ନାଗ ସାପ ସହ ଲଢ଼ି ମାଲିକର ଜୀବନ ବଞ୍ଚାଇଲା କୁକୁର
ପାଟଣା: ଆଜିକାଲି ସହଜରେ କାହାକୁ ଭରସା କରିହେଉନାହିଁ। କେଉଁଠି ଭାଇ ଭାଇର ଶତ୍ରୁ ପାଲଟିଯାଉଛି ତ କେଉଁଠି ପୁଅ ବାପର ଶତ୍ରୁ ପାଲଟୁଛି। ଯେଉଁ ସମୟରେ ମଣିଷ ଉପରେ ଭରସା କରିହେଉ ନାହିଁ ସେହି ସମୟରେ ଏକ କୁକୁର ପାଲଟିଛି ବିଶ୍ୱସନୀୟତାର ଏକ ଜ୍ୱଳନ୍ତ ଉଦାହରଣ, ଯିଏ ନିଜ ପ୍ରାଣର ଆହୁତି ଦେଇ ମାଲିକର ପରିବାରକୁ ଜୀବନ ଦାନ ଦେଇଛି। ଘଟଣାଟି ହେଉଛି ବିହାରର ମହାରାଜଗଞ୍ଜ ଅଞ୍ଚଳର। ମୁକେଶ ପାଣ୍ଡେ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଘରେ […]
ପାଟଣା: ଆଜିକାଲି ସହଜରେ କାହାକୁ ଭରସା କରିହେଉନାହିଁ। କେଉଁଠି ଭାଇ ଭାଇର ଶତ୍ରୁ ପାଲଟିଯାଉଛି ତ କେଉଁଠି ପୁଅ ବାପର ଶତ୍ରୁ ପାଲଟୁଛି। ଯେଉଁ ସମୟରେ ମଣିଷ ଉପରେ ଭରସା କରିହେଉ ନାହିଁ ସେହି ସମୟରେ ଏକ କୁକୁର ପାଲଟିଛି ବିଶ୍ୱସନୀୟତାର ଏକ ଜ୍ୱଳନ୍ତ ଉଦାହରଣ, ଯିଏ ନିଜ ପ୍ରାଣର ଆହୁତି ଦେଇ ମାଲିକର ପରିବାରକୁ ଜୀବନ ଦାନ ଦେଇଛି।
ଘଟଣାଟି ହେଉଛି ବିହାରର ମହାରାଜଗଞ୍ଜ ଅଞ୍ଚଳର। ମୁକେଶ ପାଣ୍ଡେ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଘରେ ଏକ କୁକୁର ପାଳିଥିଲେ। କୁକୁରଟି ଭାରି ବିଶ୍ୱସ୍ତ ଥିଲା। ମୁକେଶ ମଧ୍ୟ ତାକୁ ଅତି ଭଲ ପାଉଥିଲେ। ସବୁଦିନ ପରି ଗତ ଗୁରୁବାର ରାତିରେ ମୁକେଶଙ୍କ ଘରେ ସମସ୍ତେ ଶୋଇଥିବା ବେଳେ କୁକୁରଟି ବାହାରେ ଘର ଜଗୁଥିଲା। କିନ୍ତୁ କାଲି ସକାଳେ ମୁକେଶ ଉଠି ବାହାରକୁ ଆସି ଯାହା ଦେଖିଲେ ତାହା ସେ ସହଜରେ ବିଶ୍ୱାସ କରିପାରିଲେ ନାହିଁ।
ମୁକେଶ ଦେଖିଲେ ଯେ ତାଙ୍କ ପ୍ରିୟ କୁକୁର ମରି ତଳେ ପଡ଼ିଛି। ଆଉ ତା ପାଖରେ ପଡ଼ିଛି ଏକ ବିଷାକ୍ତ ନାଗ ସାପର ମୃତ ଦେହ। ଏସବୁ ଦେଖି ଅନୁମାନ କରାଯାଇପାରୁଥିଲା ଯେ ରାତିରେ ସେହି ବିଷାକ୍ତ ସାପଟି ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିଲା। ଆଉ କୁକୁରଟି ତା ଜୀବନକୁ ବାଜି ଲଗାଇ ସାପଟିକୁ ଘର ଭିତରକୁ ପ୍ରବେଶ କରିବାରୁ ରୋକିଥିଲା। ହେଲେ ଦୁଃଖର କଥା ଯେ ସାପର ଚୋଟରୁ ସେ ବର୍ତ୍ତିପାରି ନଥିଲା। ଫଳରେ ତାର ଜୀବନ ଚାଲିଯାଇଥିଲା। ହେଲେ ସବୁଠୁ ବଡ଼ କଥା ହେଉଛି କୁକୁରଟି ମରିଯିବା ପୂର୍ବରୁ ମାଲିକ ଓ ତାଙ୍କ ପରିବାରର ସୁରକ୍ଷା ନିଶ୍ଚିତ କରିବାକୁ ଯାଇ ସାପଟିକୁ ମାରିଦେଇଥିଲା। ବୋଧହୁଏ ଏଥିପାଇଁ କୁହାଯାଏ କୁକୁର ହିଁ ଦୁନିଆର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ।