ନିର୍ଦ୍ଦୟ ମଣିଷ: କୁକୁରକୁ ମନଇଚ୍ଛା ପିଟିଲେ, ଚେନ୍‌ରେ ଝୁଲାଇ ହତ୍ୟା କଲେ

ଭୋପାଲ: ମଧ୍ୟପ୍ରଦେଶରେ ଏକ ଘୃଣ୍ୟ ଓ ଦୃଦୟ ବିଦାରକ ଘଟଣା ଘଟିଛି। ୩ ଜଣ ଯୁବକ ଚେନରେ ବନ୍ଧା ହୋଇଥିବା ପୋଷା କୁକୁରକୁ ଅତ୍ୟନ୍ତ ଅମାନୁଷିକ ଓ ଭୟଙ୍କର ଢଙ୍ଗରେ ହତ୍ୟା କରିଛନ୍ତି। ସେମାନେ ପ୍ରଥମେ କୁକୁରଟିକୁ ପ୍ରବଳ ପିଟିଥିଲେ। ଶେଷରେ ତା’ ବେକରେ ବନ୍ଧା ଯାଇଥିବା ଚେନ୍‌ ଦ୍ୱାରା ଝୁଲାଇ ରଖି ଅତ୍ୟନ୍ତ ଭୟଙ୍କର ଭାବେ ତାକୁ ମାରିଦେଇଛନ୍ତି। କୁକୁରୁଟିକୁ ପାଳିଥିବା ମାଲିକଙ୍କ ସାମ୍ନାରେ ଏସବୁ ଘଟିଥିଲା। ସେ ୩ ଯୁବକଙ୍କୁ କୁକୁରଟିକୁ ଛାଡ଼ି ଦେବାକୁ […]

vs

Hemant Lenka
  • Published: Thursday, 21 May 2020
  • , Updated: 21 May 2020, 02:48 PM IST

ଭୋପାଲ: ମଧ୍ୟପ୍ରଦେଶରେ ଏକ ଘୃଣ୍ୟ ଓ ଦୃଦୟ ବିଦାରକ ଘଟଣା ଘଟିଛି। ୩ ଜଣ ଯୁବକ ଚେନରେ ବନ୍ଧା ହୋଇଥିବା ପୋଷା କୁକୁରକୁ ଅତ୍ୟନ୍ତ ଅମାନୁଷିକ ଓ ଭୟଙ୍କର ଢଙ୍ଗରେ ହତ୍ୟା କରିଛନ୍ତି। ସେମାନେ ପ୍ରଥମେ କୁକୁରଟିକୁ ପ୍ରବଳ ପିଟିଥିଲେ।

ଶେଷରେ ତା’ ବେକରେ ବନ୍ଧା ଯାଇଥିବା ଚେନ୍‌ ଦ୍ୱାରା ଝୁଲାଇ ରଖି ଅତ୍ୟନ୍ତ ଭୟଙ୍କର ଭାବେ ତାକୁ ମାରିଦେଇଛନ୍ତି। କୁକୁରୁଟିକୁ ପାଳିଥିବା ମାଲିକଙ୍କ ସାମ୍ନାରେ ଏସବୁ ଘଟିଥିଲା। ସେ ୩ ଯୁବକଙ୍କୁ କୁକୁରଟିକୁ ଛାଡ଼ି ଦେବାକୁ ନେହୁରା ହୋଇଥିଲେ ହେଁ ଅବିବେକି ୩ ଯୁବକ ଆଦୌ ଏହାକୁ ଖାତିର କରି ନଥିଲେ।

ଭୋପାଲର ବାଲାଜୀ ନଗର ଅନ୍ତର୍ଗତ ରାତିବାଦ ଅଞ୍ଚଳରେ ଏହି ଘଟଣା ଘଟିଛି। କୁକୁରଟି ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କାମୁଡ଼ି ଦେଇଥିଲେ। ତେବେ କୁକୁରଟି ପୋଷା ଯାଉଥିବାରୁ ତା’ ଦାନ୍ତରେ କୌଣସି ବିଷ ନାହିଁ ବୋଲି ମାଲିକ ଜଣଙ୍କ ଉକ୍ତ ଯୁବକଙ୍କୁ ବୁଝାଇଥିଲେ। ହେଲେ ଯୁବକ ଜଣଙ୍କ କିଛି ବୁଝି ନଥିଲେ।

ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପରେ ଦୁଇ ଜଣ ସାଙ୍ଗଙ୍କୁ ନେଇ ଯୁବକ ଜଣଙ୍କ ପୁଣିଥରେ ସେଠାରେ ପହଞ୍ଚିଥିଲେ। ସେମାନେ ଜୋରଜବରଦସ୍ତ କୁକୁରଟିକୁ ପାଳିଥିବା ବ୍ୟକ୍ତିଙ୍କ ଘରେ ପ୍ରବେଶ କରିଥିଲେ। ଏହାକୁ ବ୍ୟକ୍ତି ଜଣଙ୍କ ବାଧା ଦେଇଥିଲେ ହେଁ ସେମାନେ କିଛି ବି ଶୁଣି ନଥିଲେ।

ଏହି ସମୟରେ ସେମାନେ ଚେନ୍‌ରେ ବନ୍ଧା ହୋଇଥିବା କୁକୁରଟିକୁ ମନଇଚ୍ଛା ପିଟିଥିଲେ। କୁକୁର ଓ ତା’ ମାଲିକ ଯେତେ ଚିତ୍କାର କରିଥିଲେ ହେଁ ସେମାନେ ଶୁଣି ନଥିଲେ। ସେତିକିରେ ସେମାନଙ୍କ ମନ ଶାନ୍ତି ହୋଇ ନଥିଲା। ୩ ଜଣ ଯାକ ଯୁବକ କୁକୁରଟିକୁ ସେହି ଚେନ ଦ୍ୱାରା ଫାଶୀ ଦେବା ଭଳି ଝୁଲାଇ ରଖିଥିଲେ।

କୁକୁରର ଏପରି ଅବସ୍ଥା ଦେଖି ମାଲିକ ଜଣଙ୍କ ସେମାନଙ୍କ ଗୋଡ଼ ତଳେ ପଡ଼ିଥିଲେ। ହେଲେ ଏହି ଯୁବକମାନେ କୁକୁରଟି ପ୍ରାଣ ହରାଇଲା ପର୍ଯ୍ୟନ୍ତ ତା’କୁ ଝୁଲାଇ ରଖିଥିଲେ। ଶେଷରେ କୁକୁରଟି ଚିତ୍କାର କରି ନିସ୍ତେଜ ହୋଇଯାଇଥିଲା।

କୁକୁରଟି ପ୍ରାଣ ହରାଇବା ଜଣାପଡ଼ିବା ପରେ ୩ ଯୁବକ ତା’ର ମୃତଦେହକୁ ନିଜ ସାଙ୍ଗରେ ନେଇ ଫେରାର ହୋଇଯାଇଛନ୍ତି। ପୁଲିସ୍‌ କୁକୁରଟିକୁ ପାଳିଥିବା ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରି ତଦନ୍ତ କରିଛି।

Related story