ସହରରେ କୁକୁର ମାଂସ ବିକ୍ରି: ଗୁଜବ ପରେ ତନାଘନା ଜୋର୍‌

କୋଲକାତାରେ କୁକୁର ମାଂସ ବିକ୍ରିକୁ ନେଇ ଆତଙ୍କ। ସହରର ବିଭିନ୍ନ ଅଞ୍ଚଳର ହୋଟେଲ୍ ଏବଂ ରେଷ୍ଟୁରାଣ୍ଟରେ ମଲା କୁକର ମାଂସ ବିକ୍ରି ହେଉଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଏପରିକି ବିଭିନ୍ନ ବସ୍ତି ଏବଂ ଡପିଙ୍ଗ ୟାଡରେ ପଡ଼ି ରହୁଥିବା ମାଂସକୁ ହୋଟେଲରେ ବିକ୍ରି କରାଯାଉଥିବା ନେଇ ଖବର ପ୍ରଚାରିତ ହୋଇଛି। ଯାହାକୁ ନେଇ ତତ୍ପରତା ଦେଖାଇଛନ୍ତି ପଶ୍ଚିମବଙ୍ଗ ସରକାର। ଘଟଣାକୁ ଗମ୍ଭୀରତା ସହ ନେଇ ମହଜୁଦ୍ ଥିବା ମାଂସ ବିକ୍ରି ଉପରେ ଜାରି ହୋଇଛି କଟକଣା। […]

24MA-CITY-STRAY_DO_2468314f

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 07:35 PM IST

କୋଲକାତାରେ କୁକୁର ମାଂସ ବିକ୍ରିକୁ ନେଇ ଆତଙ୍କ। ସହରର ବିଭିନ୍ନ ଅଞ୍ଚଳର ହୋଟେଲ୍ ଏବଂ ରେଷ୍ଟୁରାଣ୍ଟରେ ମଲା କୁକର ମାଂସ ବିକ୍ରି ହେଉଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଏପରିକି ବିଭିନ୍ନ ବସ୍ତି ଏବଂ ଡପିଙ୍ଗ ୟାଡରେ ପଡ଼ି ରହୁଥିବା ମାଂସକୁ ହୋଟେଲରେ ବିକ୍ରି କରାଯାଉଥିବା ନେଇ ଖବର ପ୍ରଚାରିତ ହୋଇଛି। ଯାହାକୁ ନେଇ ତତ୍ପରତା ଦେଖାଇଛନ୍ତି ପଶ୍ଚିମବଙ୍ଗ ସରକାର। ଘଟଣାକୁ ଗମ୍ଭୀରତା ସହ ନେଇ ମହଜୁଦ୍ ଥିବା ମାଂସ ବିକ୍ରି ଉପରେ ଜାରି ହୋଇଛି କଟକଣା। ଏହାସହ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏନେଇ ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ। ରେଜିଷ୍ଟର ସଂସ୍ଥାଠୁ ହିଁ ମାଂସ କିଣିବା ପାଇଁ ପରାମର୍ଶ ଜାରି ହୋଇଛି। ସେପଟେ ଏନେଇ ପ୍ରତିକ୍ରିୟା ରଖିଛି ପୂର୍ବ ଭାରତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ। ଏହାକୁ ଅପ୍ରଚାର କହିବା ସହ ରାଜ୍ୟ ସରକାର ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି। ଘଟଣା ପରେ ରାଜ୍ୟରେ ମାଂସ ବିକ୍ରି ପ୍ରାୟ ୮୦ ପ୍ରତିଶତ ହ୍ରାସ ପାଇଥିବା ସୂଚନା ମିଳିଛି। ଏହାଛଡ଼ା ଘଟଣାକୁ ନେଇ ୧୦ ଜଣକୁ ଗିରଫ କରିଛି ପୋଲିସ।

Related story