ସ୍ପେନରେ ଟେନିସ କ୍ଲବ ଓ ବ୍ରିଟେନ୍‌ରେ ବଙ୍ଗଳା କିଣିଛନ୍ତି ଚିଦାମ୍ବରମ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫେରାର ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ସମ୍ପର୍କରେ ବଡ଼ ଖୁଲାସା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ଦୁର୍ନୀତି ମାମଲାରେ ଚିଦାମ୍ବରମ ଗ୍ରହଣ କରିଥିବା ଅର୍ଥରେ ସ୍ପେନରେ ଟେନିସ କ୍ଲବ ଓ ବ୍ରିଟେନର ଏକ ବଙ୍ଗଳା କିଣିଥିବା ଆଜି ଇଡି କହିଛି। ତେବେ ଚିଦାମ୍ବରମ ସିଧାସଳଖ ଏହାକୁ କିଣି ନଥିଲେ, ବରଂ ତାଙ୍କ ପୁଅ କାର୍ତ୍ତି ହିଁ ଏହାର ଖରିଦଦାରୀ କରିଥିଲେ। କେବଳ ସ୍ପେନ କିମ୍ବା ବ୍ରିଟେନ ନୁହେଁ ଭାରତରେ […]

df

Hemant Lenka
  • Published: Wednesday, 21 August 2019
  • , Updated: 21 August 2019, 03:45 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫେରାର ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ସମ୍ପର୍କରେ ବଡ଼ ଖୁଲାସା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ଦୁର୍ନୀତି ମାମଲାରେ ଚିଦାମ୍ବରମ ଗ୍ରହଣ କରିଥିବା ଅର୍ଥରେ ସ୍ପେନରେ ଟେନିସ କ୍ଲବ ଓ ବ୍ରିଟେନର ଏକ ବଙ୍ଗଳା କିଣିଥିବା ଆଜି ଇଡି କହିଛି।

ତେବେ ଚିଦାମ୍ବରମ ସିଧାସଳଖ ଏହାକୁ କିଣି ନଥିଲେ, ବରଂ ତାଙ୍କ ପୁଅ କାର୍ତ୍ତି ହିଁ ଏହାର ଖରିଦଦାରୀ କରିଥିଲେ। କେବଳ ସ୍ପେନ କିମ୍ବା ବ୍ରିଟେନ ନୁହେଁ ଭାରତରେ ମଧ୍ୟ ସେ ୫୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି କିଣିଥିଲେ।

ଉଭୟ ପି ଚିଦାମ୍ବରମ ଏବଂ କାର୍ତ୍ତିଙ୍କୁ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଇଡି ଓ ସିବିଆଇ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି। ସେହିପରି ଉଭୟ ଏୟାରସେଲ ମ୍ୟାକ୍ସିସ ୨ ଜି ଦୁର୍ନୀତି ମାମଲାରେ ମଧ୍ୟ ଅଭିଯୁକ୍ତ ରହିଛନ୍ତି। ଇଡିର ସୂଚନା ଅନୁଯାୟୀ, ସ୍ପେନର ବାର୍ସେଲୋନା ଠାରେ ଥିବା ଟେନିସ କ୍ଲବର ମୂଲ୍ୟ ୧୫ କୋଟି ଟଙ୍କା ହେବ।

ଏହି ତଥ୍ୟ ହାସଲ ପରେ ଇଡି ଅଭିଯୁକ୍ତ ବାପ ପୁଅଙ୍କ ଦିଲ୍ଲୀର ଜୋରବାଗରେ ଥିବା ୧୬ କୋଟିର ବଙ୍ଗଳାକୁ ସିଲ କରିଛି। ଏଥିସହ ଇଡି ଚେନ୍ନାଇର ନୁଙ୍ଗମବକ୍କମଠାରେ ଥିବା ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରେ କାର୍ତ୍ତିଙ୍କ ନାଁରେ ଥିବା ୯.୨୩ କୋଟି ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌କୁ ମଧ୍ୟ ଜବତ କରିଥିଲା।

ଆଇଏନଏକ୍ସ ମିଡିଆକୁ ଅନୁକମ୍ପା ଦେଖାଇ ୩୦୫ କୋଟି ଟଙ୍କାର ବିଦେଶ ପୁଞ୍ଜି ଯୋଗାଇବା ପାଇଁ ଚିଦାମ୍ବରମ ନିଜ ପଦର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।

Related story