ଆଇସିଆଇସିଆଇ-ଭିଡିଓକନ ବେଆଇନ ଋଣ ମାମଲା, କୋଚର ଦମ୍ପତିଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ: ଭିଡିଓକନ ଗ୍ରୁପକୁ ବେଆଇନ ଭାବରେ ଋଣ ଦେବା ମାମଲାରେ ଆଜି ଆଇସିଆଇସିଆଇ (ICICI) ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଛି। ଚନ୍ଦା କୋଚ୍ଚର ନିଜ କାର୍ଯ୍ୟକାଳ ସମୟରେ ୧୮୭୫ କୋଟି ଟଙ୍କାର ବେଆଇନ ଋଣ ଦେଇଥିବା ଅଭିଯୋଗ ରହିଛି। ୨୦୦୯ ରୁ ୨୦୧୧ ମଧ୍ୟରେ ଚନ୍ଦା ଏହି ଋଣ ଭିଡିଓକନ ଗ୍ରୁପକୁ ଦେଇଥିଲେ ବୋଲି ଜଣାପଡ଼ିଛି।   ଭିଡିଓକନ୍‌ ଗ୍ରୁପ୍‌କୁ ଋଣ […]

CHANDA KOCHAR AND DEEPAK KOCHAR

Subhransu Sekhar
  • Published: Monday, 13 May 2019
  • , Updated: 13 May 2019, 04:02 PM IST
ନୂଆଦିଲ୍ଲୀ: ଭିଡିଓକନ ଗ୍ରୁପକୁ ବେଆଇନ ଭାବରେ ଋଣ ଦେବା ମାମଲାରେ ଆଜି ଆଇସିଆଇସିଆଇ (ICICI) ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଛି। ଚନ୍ଦା କୋଚ୍ଚର ନିଜ କାର୍ଯ୍ୟକାଳ ସମୟରେ ୧୮୭୫ କୋଟି ଟଙ୍କାର ବେଆଇନ ଋଣ ଦେଇଥିବା ଅଭିଯୋଗ ରହିଛି। ୨୦୦୯ ରୁ ୨୦୧୧ ମଧ୍ୟରେ ଚନ୍ଦା ଏହି ଋଣ ଭିଡିଓକନ ଗ୍ରୁପକୁ ଦେଇଥିଲେ ବୋଲି ଜଣାପଡ଼ିଛି।
 
ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ମଞ୍ଜୁର ହେବାର କିଛି ମାସ ପରେ ଗ୍ରୁପ୍‌ ମୁଖ୍ୟ ଭେନୁଗୋପାଲ ଧୂତ ଚନ୍ଦାଙ୍କ ସ୍ୱାମୀ ଦୀପକ ପ୍ରତିଷ୍ଠା କରିଥିବା କମ୍ପାନୀ ନୂପାୱାରରେ କୋଟି କୋଟି ଟଙ୍କା ନିବେଶ କରିଥିଲେ। ଏ ନେଇ ଦୀପକ କୋଚରଙ୍କୁ ଇଡି ପଚରାଉଚରା କରିଛି।
 
କିଛି ଦିନ ତଳେ ଏହି ମାମଲାରେ ତାଙ୍କ ସ୍ୱାମୀ ଦୀପକ କୋଚର୍‌ ଓ ଦିଅର ରାଜୀବ କୋଚରଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ପଚରା ଉଚୁରା କରିଥିଲା। ଅତୀତରେ ସେମାନଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ମୁମ୍ବାଇ କାର୍ଯ୍ୟାଳୟରେ ପଚରା ଉଚୁରା କରାଯାଇଥିଲା। ଚନ୍ଦା କୋଚର, ତାଙ୍କ ପରିବାର ଏବଂ ଭିଡିଓକନ୍‌ ଗ୍ରୁପ୍‌ର ଭେନୁ ଗୋପାଲ ଧୂତଙ୍କ ଘର ମଧ୍ୟ ଚଢ଼ାଉ କରାଯାଇଥିଲା।

Related story