ଭୂକମ୍ପ: ଥରିଲା ଉତ୍ତରଭାରତ

ନୂଆଦିଲ୍ଲୀ: ଥରିଲା ଉତ୍ତରଭାରତ । ବୁଧବାର ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୁତ ହୋଇଛି। ଦିଲ୍ଲୀ ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି। ଏହାର କେନ୍ଦ୍ରସ୍ଥଳ ଅାଫଗାନିସ୍ତାନ ରାଜଧାନୀ କାବୁଲର ବୋଲି ଜଣାପଡ଼ିଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବା ରେକର୍ଡ଼ କରାଯାଇଛି । ଏହାର ପ୍ରଭାବ ଜମ୍ମୁ କାଶ୍ମୀର ଏବଂ ଗାଜିଆବାଦ ସହ ଅନ୍ୟାନ୍ୟ ଅଞ୍ଚଳରେ ଅନୁଭୂତ ହୋଇଛି। ତେବେ କ୍ଷୟକ୍ଷତିର ରିପୋର୍ଟ ସମ୍ପର୍କରେ କିଛି ତଥ୍ୟ ମିଳିପାରି ନାହିଁ। ସେହିପରି […]

earthquake-image

Rakesh Mallick
  • Published: Wednesday, 09 May 2018
  • , Updated: 09 May 2018, 04:49 PM IST

ନୂଆଦିଲ୍ଲୀ: ଥରିଲା ଉତ୍ତରଭାରତ । ବୁଧବାର ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୁତ ହୋଇଛି। ଦିଲ୍ଲୀ ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି। ଏହାର କେନ୍ଦ୍ରସ୍ଥଳ ଅାଫଗାନିସ୍ତାନ ରାଜଧାନୀ କାବୁଲର ବୋଲି ଜଣାପଡ଼ିଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବା ରେକର୍ଡ଼ କରାଯାଇଛି ।

ଏହାର ପ୍ରଭାବ ଜମ୍ମୁ କାଶ୍ମୀର ଏବଂ ଗାଜିଆବାଦ ସହ ଅନ୍ୟାନ୍ୟ ଅଞ୍ଚଳରେ ଅନୁଭୂତ ହୋଇଛି। ତେବେ କ୍ଷୟକ୍ଷତିର ରିପୋର୍ଟ ସମ୍ପର୍କରେ କିଛି ତଥ୍ୟ ମିଳିପାରି ନାହିଁ। ସେହିପରି କୌଣସି ମୃତାହତ ସମ୍ପର୍କରେ ସୂଚନା ମିଳିପାରି ନାହିଁ।  ତେବେ ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।  ଭୟରେ ଲୋକମାନେ ବାହାରକୁ ପଳାଇ ଆସିଥିଲେ। ସେହିପରି ଦକ୍ଷିଣ କାଲିଫର୍ଣ୍ଣିଆରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଛି।

Related story