କୁଆଁରୀ ମା’ ପୋତିଦେଇଥିବା ଶିଶୁକୁ ଉଦ୍ଧାର କଲା କୁକୁର

ବ୍ୟାଙ୍ଗକକ୍‌: କୁଆଁରୀ ମା’ ପୋତି ଦେଇ ଯାଇଥିବା ସଦ୍ୟଜନ୍ମିତ ଶିଶୁକୁ ମାଟିତଳୁ ଉଦ୍ଧାର କରିଥିବା କୁକୁର ଏବେ ବେଶ ଚର୍ଚ୍ଚାରେ। ଥାଇଲ୍ୟାଣ୍ଡରେ ଏଭଳି ଏକ ଘଟଣା ଘଟିଛି, ଯେଉଁଥିରେ ଏକ ଫାର୍ମ ଭିତରେ ପୋତାଯାଇଥିବା ଶିଶୁକୁ କୁକୁରଟି ସେହିଦିନ ହିଁ ଉଦ୍ଧାର କରିଛି। କୁକୁରଟିର ନାଁ ପିଙ୍ଗପଙ୍ଗ ବୋଲି ଜଣାପଡ଼ିଛି। କୁକୁରଟି ଉକ୍ତ ସ୍ଥାନ ଖୋଳିବା ସହ ଜୋରରେ ଭୁକି ତା ମାଲିକଙ୍କୁ ଡାକିଥିଲା। ଯାହାଫଳରେ ମାଲିକ ଉତ୍ସୁକତାର ସହ ସେହି ସ୍ଥାନରେ ପହଞ୍ଚିଥିଲେ। ପୁଲିସ କହିବା […]

dog

Subrat Kumar Nayak
  • Published: Saturday, 18 May 2019
  • , Updated: 18 May 2019, 10:46 PM IST

ବ୍ୟାଙ୍ଗକକ୍‌: କୁଆଁରୀ ମା’ ପୋତି ଦେଇ ଯାଇଥିବା ସଦ୍ୟଜନ୍ମିତ ଶିଶୁକୁ ମାଟିତଳୁ ଉଦ୍ଧାର କରିଥିବା କୁକୁର ଏବେ ବେଶ ଚର୍ଚ୍ଚାରେ। ଥାଇଲ୍ୟାଣ୍ଡରେ ଏଭଳି ଏକ ଘଟଣା ଘଟିଛି, ଯେଉଁଥିରେ ଏକ ଫାର୍ମ ଭିତରେ ପୋତାଯାଇଥିବା ଶିଶୁକୁ କୁକୁରଟି ସେହିଦିନ ହିଁ ଉଦ୍ଧାର କରିଛି। କୁକୁରଟିର ନାଁ ପିଙ୍ଗପଙ୍ଗ ବୋଲି ଜଣାପଡ଼ିଛି।

କୁକୁରଟି ଉକ୍ତ ସ୍ଥାନ ଖୋଳିବା ସହ ଜୋରରେ ଭୁକି ତା ମାଲିକଙ୍କୁ ଡାକିଥିଲା। ଯାହାଫଳରେ ମାଲିକ ଉତ୍ସୁକତାର ସହ ସେହି ସ୍ଥାନରେ ପହଞ୍ଚିଥିଲେ। ପୁଲିସ କହିବା ଅନୁଯାୟୀ, ମା’ଟି ଶିଶୁକୁ ପୋତିଦେଇ ଯିବାର ଅଳ୍ପ କ୍ଷଣ ମଧ୍ୟରେ କୁକୁର ଏହାକୁ ଠାବ କରିଥିଲା। ତେଣୁ ସେ ଶିଶୁକୁ ଜୀବିତାବସ୍ଥାରେ ଉଦ୍ଧାର କରାଯାଇ ପାରିଲା।

ବର୍ତ୍ତମାନ ଛୁଆଟି ମେଡିକାଲରେ ଚିକିତ୍ସାଧୀନ ଅଛି ଏବଂ ସୁସ୍ଥ ହେଉଛି। କୁଆଁରୀ ମା'କୁ ଚିହ୍ନଟ କରାଯାଇ ତା' ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ତାକୁ ମାତ୍ର ୧୫ ବର୍ଷ ବୋଲି ଜଣାପଡ଼ିଛି। ସେ ବାପା ମା’ଙ୍କ ଡରରେ ଏଭଳି କରିଥିବା ପୁଲିସ୍‌ କହିଛି।

ସୋଶାଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେଉଥିବାବେଳେ ଜଣେ ୟୁଜର ଲେଖିଛନ୍ତି, କୁକୁର ହିଁ ମଣିଷର ପ୍ରକୃତ ବନ୍ଧୁ।

Related story