ଭୂକମ୍ପରେ ଦୋହଲିଲା ଉତ୍ତର ଭାରତ

ନୂଆଦିଲ୍ଲୀ: ମଙ୍ଗଳବାର ୪.୩୫ ସମୟରେ ଉତ୍ତର ଭାରତ ଏବଂ ପାକିସ୍ତାନର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତର ଭାରତର ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ସହ ରାଜଧାନୀ ନୂଆଦିଲ୍ଲୀ ମଧ୍ୟ ଏହି ଭୂମିକମ୍ପରେ ଦୋହଲିଥିବା ସୂଚନା ମିଳିଛି। Felt #earthquake M6.1 strikes 173 km NW of #Lahore (#Pakistan) 8 min ago. Please report to: https://t.co/oUwO47pICj pic.twitter.com/bdmQmaFuI0 — EMSC (@LastQuake) September 24, 2019 ସେହିଭଳି କଶ୍ମୀରରେ ମଧ୍ୟ […]

Earthquake

Subrat Kumar Nayak
  • Published: Tuesday, 24 September 2019
  • , Updated: 24 September 2019, 05:00 PM IST

ନୂଆଦିଲ୍ଲୀ: ମଙ୍ଗଳବାର ୪.୩୫ ସମୟରେ ଉତ୍ତର ଭାରତ ଏବଂ ପାକିସ୍ତାନର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତର ଭାରତର ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ସହ ରାଜଧାନୀ ନୂଆଦିଲ୍ଲୀ ମଧ୍ୟ ଏହି ଭୂମିକମ୍ପରେ ଦୋହଲିଥିବା ସୂଚନା ମିଳିଛି।
https://twitter.com/LastQuake/status/1176453799239716865?s=20

ସେହିଭଳି କଶ୍ମୀରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ପାକିସ୍ତାନର ଇସ୍‌ଲାମାବାଦ୍‌ ଏବଂ ଖାଇବରପଖ୍‌ତୁନ୍‌ଖ୍ୱା ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପପରେ ଭୟରେ ଲୋକେ ପଦାକୁ ବାହାରି ଆସିଥିଲେ। ତେବେ କୌଣସି କ୍ଷୟକ୍ଷତି ବାବଦରେ ଏଯାଏ ସୂଚନା ମିଳିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ଲାହୋରଠାରୁ ୧୭୩ କିଲୋମିଟର ଦୂରରେ ପାକିସ୍ତାନ ଅଧିକୃତ କଶ୍ମୀରର କୌଣସି ଏକ ସ୍ଥାନ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବା ସୂଚନା ମିଳିଛି।

Related story