ତ୍ରିଭେନ୍ଦ୍ରମ-ଦୁବାଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ: ସମସ୍ତ ଯାତ୍ରୀ ସୁରକ୍ଷିତ

ଦୁବାଇ: ତ୍ରିଭେନ୍ଦ୍ରମରୁ ଦୁବାଇ ଯାଉଥିବା ଏୟାର ଏମିରେଟ୍ ବିମାନ ଇକେ-521 ଦୁର୍ଘଟଣାଗ୍ରସ୍ତ ହୋଇଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି। କ୍ରୁ’ ମେମ୍ବରଙ୍କ ସମେତ ସମସ୍ତ ୩୦୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବୁଧବାର ସକାଳ ୧୦.୪୫ ମିନିଟରେ ବିମାନଟି ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ୧୨.୪୫ ମିନିଟରେ ଦୁବାଇ ଇଣ୍ଟର ନ୍ୟାସନାଲ ଏୟାର ପୋର୍ଟରେ ଅବତରଣ ସମୟରେ ବିମାନରେ ନିଆଁ ଲାଗି ଯାଇଥିଲା। ପାଇଲଟ୍ ବିମାନକୁ ବନ୍ଦରର ଖାଲି ସ୍ଥାନକୁ ନେଇଯାଇ ଯାତ୍ରୀଙ୍କୁ […]

plane

Rakesh Mallick
  • Published: Wednesday, 03 August 2016
  • , Updated: 04 May 2017, 03:44 PM IST

ଦୁବାଇ: ତ୍ରିଭେନ୍ଦ୍ରମରୁ ଦୁବାଇ ଯାଉଥିବା ଏୟାର ଏମିରେଟ୍ ବିମାନ ଇକେ-521 ଦୁର୍ଘଟଣାଗ୍ରସ୍ତ ହୋଇଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି। କ୍ରୁ’ ମେମ୍ବରଙ୍କ ସମେତ ସମସ୍ତ ୩୦୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ବୁଧବାର ସକାଳ ୧୦.୪୫ ମିନିଟରେ ବିମାନଟି ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ୧୨.୪୫ ମିନିଟରେ ଦୁବାଇ ଇଣ୍ଟର ନ୍ୟାସନାଲ ଏୟାର ପୋର୍ଟରେ ଅବତରଣ ସମୟରେ ବିମାନରେ ନିଆଁ ଲାଗି ଯାଇଥିଲା। ପାଇଲଟ୍ ବିମାନକୁ ବନ୍ଦରର ଖାଲି ସ୍ଥାନକୁ ନେଇଯାଇ ଯାତ୍ରୀଙ୍କୁ ସୁରକ୍ଷିତ ଭାବ ଓହ୍ଲାଇଥିଲେ।

Related story