କରୋନା ସଂକ୍ରମଣ ଭିତରେ ମାସ୍କ ପିନ୍ଧିବାକୁ ମନାକଲେ ଟ୍ରମ୍ପ

ୱାଶିଂଟନ: ମହାମାରୀ କରୋନା ଭାଇରସ ଆମେରିକାରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲେ ହେଁ ମାସ୍କ ପିନ୍ଧିବାକୁ ମନା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେହିପରି ଦେଶରେ ସବୁ କିଛି ଖୋଲିଦେଲେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ ଆଶଙ୍କା କରିଛନ୍ତି। ଏକ ନ୍ୟୁଜ ଚ୍ୟାନେଲ ପକ୍ଷରୁ ଟ୍ରମ୍ପକୁ ପଚରା ଯାଇଥିଲେ ଯେ କ’ଣ ଆପଣ ସାମାଜିକ ଦୂରତା ନିୟମକୁ ପ୍ରତ୍ୟାହର କରି ଅର୍ଥନୀତି କାର୍ଯ୍ୟକଳାପ ଆରମ୍ଭ କରିବାକୁ ଚେଷ୍ଟା କରିବେ କି? ଏହାର ଉତ୍ତର ଦେଇ ଟ୍ରମ୍ପ […]

dd

Hemant Lenka
  • Published: Wednesday, 06 May 2020
  • , Updated: 06 May 2020, 04:31 PM IST

ୱାଶିଂଟନ: ମହାମାରୀ କରୋନା ଭାଇରସ ଆମେରିକାରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲେ ହେଁ ମାସ୍କ ପିନ୍ଧିବାକୁ ମନା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେହିପରି ଦେଶରେ ସବୁ କିଛି ଖୋଲିଦେଲେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ ଆଶଙ୍କା କରିଛନ୍ତି।

ଏକ ନ୍ୟୁଜ ଚ୍ୟାନେଲ ପକ୍ଷରୁ ଟ୍ରମ୍ପକୁ ପଚରା ଯାଇଥିଲେ ଯେ କ’ଣ ଆପଣ ସାମାଜିକ ଦୂରତା ନିୟମକୁ ପ୍ରତ୍ୟାହର କରି ଅର୍ଥନୀତି କାର୍ଯ୍ୟକଳାପ ଆରମ୍ଭ କରିବାକୁ ଚେଷ୍ଟା କରିବେ କି? ଏହାର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, ହଁ ଏହା ସମ୍ଭବ ହେଲେ। କେବଳ କିଛି ସ୍ଥାନ ପାଇଁ ଏପରି ନିୟମ ଲାଗୁ କରାଯାଇପାରେ। କାରଣ କେହି ବି ଗୋଟିଏ ଘରେ କିମ୍ବା ଆପାର୍ଟମେଣ୍ଟରେ ବନ୍ଦୀ ହୋଇ ରହିବାକୁ ଚାହାନ୍ତି ନାହିଁ।

ଯଦି ଆମେ ଅର୍ଥନୀତି ପାଇଁ ଦେଶକୁ ଖୋଲିଦେବକୁ, ତା’ହେଲେ ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇବେ। ତେଣୁ ଆମକୁ ସବୁ କିଛି ବିଚାର କରି ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କରୋନା ସଂକ୍ରମଣ ପରେ ଟ୍ରମ୍ପ ପ୍ରଥମଥର ପାଇଁ ଏରିଜୋନାରେ ଥିବା ମେଡିକାଲ ମାସ୍କ ଉତ୍ପାଦନ କମ୍ପାନୀ ଗସ୍ତ କରିଛନ୍ତି। ତେବେ ସେ ସର୍ବସମ୍ମୁଖରେ ମାସ୍କ ପିନ୍ଧିବାକୁ ମନା କରିଦେଇଛନ୍ତି। ସେ ଫେସ ମାସ୍କ ନ ପିନ୍ଧି ମାସ୍କ ଉତ୍ପାଦନ କାରଖାନା ପରିଦର୍ଶନ କରିବାରୁ ଏହାକୁ ନେଇ ଟ୍ରମ୍ପଙ୍କୁ ସମାଲୋଚନା କରାଯାଇଛି। ସେହିପରି ଟ୍ରମ୍ପ ଖୁବଶୀଘ୍ର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

Related story