ନୂଆଦିଲ୍ଲୀ: ରବିବାର ଦିଲ୍ଲୀ ପୁଲିସ୍ ଡିସିପି ଚିନ୍ମୟ ବିଶ୍ୱାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଶହୀନ୍ ବାଗ୍ ଏବଂ ଜାମିଆ ମିଲିଆ ଇସ୍ଲାମିଆଠାରେ ଗୁଳିକାଣ୍ଡ ପରେ ତାଙ୍କର ବଦଳି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ବର୍ତ୍ତମାନ ଚିନ୍ମୟ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ କରିବେ।
ବର୍ତ୍ତମାନ ଚିନ୍ମୟଙ୍କ ସ୍ଥାନରେ ଅତିରିକ୍ତ ଡିସିପି କୁମାର ଜ୍ଞାନେଶ ଉକ୍ତ ଅଞ୍ଚଳର ଦାୟିତ୍ୱ ନେବେ।
ନିର୍ବାଚନ କମିଶନ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, “ଦକ୍ଷିଣ-ପୂର୍ବ ଦିଲ୍ଲୀ ଦାୟିତ୍ୱରେ ଥିବା ଡିସିପି ଚିନ୍ମୟ ବିଶ୍ୱାଳ (ଆଇପିଏସ୍ ୨୦୦୮) ନିଜ ଦାୟିତ୍ୱରୁ ବର୍ତ୍ତମାନଠାରୁ ଦାୟିତ୍ୱରୁ ମୁକ୍ତ ହେଲେ। ସେ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ କରିବେ।”
ଏଥିରେ କୁହାଯାଇଛି ଗୃହ ମନ୍ତ୍ରଣାଳୟ ବା ଦିଲ୍ଲୀ କମିଶନର ୩ ଟ ନୂଆ ନାଁ ଦେବେ, ଯାହାଫଳରେ ନିୟମିତ ଡିସିପିଙ୍କୁ ନିଯୁକ୍ତି ଦିଆଯାଇପାରିବ। ସୂଚନାଯୋଗ୍ୟ ଯେ ଚଳିତ ମାସ ୮ ତାରିଖରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାର ଅଛି।