ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌: ସୁଧୁରୁଥିବା ୨୦ଟି ରାଷ୍ଟ୍ର ମଧ୍ୟରେ ଭାରତ

ନୂଆଦିଲ୍ଲୀ: ୱାର୍ଲ୍ଡ ବ୍ୟାଙ୍କର ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌ ତାଲିକାର ୫୦ଟି ଦେଶ ମଧ୍ୟରେ ଭାରତକୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ଏବେ ସଫଳତା ଦିଗରେ ଆଗେଇ ଚାଲିଛି। ଭାରତ ଏବେ ଏହି କ୍ଷେତ୍ରରେ ଉନ୍ନତି ପଥରେ ଆଗେଇ ଚାଲିଥିବା ୨୦ଟି ରାଷ୍ଟ୍ର ମଧ୍ୟରେ ଅଛି। ଚାଇନା, ବାଂଲାଦେଶ, ମ୍ୟାଁମାର ଏବଂ ପାକିସ୍ତାନ ମଧ୍ୟ ଏହି ତାଲିକାରେ ଅଛନ୍ତି। ୧୦ଟି ଉନ୍ନତି କ୍ଷେତ୍ରକୁ ହିସାବ କରି ଏହି ତାଲିକା ପ୍ରସ୍ତୁତ କରାଯାଇଥିବା ୱାର୍ଲ୍ଡ […]

ease-of-doing-business

ease-of-doing-business

Subrat Kumar Nayak
  • Published: Sunday, 29 September 2019
  • Updated: 29 September 2019, 06:49 PM IST

Sports

Latest News

ନୂଆଦିଲ୍ଲୀ: ୱାର୍ଲ୍ଡ ବ୍ୟାଙ୍କର ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌ ତାଲିକାର ୫୦ଟି ଦେଶ ମଧ୍ୟରେ ଭାରତକୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ଏବେ ସଫଳତା ଦିଗରେ ଆଗେଇ ଚାଲିଛି। ଭାରତ ଏବେ ଏହି କ୍ଷେତ୍ରରେ ଉନ୍ନତି ପଥରେ ଆଗେଇ ଚାଲିଥିବା ୨୦ଟି ରାଷ୍ଟ୍ର ମଧ୍ୟରେ ଅଛି। ଚାଇନା, ବାଂଲାଦେଶ, ମ୍ୟାଁମାର ଏବଂ ପାକିସ୍ତାନ ମଧ୍ୟ ଏହି ତାଲିକାରେ ଅଛନ୍ତି। ୧୦ଟି ଉନ୍ନତି କ୍ଷେତ୍ରକୁ ହିସାବ କରି ଏହି ତାଲିକା ପ୍ରସ୍ତୁତ କରାଯାଇଥିବା ୱାର୍ଲ୍ଡ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ୱାର୍ଲ୍ଡ ବ୍ୟାଙ୍କ ପକ୍ଷରୁ ଭାରତ ବାବଦରେ କୁହାଯାଇଛି, ଏହି ରାଷ୍ଟ୍ର ୪ଟି କ୍ଷେତ୍ରରେ ନିବେଶ ସହଜ କରି ଅଧିକ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିଛି। ତେବେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ରାଷ୍ଟ୍ରର ନାମ ଅକ୍ଟୋବର ୨୪ରେ ଘୋଷଣା କରାଯିବ।

ମୁମ୍ବାଇ ଏବଂ ନୂଆଦିଲ୍ଲୀରେ ଭିତ୍ତଭୂମି ନିର୍ମାଣ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯିବା ସହ ନିର୍ମାଣ ଅନୁମତି ପାଇବା ପ୍ରକ୍ରିୟା ମଧ୍ୟ ସହଜ କରାଯାଇଛି। ପୂର୍ବରୁ ଥିବା ଫାଇଲିଂ ଫି ହଟାଯିବା ସହ ଇଲେକ୍ଟ୍ରୋନିକ୍‌ ମେମୋରାଣ୍ଡମ୍‌ ଅଫ୍‌ ଆସୋସିଏସନ୍‌ ଏବଂ ଆର୍ଟିକିଲ୍‌ ଅଫ୍‌ ଆସୋସିଏସନ୍‌ର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସରକାରୀ ସଂସ୍ଥା ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଆସିବା ପରେ ରପ୍ତାନୀ ଏବଂ ଆମଦାନୀ ମଧ୍ୟ ସହଜ ହୋଇଛି। ବନ୍ଦରର ଉପକରଣ ଏବଂ ବ୍ୟବସ୍ଥାରେ ଉନ୍ନତି ଆସିବା ମଧ୍ୟ ସୁଫଳ ଦେଇଛି।

ୱାର୍ଲ୍ଡ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ଭାରତର ସଫଳତା ସ୍ଥିର ସଂସ୍କାର କାରଣରୁ ସମ୍ଭବପର ହୋଇପାରିଛି। ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌ କ୍ଷେତ୍ରରେ ୨୦୦୩-୪ରୁ ଏଯାଏ ଭାରତ ୪୮ ସଂସ୍କାର ଆଣିଛି। ବ୍ୟବସାୟ ଆରମ୍ଭ କ୍ଷେତ୍ରଟିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ନିର୍ମାଣ ଅନୁମତି ଏବଂ ଦେବାଳିଆପଣର ସମାଧାନ ଆଦି କ୍ଷେତ୍ରରେ ଉନ୍ନତି ଆସିଥିବା ୱାର୍ଲ୍ଡ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos