କରୋନା କବଳରେ ଟ୍ରମ୍ପ ଦମ୍ପତି

ୱାଶିଂଟନ: ନଭେମ୍ବର ୩ ତାରିଖରେ ହେବାକୁ ଥିବା ଯୁକ୍ତରାଷ୍ଟ୍ର ଆମେରିକା ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିଥିବା  ସୂଚନା ଦେଲେ ଡୋନାଲ୍ଡ ଟ୍ରମ୍ପ୍। Tonight, @FLOTUS and I tested positive for COVID-19. We will begin our quarantine and recovery process immediately. We will get through this TOGETHER! […]

trump

Niharika Rout
  • Published: Friday, 02 October 2020
  • , Updated: 02 October 2020, 11:57 AM IST

ୱାଶିଂଟନ: ନଭେମ୍ବର ୩ ତାରିଖରେ ହେବାକୁ ଥିବା ଯୁକ୍ତରାଷ୍ଟ୍ର ଆମେରିକା ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିଥିବା  ସୂଚନା ଦେଲେ ଡୋନାଲ୍ଡ ଟ୍ରମ୍ପ୍।

ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ ପଜିଟିଭ ଚିହ୍ନଟ ହେବା ପରେ ଟ୍ରମ୍ପ ଦମ୍ପତି କରୋନା ଟେଷ୍ଟ କରାଇଥିଲେ। ଯାହାକି ପଜିଟିଭ ଆସିଛି।

ଗହଳି ଏଡ଼ାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ସତ୍ତ୍ୱେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଟ୍ରମ୍ପ ଦେଶର ବିଭିନ୍ନ ସ୍ଥାନରେ ସଭାସମିତିରେ ଯୋଗ ଦେଉଛନ୍ତି। ଏହି ସମୟରେ ତାଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ ମଧ୍ୟ ଉପସ୍ଥିତ ରହୁଛନ୍ତି।  ଫଳରେ ଏବେ ଉଭୟ କରୋନା ଦ୍ୱାରା କବଳିତ ହୋଇଥିବା ଜଣାଯାଇଛି।  ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ଯୋଗୁ ନଭେମ୍ବର ୩ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ପ୍ରତିବନ୍ଧକ ଲାଗିବା ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, କରୋନା ଯୋଗୁ ପ୍ରଭାବିତ ଦେଶ ତାଲିକାରେ ନମ୍ବର-୧ରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ଏହି ବିକଶିତ ଦେଶରେ ପ୍ରାୟ ୭୫ ଲକ୍ଷ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ସାରିଥିବା ବେଳେ  ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଆଖି ବୁଜି ସାରିଲେଣି।  କରୋନାରେ ପରିଚାଳନା ତ୍ରୁଟି ଯୋଗୁ ଏତେ ସଂଖ୍ୟକ ଲୋକ ପ୍ରଭାବିତ ହୋଇଥିବାରୁ ଏହା ଟ୍ରମ୍ପ ପ୍ରଶାସନର ବଡ଼ ବିଫଳତା ବୋଲି ଆଲୋଚନା ହେଉଛି।

ଅପରପକ୍ଷେ  ନିଜଜେ ଡୋନାଲ୍ଡ ଟ୍ରମ୍ପ କରୋନା ମହାମାରୀ ବ୍ୟାପିବାର ବହୁ ଦିନ ପର୍ଯ୍ୟନ୍ତ ମାସ୍କ ବ୍ୟବହାର କରି ନ ଥିଲେ। ଦେଶର ରାଷ୍ଟ୍ରପତିଙ୍କ ଏପରି ଖାମଖିଆଲ ମନୋଭାବକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯିବା ପରେ ସେ ମାସ୍କ ବ୍ୟବହାର କରିବା ଆରମ୍ଭ କଲେ।  ଏହାପରେ ବିଭିନ୍ନ ସମୟରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସୁଥିବା ବେଳେ ଏଥର ପଜିଟିଭ ଆସିଥିବା ଜଣାଯାଇଛି।

Related story