ଦୁଇ ଦିନ ଯାଏ ରାପିଡ୍‌ ଟେଷ୍ଟ ବନ୍ଦ, ତ୍ରୁଟି ଅଭିଯୋଗର ତଦନ୍ତ କରିବ ଆଇସିଏମ୍‌ଆର

ନୂଆଦିଲ୍ଲୀ: ଦୁଇ ଦିନ ପାଇଁ ରାପିଡ୍ ଆଣ୍ଟିବଡି ପରୀକ୍ଷା ନକରିବାକୁ ସମସ୍ତ ରାଜ୍ୟଙ୍କୁ କୁହାଯାଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମ୍ଆର ପକ୍ଷରୁ ଏପରି ନିର୍ଦ୍ଦେଶ ଦେଇ କୁହାଯାଇଛି ତ୍ରୁଟିପୂର୍ଣ୍ଣ ରାପିଡ୍ ଟଷ୍ଟ କିଟ୍ର ତ୍ରୁଟି ତଦନ୍ତ କରାଯିବ ଏବଂ ନିଶ୍ଚିତ ଭାବରେ ଏହି ତ୍ରୁଟିକୁ ଅଣଦେଖା କରାଯିବ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୫ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ସରକାରଙ୍କ ଦ୍ୱାରା କିଣାଯାଇଥିଲା। ହଟ-ସ୍ପଟ୍ ଅଞ୍ଚଳ ବା ବହୁ ସଂଖ୍ୟକ […]

Rapid

Subrat Kumar Nayak
  • Published: Tuesday, 21 April 2020
  • , Updated: 21 April 2020, 05:17 PM IST

ନୂଆଦିଲ୍ଲୀ: ଦୁଇ ଦିନ ପାଇଁ ରାପିଡ୍ ଆଣ୍ଟିବଡି ପରୀକ୍ଷା ନକରିବାକୁ ସମସ୍ତ ରାଜ୍ୟଙ୍କୁ କୁହାଯାଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମ୍ଆର ପକ୍ଷରୁ ଏପରି ନିର୍ଦ୍ଦେଶ ଦେଇ କୁହାଯାଇଛି ତ୍ରୁଟିପୂର୍ଣ୍ଣ ରାପିଡ୍ ଟଷ୍ଟ କିଟ୍ର ତ୍ରୁଟି ତଦନ୍ତ କରାଯିବ ଏବଂ ନିଶ୍ଚିତ ଭାବରେ ଏହି ତ୍ରୁଟିକୁ ଅଣଦେଖା କରାଯିବ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୫ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ସରକାରଙ୍କ ଦ୍ୱାରା କିଣାଯାଇଥିଲା। ହଟ-ସ୍ପଟ୍ ଅଞ୍ଚଳ ବା ବହୁ ସଂଖ୍ୟକ ଆକ୍ରାନ୍ତ ରହୁଥିବା ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ବାସିନ୍ଦାଙ୍କର ପରୀକ୍ଷା କରିବାକୁ ଆଇସିଏମ୍ଆରର ପରାମର୍ଶ ପରେ ଏହି କିଟ୍ କିଣାଯାଇଥିଲା RT-PCR ପରୀକ୍ଷା ଧୀର ଏବଂ ଲାବୋରେଟୋରୀରେ କରିବାକୁ ପଡ଼ୁଥିବାରୁ ତ୍ୱରିତ ପରୀକ୍ଷା ପାଇଁ ଏହି କିଟ୍କୁ ଭରସା କରାଯାଇଥିଲା। ଅନ୍ୟପକ୍ଷରେ ଦେଶର ଅନେକ ରାଜ୍ୟରେ ଏଯାଏ ପର୍ଯ୍ୟାପ୍ତ ପରୀକ୍ଷଣ ସୁବିଧା ନାହିଁ।

ତେବେ ଏହି କିଟ୍ ଆସିବାପରେ ରାଜସ୍ଥାନ ସମେତ ଅନେକ ରାଜ୍ୟ ବର୍ତ୍ତମାନ ଏଥିରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି। ରାଜସ୍ଥାନ ଆଜି ନୂତନ କିଟ୍ ମାଧ୍ୟମରେ ପରୀକ୍ଷା ବନ୍ଦ କରି କହିଛି ଯେ ଏହି କିଟ୍ ଗୁଡ଼ିକର ସଠିକ୍ ରେଜଲ୍ଟ ଦେଖାଇବା ହାର ୫.୪%।

ଆଇସିଏମଆର୍ର ରମଣ ଆର ଗଙ୍ଗାଖେଡକର ଆଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି, “ଆପଣ ସମସ୍ତେ ଜାଣନ୍ତି ଯେ ରାପିଡ୍ ଟେଷ୍ଟ କିଟ୍ ସବୁ ରାଜ୍ୟକୁ ବଣ୍ଟନ କରାଯାଇଥିଲା। ଗୋଟିଏ ରାଜ୍ୟ କହିଛି ଯେ ଏହି ଟେଷ୍ଟ କିଟ୍ ଗୁଡିକରେ ତ୍ରୁଟି ରହିଛି। ଆମେ ଏହାକୁ ତିନୋଟି ରାଜ୍ୟରୁ ଏହା ଜାଣିବାକୁ ପାଇଛୁ। ଏହା କିଛି ପରିମାଣରେ ସତ୍ୟ ଅଟେ। ଏହା ଏକ ଭଲ ସଙ୍କେତ ନୁହେଁ। ଆମେ ଏହା ଉପରେ କାମ ଆରମ୍ଭ କରିଛୁ।”

ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନେ ଦ୍ରୁତ ପରୀକ୍ଷା କିଟ୍ ବ୍ୟବହାର କରାଯାଉଥିବା ସମସ୍ତ ରାଜ୍ୟକୁ ପ୍ରତିନିଧି ପଠାଇବେ ଏବଂ ଏଠାରେ ନମୁନା ଆଣି ପରୀକ୍ଷା କରିବେ ବୋଲି ଆସିଏମ୍ଆର୍ ପକ୍ଷରୁ କୁହାଯାଇଛି।

ଆର ଗଙ୍ଗାଖେଡକର କହିଛନ୍ତି, “ସେପର୍ଯ୍ୟନ୍ତ ଏହି କିଟ୍ ସବୁକୁ ବ୍ୟବହାର ନକରିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଉଛୁ। ଦୁଇ ଦିନ ମଧ୍ୟରେ ଆମେ ଏହା ଉପରେ ବିସ୍ତୃତ ରିପୋର୍ଟ ଦେଇପାରିବୁ। ଯଦି ରାପିଡ୍ ଟେଷ୍ଟ କିଟ୍ ବ୍ୟାଚ୍ ତ୍ରୁଟିପୂର୍ଣ୍ଣ ଦେଖାଯାଏ, ତେବେ ଆମେ କମ୍ପାନୀକୁ ସମସ୍ତଙ୍କୁ ବଦଳାଇବାକୁ କହିବୁ।”

Related story