ମନି ଲଣ୍ଡରିଂ ମାମଲା: ପି.ଚିଦାମ୍ବରମ୍‌ଙ୍କ ପୁଅଙ୍କ ଘରେ ଇଡି

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘରେ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଚଢ଼ାଉ ହୋଇଛି। କାର୍ତ୍ତିଙ୍କ ଦିଲ୍ଲୀ ଏବଂ ଚେନ୍ନାଇ ଘରେ ଇଡି ଚଢାଉ କରିଛି । ଏହାସହିତ ତାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ବି ଚଢାଉ ହୋଇଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ମାମଲାରେ ଇଡି ଏହି ଚଢାଉ କରିଛି। ଏୟାରସେଲ୍ ମ୍ୟାକ୍ସିସ୍ କମ୍ପାନୀ ପାଇଁ ସେ ମନି ଲଣ୍ଡରିଂ କରିଥିବା ତାଙ୍କ […]

karti

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 02:51 PM IST

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘରେ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଚଢ଼ାଉ ହୋଇଛି। କାର୍ତ୍ତିଙ୍କ ଦିଲ୍ଲୀ ଏବଂ ଚେନ୍ନାଇ ଘରେ ଇଡି ଚଢାଉ କରିଛି । ଏହାସହିତ ତାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ବି ଚଢାଉ ହୋଇଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ମାମଲାରେ ଇଡି ଏହି ଚଢାଉ କରିଛି।

ଏୟାରସେଲ୍ ମ୍ୟାକ୍ସିସ୍ କମ୍ପାନୀ ପାଇଁ ସେ ମନି ଲଣ୍ଡରିଂ କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି। ପୂର୍ବରୁ ଗତ ଡିସେମ୍ବର ୧ ତାରିଖରେ କାର୍ତ୍ତିଙ୍କ କିଛି ସମ୍ପର୍କୀୟ ଏବଂ କାର୍ଯ୍ୟାଳୟରେ ଚଢାଉ ହୋଇଥିଲା। ୨୦୦୬ରେ ତତ୍କାଳନୀ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ସମୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି। ତେବେ ଘଟଣାକୁ ନେଇ ପି ଚିଦାମ୍ବରମ୍  ଇଡିର କାର୍ଯ୍ୟାନୁଷ୍ଠାନକୁ ‘କମେଡି’ କହି ତାତ୍ସଲ୍ୟ କରିଛନ୍ତି ।

Related story