଡ-ଯୋଦ୍ଧା ଏବେ ନିର୍ଯାତନାର ଶିକାର ହୋଇଛନ୍ତି। ମହିଳା ଡାକ୍ତର ଜଣଙ୍କ ରହୁଥିବା ଘରର ପଡ଼ୋଶୀ ତାଙ୍କୁ ବାହାରୁ ଲକ କରିଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ଉକ୍ତ କାଣ୍ଡଭିଆଇଥିବା ପଡ଼ୋଶୀଙ୍କ ନାଁରେ ମାମଲା ରୁଜୁ କରିଛି। ଦିଲ୍ଲୀରେ କୋଭିଡ ଯୋଦ୍ଧାଙ୍କ ସହ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଦିଲ୍ଲୀର ଏକ ସରକାରୀ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ। ତେବେ ଲୋକଙ୍କ ଚିକିତ୍ସା କରୁ କରୁ ସେ ବି ଏହି ଭାଇରସରେ ସଂକ୍ରମିତ ହୋଇଥିଲେ। ତେବେ ଚିକିତ୍ସା ପରେ ସେ ବୁଧବାର ତାଙ୍କ ଫ୍ଲାଟକୁ ଫେରିଥିଲେ। କିନ୍ତୁ ସେ ଘରକୁ ଯିବା ବେଳେ ତାଙ୍କ ପାଖ ରୁମରେ ରହୁଥିବା ମନୀଷ ନାମକ ଜଣେ ବ୍ୟକ୍ତି ତାଙ୍କୁ ଘର ଖାଲି କରିବାକୁ ଧମକ ଦେଇଥିଲେ।

ଏଥିସହ ସେ ମହିଳା ଡାକ୍ତରଙ୍କ ସହ ଯୁକ୍ତି କରିବା ସହ ତାଙ୍କୁ ଘରେ ପୂରାଇ ବାହାରୁ ଲକ କରିଦେଇଥିଲେ। ଡାକ୍ତର ଜଣଙ୍କ କହିଛନ୍ତି, ଅପରାହ୍ଣ ପ୍ରାୟ ୪.୩୦ରେ ମନୀଷ ମୋ ପାଖକୁ ଆସିବା ସହ ମୋତେ ଘର ଖାଲି କରିବାକୁ କହିଥିଲେ। ମୁଁ ପ୍ରଶ୍ନ କରିବାରୁ ସେ ମୋ ସହ ଯୁକ୍ତି କରିବା ସହ ଚିତ୍କାର କରିଥିଲେ।

ମୁଁ ତାଙ୍କୁ କହିଥିଲି ଯେ ଦୁଇ ଥର ମୋ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ମୁଁ ସୁସ୍ଥ ହୋଇଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତଥାପି ସେ କିଛି ଶୁଣି ନଥିଲେ ବରଂ ମୋ ଉପରେ ଚିତ୍କାର କରି ଚାଲିଥିଲେ।

ସେ ମୋତେ କହିଥିଲେ, ମୁଁ ଦେଖିବି ତୁ ଏଠି କେମିତି ରହିବୁ? ତୁ ଯାହାକୁ ଫୋନ କରୁଛୁ କରେ, ହେଲେ ତୁ ଏଠି ରହିପାରିବୁ ନାହିଁ।
ଡାକ୍ତରଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମନୀଷ ନାମକ ବ୍ୟକ୍ତିଙ୍କ ନାଁରେ ଏକ ମାମଲା ରୁଜୁ କରିଛି।

Related story