ସିଦ୍ଧୁଙ୍କୁ ଇସି ନୋଟିସ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ନିର୍ବାଚନ କମିଶନ। ତାଙ୍କର ଏକ ମନ୍ତବ୍ୟକୁ ନେଇ ନୋଟିସ୍‌ ପଠାଯାଇଛି ଯେଉଁଥିରେ ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବା ପାଇଁ ମୁସଲିମ୍‌ମାନେ ତାଙ୍କ ବିରୋଧରେ ଭୋଟ୍‌ ଦିଅନ୍ତୁ। ନିର୍ବାଚନ କମିଶନ୍‌ କହିଛନ୍ତି ସିଦ୍ଧୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଏତଦ୍‌ବ୍ୟତୀତ ଧାର୍ମିକ ଅବତାରଣା କରି ରାଜନୀତି ନକରିବାକୁ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ସେ ଅବମାନନା କରିଛନ୍ତି। ସିଦ୍ଧୁଙ୍କୁ […]

sidhu

Subrat Kumar Nayak
  • Published: Saturday, 20 April 2019
  • , Updated: 20 April 2019, 09:36 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ନିର୍ବାଚନ କମିଶନ। ତାଙ୍କର ଏକ ମନ୍ତବ୍ୟକୁ ନେଇ ନୋଟିସ୍‌ ପଠାଯାଇଛି ଯେଉଁଥିରେ ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବା ପାଇଁ ମୁସଲିମ୍‌ମାନେ ତାଙ୍କ ବିରୋଧରେ ଭୋଟ୍‌ ଦିଅନ୍ତୁ। ନିର୍ବାଚନ କମିଶନ୍‌ କହିଛନ୍ତି ସିଦ୍ଧୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଏତଦ୍‌ବ୍ୟତୀତ ଧାର୍ମିକ ଅବତାରଣା କରି ରାଜନୀତି ନକରିବାକୁ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ସେ ଅବମାନନା କରିଛନ୍ତି।

ସିଦ୍ଧୁଙ୍କୁ ୨୪ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି। ବିହାରର କଟିହାର ଜିଲ୍ଲାରେ ସେ ଏଭଳି ମନ୍ତବ୍ୟ ଦେଇଥିବା କାରଣରୁ ତାଙ୍କ ନାମରେ ଏଫ୍‌ଆଇଆର ଦାୟର କରାଯାଇଛି। ବିହାରର ଏହି ଅଞ୍ଚଳରେ ମୁସଲିମ୍‌ଙ୍କ ସଂଖ୍ୟା ଅଧିକ, ତେଣୁ ଏହାର ଫାଇଦା ନେଇ ସିଦ୍ଧୁ କହିଥିଲେ ମୁସଲିମ୍‌ମାନେ ଏକାଠି ହୋଇ ମୋଦିଙ୍କୁ ହରାଇଦିଅନ୍ତୁ।

Related story