ବିଶ୍ୱର ୫୦ଟି ଭାଷାରେ ଅନୁଦିତ ହେଲାଣି ଏହି ଭାରତୀୟଙ୍କ ଗୀତ

ଅନ୍ତନାନାରିଭୋ: ଜଣେ ଭାରତୀୟ ରାଷ୍ଟ୍ର ଦୂତ ତଥା କବି ଅଭୟ କେଙ୍କ ଲିଖିତ ପୃଥିବୀକୁ ଉତ୍ସର୍ଗୀକୃତ ଆନ୍ଥେମ୍‌ ବର୍ତ୍ତମାନ ସୁଦ୍ଧା ୫୦ଟି ଭାଷାରେ ଅନୁବାଦ ହେବାର ଗୌରବ ଲାଭ କରିଛି। ଶେଷ ଥର ପାଇଁ ଏହା ଜୁଲୁ ଭାଷାରେ ଅନୁବାଦ କରାଯାଇଥିଲା। ଏହା ଅନୁବାଦ ହୋଇଥିବା ଅନ୍ୟ କିଛି ଭାଷା ହେଉଛି ଆମାରିକ୍‌, ମଙ୍ଗୋଲିଆନ୍‌, ଖାସି, ସ୍ୱାହିଲ, ଗାଏଲିକ୍‌, ଜୋଙ୍ଗଖା, ଭାଷା ଏବଂ ୟୋରୁବା। ୨୦୦୮ ମସିହାରେ ସେ ରୁଷ୍‌ର ପିଟ୍ସବର୍ଗଠାରେ ଥିବାବେଳେ ଏହା ଲେଖିଥିଲେ। ଏହା […]

earth-day-anthem

Subrat Kumar Nayak
  • Published: Sunday, 25 August 2019
  • , Updated: 25 August 2019, 03:45 PM IST

ଅନ୍ତନାନାରିଭୋ: ଜଣେ ଭାରତୀୟ ରାଷ୍ଟ୍ର ଦୂତ ତଥା କବି ଅଭୟ କେଙ୍କ ଲିଖିତ ପୃଥିବୀକୁ ଉତ୍ସର୍ଗୀକୃତ ଆନ୍ଥେମ୍‌ ବର୍ତ୍ତମାନ ସୁଦ୍ଧା ୫୦ଟି ଭାଷାରେ ଅନୁବାଦ ହେବାର ଗୌରବ ଲାଭ କରିଛି। ଶେଷ ଥର ପାଇଁ ଏହା ଜୁଲୁ ଭାଷାରେ ଅନୁବାଦ କରାଯାଇଥିଲା। ଏହା ଅନୁବାଦ ହୋଇଥିବା ଅନ୍ୟ କିଛି ଭାଷା ହେଉଛି ଆମାରିକ୍‌, ମଙ୍ଗୋଲିଆନ୍‌, ଖାସି, ସ୍ୱାହିଲ, ଗାଏଲିକ୍‌, ଜୋଙ୍ଗଖା, ଭାଷା ଏବଂ ୟୋରୁବା।
https://youtu.be/A1feY9L6yLc

୨୦୦୮ ମସିହାରେ ସେ ରୁଷ୍‌ର ପିଟ୍ସବର୍ଗଠାରେ ଥିବାବେଳେ ଏହା ଲେଖିଥିଲେ। ଏହା ପ୍ରଥମେ ନେପାଳର କାଠମାଣ୍ଡୁଠାରେ ସପନ୍ ଘିମିରେ ଏହାକୁ କମ୍ପୋଜ୍‌ କରିଥିଲେ ଏବଂ ଶ୍ରେୟା ସୋତଙ୍ଗ ଏହାକୁ ୮ଟି ଭାଷାରେ ଗାଇଥିଲେ। ୨୦୧୩ ମସିହାରେ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ କଲଚରାଲ ରିଲେସନ୍‌ଠାରେ ଲୋକାର୍ପିତ ହୋଇଥିଲା। ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏହାର ରିଲିଜ୍‌ କରାଯାଇଥିଲା।

ବିଶ୍ୱକୁ ଏକାଠି କରିବାର କଥା କହୁଥିବା ଏହି ଗୀତ ପରେ ପ୍ରସିଦ୍ଧ ଭାୟୋଲିନ୍‌ ବାଦକ ଡକ୍ଟର ଏଲ୍‌ ସୁବ୍ରମଣ୍ୟମ୍‌ ଏହାର କମ୍ପୋଜ୍‌ କରିଥିଲେ ଏବଂ କବିତା କ୍ରିଷ୍ଣମୂର୍ତ୍ତି ଏଥିରେ ସ୍ୱର ଦେଇଥିଲେ। ଅଭୟ କେ ଅନ୍ୟ ଦେଶର କମ୍ପୋଜରମାନଙ୍କୁ ମଧ୍ୟ ଏହି ଗୀତକୁ କମ୍ପୋଜ୍‌ କରିବା ପାଇଁ ପୂର୍ବରୁ ଆମନ୍ତ୍ରଣ କରିଛନ୍ତି।

Related story