'ବୁଥ୍ ରିଗିଂ ନେଇ ସ୍ମୃତି ଇରାନୀ ଜାରି କରିଥିବା ଭିଡିଓ ଭିତ୍ତିହୀନ'

ନୂଆଦିଲ୍ଲୀ: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ବେଳେ ଆମେଠି ଲୋକସଭା ଆସନରେ ବୁଥ୍ ରିଗିଂ ହୋଇଥିବା ନେଇ ବିଜେପି ପ୍ରାର୍ଥୀ ଟ୍ବିଟ୍ କରି ଯେଉଁ ଭିଡିଓ ଜାରି କରିଥିଲେ, ତାହା ଭିତ୍ତିହୀନବା ଆଧାରହୀନ ବୋଲି ନିର୍ବାଚନ କମିଶନ କହିଛନ୍ତି। ସ୍ମୃତି ଇରାନୀ ଜାରି କରିଥିବା ଭିଡିଓରେ ମହିଳା ଭୋଟର ଜଣଙ୍କ କହିଥିଲେ ଯେ ଭୋଟ ଦେବା ବେଳେ ଜଣେ ପୋଲିଂ ଅଧିକାରୀ ତାଙ୍କ ଆଙ୍ଗୁଳିକୁ ହାତ ଚିହ୍ନ ବଟନରେ ଚିପି ଦେଇଥିଲେ। ଉଭୟ ନିର୍ବାଚନ କମିଶନ ଏବଂ କଂଗ୍ରେସ […]

smruti

Subhransu Sekhar
  • Published: Tuesday, 07 May 2019
  • , Updated: 07 May 2019, 04:48 PM IST

ନୂଆଦିଲ୍ଲୀ: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ବେଳେ ଆମେଠି ଲୋକସଭା ଆସନରେ ବୁଥ୍ ରିଗିଂ ହୋଇଥିବା ନେଇ ବିଜେପି ପ୍ରାର୍ଥୀ ଟ୍ବିଟ୍ କରି ଯେଉଁ ଭିଡିଓ ଜାରି କରିଥିଲେ, ତାହା ଭିତ୍ତିହୀନବା ଆଧାରହୀନ ବୋଲି ନିର୍ବାଚନ କମିଶନ କହିଛନ୍ତି।

ସ୍ମୃତି ଇରାନୀ ଜାରି କରିଥିବା ଭିଡିଓରେ ମହିଳା ଭୋଟର ଜଣଙ୍କ କହିଥିଲେ ଯେ ଭୋଟ ଦେବା ବେଳେ ଜଣେ ପୋଲିଂ ଅଧିକାରୀ ତାଙ୍କ ଆଙ୍ଗୁଳିକୁ ହାତ ଚିହ୍ନ ବଟନରେ ଚିପି ଦେଇଥିଲେ। ଉଭୟ ନିର୍ବାଚନ କମିଶନ ଏବଂ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧିଙ୍କୁ ଟ୍ବିଟ୍ କରି କଂଗ୍ରେସର ଜବାବ ମାଗିଥିଲେ ସ୍ମୃତି ଇରାନୀ।

ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରିଗଞ୍ଜର ୩୧୬ ନମ୍ୱର ବୁଥର ପ୍ରିଜାଇଡିଙ୍ଗ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ଅବ୍ୟାହତି ଦେଇଥିଲେ। ଏହାପରେ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ। ହେଲେ ଉଭୟ ଗଣମାଧ୍ୟମ ପ୍ରତିନିଧି ଏବଂ ନିର୍ବାଚନ ଅଧିକାରୀ ସଂପୃକ୍ତ ମହିଳା ଜଣଙ୍କୁ ପାଇନଥିବା ଜଣାପଡ଼ିଛି।

Related story