ହାତରେ ହାତ ରଖି ତାଜମହଲ ବୁଲିଲେ ଟ୍ରମ୍ପ-ମେଲାନିଆ

ଆଗ୍ରା: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଅହମଦାବାଦ ଓ ପରେ ଆଗ୍ରା ଯାଇଛନ୍ତି। ଆଗ୍ରାରେ ଥିବା ପ୍ରେମର ପ୍ରତୀକ ତାଜମହଲରେ ଟ୍ରମ୍ପ ଓ ପତ୍ନୀ ମେଲାନିଆ ବୁଲି ଏହାକୁ ଉପଭୋଗ କରିଛନ୍ତି। ତାଜମହଲ ବୁଲିବା ସମୟରେ ଟ୍ରମ୍ପ ଓ ମେଲାନିଆ ପରସ୍ପରର ହାତ ଧରି ଚାଲିଥିଲେ। ଏପରି କି ତାଜ ମହଲର ମନୋରମ ଦୃଶ୍ୟକୁ ଉପଭୋଗ କରିବା ବେଳେ ଏହାକୁ କ୍ୟାମେରା ଲେନ୍ସରେ କଏଦ କରିଥିଲେ। ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ […]

trump-agra-visit

Hemant Lenka
  • Published: Monday, 24 February 2020
  • , Updated: 24 February 2020, 06:14 PM IST

ଆଗ୍ରା: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଅହମଦାବାଦ ଓ ପରେ ଆଗ୍ରା ଯାଇଛନ୍ତି। ଆଗ୍ରାରେ ଥିବା ପ୍ରେମର ପ୍ରତୀକ ତାଜମହଲରେ ଟ୍ରମ୍ପ ଓ ପତ୍ନୀ ମେଲାନିଆ ବୁଲି ଏହାକୁ ଉପଭୋଗ କରିଛନ୍ତି। ତାଜମହଲ ବୁଲିବା ସମୟରେ ଟ୍ରମ୍ପ ଓ ମେଲାନିଆ ପରସ୍ପରର ହାତ ଧରି ଚାଲିଥିଲେ। ଏପରି କି ତାଜ ମହଲର ମନୋରମ ଦୃଶ୍ୟକୁ ଉପଭୋଗ କରିବା ବେଳେ ଏହାକୁ କ୍ୟାମେରା ଲେନ୍ସରେ କଏଦ କରିଥିଲେ।

ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ତାଙ୍କ ସ୍ୱାମୀ ବି ଆଜି ତାଜ ମହଲରେ ବୁଲି ଫଟୋ ଶୁଟ କରିଛନ୍ତି। ଏଥିସହ ଟ୍ରମ୍ପ ଓ ମେଲାନିଆ ତାଜ ମହଲ ନୋଟ୍‌ରେ ମଧ୍ୟ ଦସ୍ତଖତ କରି ନିଜର ମତାମତା ଉଲ୍ଲେଖ କରିଛନ୍ତି।

ଠିକ୍‌ ସନ୍ଧ୍ୟା ୫ଟାରେ ଟ୍ରମ୍ପ ଓ ମେଲାନିଆ ଅହମଦବାଦରୁ ଏୟାରଫୋର୍ସ ୱାନ ବିମାନରେ ଆଗ୍ରା ଠାରେ ପହଞ୍ଚିଥିଲେ। ଏଠାରେ ଉଭୟଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ସ୍ୱାଗତ କରିଥିଲେ। ଏହାପରେ ଟ୍ରମ୍ପ, ମେଲାନିଆ, ଇଭାଙ୍କା ଓ ତାଙ୍କ ସ୍ୱାମୀ ଏବଂ ଅଧିକାରୀମାନେ ତାଜ ମହଲ ଯାଇଥିଲେ।

ତାଜ ମହଲର ଗାର୍ଡେନ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତକୁ ଟ୍ରମ୍ପ ପରିବାର ଉପଭୋଗ କରିଥିଲେ। ଟ୍ରମ୍ପ ଓ ମେଲାନିଆ ତାଜ ମହଲ ନୋଟରେ ଲେଖିଛନ୍ତି ଯେ ତାଜ ମହଲର ପରିବେଶ ଦେଖି ମୁଁ ହତବାକ। ଭାରତୀୟ କଳା ଓ ସଂସ୍କୃତିର ଏହା ଅତି ସୁନ୍ଦର ନମୁନା। ଧନ୍ୟବାଦ ଭାରତ।”

ତାଜ ମହଲର ଏକାଧିକ ଅଞ୍ଚଳ ବୁଲିବା ବେଳେ ଟ୍ରମ୍ପ ଓ ମେଲାନିଆଙ୍କ ସହ ଜଣେ ଗାଇଡ୍‌ ରହିଥିଲେ। ସେ ତାଜ ମହଲର ବିଭିନ୍ନ ସ୍ଥାନ ସମ୍ପର୍କରେ ସେମାନଙ୍କୁ ବୁଝାଇଥିଲେ। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରମ୍ପ ଓ ତାଙ୍କ ପରିବାର ତାଜ ମହଲ ମଧ୍ୟରେ ବିତାଇଛନ୍ତି।

Related story