୭ ଜଣଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ମଦୁଆ ଡ୍ରାଇଭର, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ମଦ୍ୟପ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାର ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ବେଙ୍ଗାଲୁରୁରେ ଜଣେ ମଦ୍ୟପ ଡ୍ରାଇଭର ଫୁଟପାଥରେ ଯାଇଥିବା ୭ ଜଣଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ବେଙ୍ଗାଲୁରୁର ଏଚ୍‌ଏସ୍‌ଆର ଲେ’ଆଉଟ୍‌ ଅଞ୍ଚଳରେ ଥିବା ଏକ ଫୁଟପାଥରେ ଏଭଳି ଘଟିଛି। ଏହି ଫୁଟପାଥରେ ଲୋକେ ସବୁଦିନ ଭଳି ଯା’ଆସ କରୁଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଏକ କାର୍‌ ହଠାତ୍‌ ଭାରସାମ୍ୟ ହରାଇ ଫୁଟପାଥରେ ଚାଲୁଥିବା ୭ ଜଣଙ୍କୁ ଧକ୍କା ଦେଇଥିଲା। ସେମାନେ […]

sa

Hemant Lenka
  • Published: Monday, 19 August 2019
  • , Updated: 19 August 2019, 04:24 PM IST

ବେଙ୍ଗାଲୁରୁ: ମଦ୍ୟପ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାର ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ବେଙ୍ଗାଲୁରୁରେ ଜଣେ ମଦ୍ୟପ ଡ୍ରାଇଭର ଫୁଟପାଥରେ ଯାଇଥିବା ୭ ଜଣଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ବେଙ୍ଗାଲୁରୁର ଏଚ୍‌ଏସ୍‌ଆର ଲେ'ଆଉଟ୍‌ ଅଞ୍ଚଳରେ ଥିବା ଏକ ଫୁଟପାଥରେ ଏଭଳି ଘଟିଛି।

ଏହି ଫୁଟପାଥରେ ଲୋକେ ସବୁଦିନ ଭଳି ଯା’ଆସ କରୁଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଏକ କାର୍‌ ହଠାତ୍‌ ଭାରସାମ୍ୟ ହରାଇ ଫୁଟପାଥରେ ଚାଲୁଥିବା ୭ ଜଣଙ୍କୁ ଧକ୍କା ଦେଇଥିଲା।

ସେମାନେ ଧକ୍କା ହେବା ପରେ ବେଶ କିଛି ଦୂରକୁ ଛିଟିକି ପଡ଼ିଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ପ୍ରାଣ ହରାଇ ନାହାନ୍ତି। ତେବେ ସେମାନେ ଗୁରୁତର ଆହତ ହୋଇଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ଏବେ ପୁଲିସ୍‌ ମଦ୍ୟପ ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଭିଡିଓ

https://youtu.be/BTJFnyw1ETU

Related story