ଟିଆରପି ସ୍କାମ୍: ଏବେ ଇଡି କରିବ ତଦନ୍ତ, ଇଣ୍ଡିଆ ଟୁଡେ ବି ତଦନ୍ତ ପରିସରଭୁକ୍ତ !

ମୁମ୍ୱାଇ: ଟିଆରପି ସ୍କାମ୍ ମାମଲାରେ ମୁମ୍ୱାଇ ପୁଲିସ ତଦନ୍ତ କରୁଛି। ପଇସା ଦେଇ ଟିଆରପି କିଣା ହେଉଥିବା ଅଭିଯୋଗ ରହିଛି। ତେଣୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବି ଏଫଆଇଆର ରୁଜୁ କରି ତଦନ୍ତ କରିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଏହି ସଂସ୍ଥା ଶୁକ୍ରବାର ଏନଫୋର୍ସମେଣ୍ଟ କେସ୍ ଇନଫରମେସନ୍ ରିପୋର୍ଟ (ଇସିଆଇଆର) ରୁଜୁ କରିଛି। ଇଡି କେବଳ ଅର୍ଥ ନେଣଦେଣ ମାମଲାର ତଦନ୍ତ କରିବ। ତେଣେ ମୁମ୍ୱାଇ ପୁଲିସ ବି ତଦନ୍ତ କରିବ। ସିବିଆଇ ମଧ୍ୟ ଏହି ମାମଲାର […]

republic india today

Subhransu Sekhar
  • Published: Friday, 20 November 2020
  • , Updated: 20 November 2020, 10:42 PM IST

ମୁମ୍ୱାଇ: ଟିଆରପି ସ୍କାମ୍ ମାମଲାରେ ମୁମ୍ୱାଇ ପୁଲିସ ତଦନ୍ତ କରୁଛି। ପଇସା ଦେଇ ଟିଆରପି କିଣା ହେଉଥିବା ଅଭିଯୋଗ ରହିଛି। ତେଣୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବି ଏଫଆଇଆର ରୁଜୁ କରି ତଦନ୍ତ କରିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଏହି ସଂସ୍ଥା ଶୁକ୍ରବାର ଏନଫୋର୍ସମେଣ୍ଟ କେସ୍ ଇନଫରମେସନ୍ ରିପୋର୍ଟ (ଇସିଆଇଆର) ରୁଜୁ କରିଛି। ଇଡି କେବଳ ଅର୍ଥ ନେଣଦେଣ ମାମଲାର ତଦନ୍ତ କରିବ। ତେଣେ ମୁମ୍ୱାଇ ପୁଲିସ ବି ତଦନ୍ତ କରିବ। ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି।

ଅକ୍ଟୋବରରେ ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂ ପ୍ରେସ କନଫରେନସ କରି ଟିଆରପି ସ୍କାମରେ ରିପବ୍ଲିକ୍ ଟିଭି ଏବଂ ଅନ୍ୟ ଦୁଇ ମରାଠୀ ଚ୍ୟାନେଲ୍ ସନ୍ଦେହ ଘେରରେ ରହିଥିବା କହିଥିଲା। ବାର୍କର ଅଭିଯୋଗ ଆଧାରରେ ପରମବୀର ଏହା କହିଥିଲେ। ହେଲେ ବାର୍କର ମୂଳ କପିରେ ଇଣ୍ଡିଆ ଟୁଡେ ନାଁ ରହିଛି। ପରମବୀର ଇଣ୍ଡିଆ ଟୁଡେ ଚ୍ୟାନେଲ ନାଁ କହିନଥିଲେ କି ତଦନ୍ତ ପାଇଁ ଇଣ୍ଡିଆ ଟୁଡେକୁ ଡାକି ନାହାନ୍ତି। ବାର୍କ ହେଉଛି ଟିଆରପି ମାପୁଥିବା ସଂସ୍ଥା।

ରିପବ୍ଲିକ୍ ଟିଭିର ସୂଚନା ଅନୁଯାୟୀ ଇଡି ସମସ୍ତ ଚ୍ୟାନେଲକୁ ତଦନ୍ତ ପରିସରଭୁକ୍ତ କରିବ ବୋଲି ସୂଚନା ରହିଛି। ଏହାବାଦ୍ ବାର୍କର ଅନ୍ୟତମ ସଂସ୍ଥା ହାଂସ ରିସର୍ଚ୍ଚର ସେହି ଦୁଇ ପୂର୍ବତନ କର୍ମଚାରୀକୁ ବି ତଦନ୍ତ ପରିସରଭୁକ୍ତ କରିବ। ଯେଉଁମାନଙ୍କ ବୟାନ ଆଧାରରେ ମୁମ୍ୱାଇ ପୁଲିସ ରିପବ୍ଲିକ୍ ଟିଭିକୁ ସନ୍ଦେହ ଘେରକୁ ନେଇଥିଲା।

ତେବେ ରିପବ୍ଲିକ୍ ଟିଭି କହିଛି, ମୁମ୍ୱାଇ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଲୁଚାଇ ରିପବ୍ଲିକ ଟିଭି ନାଁରେ ଅଭିଯୋଗ ଆଣିଛି। ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ରିପବ୍ଲିକ୍ ଟିଭିକୁ ଫସାଇବାକୁ ଏହି ଷଡ଼ଯନ୍ତ୍ର କରିଛନ୍ତି ମୁମ୍ୱାଇ ପୁଲିସ କମିଶନର।

Related story