କରୋନା ପାଇଁ ଗଣମାଧ୍ୟମକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ପ୍ରମାଣ ନଥିବା ଖବର ପ୍ରସାରଣ କରନ୍ତୁ ନାହିଁ

ନୂଆଦିଲ୍ଲୀ: କରୋନା ମହାମାରୀ ସମ୍ପର୍କରେ ଉତ୍ତରଦାୟିତ୍ୱର ସହ ଖବର ପ୍ରସାରଣ କରିବା ଲାଗି ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରମାଣ ନଥିବା ଖବର ପ୍ରସାରଣ କରି ଅଯଥାରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ନକରିବା ଲାଗି କୋର୍ଟ ରୁଲିଂ ଦେଇଛନ୍ତି। ବର୍ତ୍ତମାନ ଦେଶରେ ଚାଲିଥିବା ଲକଡାଉନ ୩ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ମିଥ୍ୟା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏହି କାରଣରୁ ସହରରେ କାମ କରୁଥିବା ବହୁସଂଖ୍ୟାରେ ଶ୍ରମିକ ସେମାନଙ୍କ […]

a

Hemant Lenka
  • Published: Thursday, 02 April 2020
  • , Updated: 02 April 2020, 12:00 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ସମ୍ପର୍କରେ ଉତ୍ତରଦାୟିତ୍ୱର ସହ ଖବର ପ୍ରସାରଣ କରିବା ଲାଗି ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରମାଣ ନଥିବା ଖବର ପ୍ରସାରଣ କରି ଅଯଥାରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ନକରିବା ଲାଗି କୋର୍ଟ ରୁଲିଂ ଦେଇଛନ୍ତି।

ବର୍ତ୍ତମାନ ଦେଶରେ ଚାଲିଥିବା ଲକଡାଉନ ୩ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ମିଥ୍ୟା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏହି କାରଣରୁ ସହରରେ କାମ କରୁଥିବା ବହୁସଂଖ୍ୟାରେ ଶ୍ରମିକ ସେମାନଙ୍କ ଘରକୁ ଯିବାକୁ ଭିଡ଼ ଜମାଇଥିଲେ। ଏହାକୁ ନେଇ ସର୍ବୋଚ୍ଚ ଅଦାଲତ ଉଦବେଗ ପ୍ରକାଶ କରିଛନ୍ତି।

ବୈଦ୍ୟୁତିକ, ମୁଦ୍ରିତ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଖବର କାରଣରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଫଳରେ ଏହି ଖବରକୁ ଦେଖୁଥିବା ଲୋକମାନେ ଭୟଭୀତ ହୋଇ ଘରକୁ ଯିବାକୁ ଚେଷ୍ଟା କରିଥିଲେ ଓ ସେମାନଙ୍କର ସଙ୍କଟ ଆହୁରି ବଢ଼ିଯାଇଥିଲା।

ଏହି କାରଣରୁ କିଛି ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଲା। ଏପରି ଘଟଣାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଶୁଣାଣି ବେଳେ କହିଛନ୍ତି। ତେବେ ମହାମାରୀ ସମ୍ପର୍କରେ ଗଣାମଧ୍ୟମରେ ଜାରି ରହିଥିବା ମୁକ୍ତ ଆଲୋଚନାରେ ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

କିନ୍ତୁ ମହାମାରୀର ଘଟଣାକ୍ରମ ସମ୍ପର୍କରେ ପ୍ରମାଣିତ ବିବରଣୀ ସଂଗ୍ରହ କରିବା ଏବଂ ପ୍ରକାଶ କରିବା ପାଇଁ ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି।

Related story