କୃଷି ଆଇନ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବ କହିଲେ ଅମିତ ଶାହ

ବାଗଲକୋଟେ: କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ୫୩ ଦିନ ହେଲା ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଛନ୍ତି। ହେଲେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କୃଷି ଆଇନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଏଥିସହ ୩ଟି ଯାକ କୃଷି ଆଇନ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ମୋଦି ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ସହାୟକ ହେବ ବୋଲି ସେ କହିଛନ୍ତି। କର୍ଣ୍ଣାଟକାର କେରକଳମାଟ୍ଟିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, […]

fu

Hemant Lenka
  • Published: Sunday, 17 January 2021
  • , Updated: 17 January 2021, 06:41 PM IST

ବାଗଲକୋଟେ: କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ୫୩ ଦିନ ହେଲା ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଛନ୍ତି। ହେଲେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କୃଷି ଆଇନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଏଥିସହ ୩ଟି ଯାକ କୃଷି ଆଇନ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ମୋଦି ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ସହାୟକ ହେବ ବୋଲି ସେ କହିଛନ୍ତି।

କର୍ଣ୍ଣାଟକାର କେରକଳମାଟ୍ଟିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ମୁଁ ଏଠାରେ କହିବାକୁ ଚାହେଁ ଯେ ମୋଦି ସରକାର ସର୍ବଦା ଚାଷୀଙ୍କ ଆୟ ଦ୍ୱିଗୁଣିତ କେମିତି ହେବ, ତା’ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ସରକାରଙ୍କ ମୁଖ୍ୟ ପ୍ରସଙ୍ଗ ଯଦି କିଛି ଥାଏ, ତା’ହେଲେ ସେଇଟା ହେଉଛି ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା।

କ୍ଷମତାକୁ ଆସିବା ପରଠାରୁ ମୋଦି ସରକାର କୃଷି କ୍ଷେତ୍ର ପାଇଁ ବଜେଟ ବୃଦ୍ଧି କରି ଚାଲିଛନ୍ତି। ସେହିପରି ଏକାଧିକ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ବଢ଼ାଇଛନ୍ତି। ନରେନ୍ଦ୍ର ମୋଦି ସରକାର ଏମିତି ଏକ ସରକାର ଯିଏ ସର୍ବଦା ଚାଷୀଙ୍କ ସ୍ୱାର୍ଥ ପାଇଁ ପ୍ରତିଶ୍ରୁତିବଦ୍ଧ।

କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ କର୍ଣ୍ଣାଟକାରେ ମଧ୍ୟ ପାରିତ ହୋଇଛି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାଙ୍କୁ ଧନ୍ୟବାଦ ଜଣାଉଛି। ଏହି ଆଇନ ଚାଷୀଙ୍କ ଆୟକୁ ବହୁଗୁଣିତ କରିବାରେ ସହାୟକ ହେବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

Related story