ପୁଲିସ ଓ ଟ୍ରମ୍ପ ସମର୍ଥକଙ୍କ ମଧ୍ୟରେ ହିଂସାକାଣ୍ଡ, ଜଣେ ମୃତ
ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହୋଇଆସୁଛି। ଏହାରି ଭିତରେ ପୁଣି ଥରେ ଟ୍ରମ୍ପ ସମର୍ଥକମାନେ ନିର୍ବାଚନରେ ଭୋଟ୍ ଗଣତି ଭୁଲ୍ ହୋଇଛି କହି ଆନ୍ଦୋଳନ କରିଛନ୍ତି। ଆମେରିକାର କ୍ୟାପିଟାଲ ବିଲ୍ଡିଂ ବାହାରେ ଏବଂ ହ୍ୱାଇଟ ହାଉସ ବାହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ଏବଂ ପୁଲିସ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏବେ କ୍ୟାପିଟାଲ ବିଲଡିଂ ପରିସରରେ ଆନ୍ଦୋଳନ ବନ୍ଦ ରହିଛି। ଆନ୍ଦୋଳନ ବେଳେ ହିଂସା ନହେବା ଉଚିତ୍ ବୋଲି ଟ୍ରମ୍ପ ସମର୍ଥକଙ୍କୁ ଆହ୍ୱାନ କରିଛନ୍ତି। ତାଙ୍କ ଦଳ ରିପବ୍ଲିକ୍ ଗଣତନ୍ତ୍ର ଏବଂ ଆଇନ ବ୍ୟବସ୍ଥାକୁ ବିଶ୍ୱାସ କରେ ବୋଲି କହିଛନ୍ତି।
#UPDATE | US Capitol building in Washington DC is now secure, reports Reuters quoting US officials https://t.co/W1e3J1JkJf
— ANI (@ANI) January 6, 2021
ଏମିତିକି ୱାଶିଂଟନ୍ ଡିସିରେ କର୍ଫ୍ୟୁ ଲାଗୁ କରାଯାଇଛି। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। କ୍ୟାପିଟାଲ ବିଲଡିଂରେ ଦେଖାଯାଉଥିବା ହିଂସାକୁ କେବେ ସେ ଆକଳନ କରିନଥିଲେ। ଯେଉଁମାନେ ଏହି ନିୟମକୁ ଅବମାନନା କରୁଛନ୍ତି ସେମାନେ ଆଇନକୁ ମାନୁନଥିବା ଅଳ୍ପ କେତେକ ଲୋକ। କ୍ୟାପିଟାଲ ବିଲଡିଂ ବାହାରେ ଯାହା ଘଟିଛି ନିନ୍ଦନୀୟ। ଏହା ଦେଶଦ୍ରୋହ ସହିତ ସମାନ ବୋଲି ବିଡେନ କହିଛନ୍ତି।
#WATCH | I call on President Trump to go on national television now to fulfil his oath and defend the Constitution and demand an end to this siege: US President-Elect Joe Biden on US Capitol mob violence pic.twitter.com/CEaChwBsdd
— ANI (@ANI) January 6, 2021
ସୂଚନାଯୋଗ୍ୟ, ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ବିଜୟକୁ ପ୍ରମାଣ କରିବା ପାଇଁ ସାଂସଦମାନେ ସଂସଦର ମିଳିତ ଅଧିବେଶନ କ୍ୟାପିଟାଲ ବିଲ୍ଡିଂ ଭିତରେ କରିଥିଲେ। ଏହି ସମୟରେ ସୁରକ୍ଷା ଉଲ୍ଲଂଘନ ହୋଇଥିଲା ବୋଲି କ୍ୟାପିଟାଲ ପୁଲିସ କହିଥିଲା। ଏହାପରେ କ୍ୟାପିଟାଲ ବିଲ୍ଡିଂ ବାହାରେ ପୁଲିସ ଏବଂ ଟ୍ରମ୍ପ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ବିକ୍ଷୋଭକାରୀମାନେ ବ୍ୟାରିକେଡ ଭାଙ୍ଗି ଦେଇଥିଲେ। ଏହି ସମୟରେ ଏକ ସନ୍ଦିଗ୍ଧ ପ୍ୟାକେଟ ମିଳିଥିବା କ୍ୟାପିଟାଲ ପୁଲିସ କହିଛି।
ଆନ୍ଦୋଳନ ପଛର କାରଣ ଟ୍ରମ୍ପଙ୍କ ମନ୍ତବ୍ୟ ବୋଲି କୁହାଯାଉଛି। କାରଣ ସଂସଦର ମିଳିତ ଅଧିବେଶନ ଆରମ୍ଭ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ସେ ନିର୍ବାଚନରେ ପରାଜୟ ଗ୍ରହଣ କରିବେ ନାହିଁ। ନିର୍ବାଚନ ପ୍ରକ୍ରିୟାରେ ଭୁଲ୍ ରହିଛି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ନବନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ ଏହି ଭୁଲ୍ ଉପାୟ ଆପଣାଯାଇଛି ବୋଲି ଟ୍ରମ୍ପ କହିଥିଲେ। ୱାଶିଂଟନ୍ ଡିସିରେ ନିଜର ହଜାର ହଜାର ସମର୍ଥକଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ଯେତେବେଳେ ନିର୍ବାଚନ ପ୍ରକ୍ରିୟା ଭୁଲ୍ ସେତେବେଳେ ପରାଜୟ ସ୍ୱୀକାର କରିବା ଠିକ୍ ନୁହେଁ। ଏକ ଘଣ୍ଟାରୁ ଅଧିକ ସମୟ ଅଭିଭାଷଣରେ ସେ ନିର୍ବାଚନରେ ବିଜୟୀ ହୋଇଥିବା କହିଛନ୍ତି ଟ୍ରମ୍ପ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।